ଆଦିବାସୀ ମହିଳାଙ୍କୁ ଜୀଅନ୍ତା ଜାଳିଦେଲେ
ମଧ୍ୟପ୍ରଦେଶରେ ଅମାନବୀୟ କାଣ୍ଡ
ଗୁଣା(ଏଜେନ୍ସି): ମଧ୍ୟପ୍ରଦେଶର ଗୁଣା ଅଞ୍ଚଳରେ ଏକ ଅତ୍ୟନ୍ତ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଏଠାରେ କିଛି ଦୁର୍ବୃତ୍ତ ଜଣେ ଆଦାବାସୀ ମହିଳାଙ୍କୁ ଜିଅନ୍ତା ଜାଳିଦେଇଛନ୍ତି । ମହିଳାଜଣକ ଆର୍ତ୍ତଚିକ୍ରାର କରୁଥିବା ସମୟରେ ଦୁର୍ବୃତ୍ତମାନେ ଏହାର ଭିଡିଓ ପ୍ରସ୍ତୁତ କରିଥିବା ଜାଣିବାକୁ ମିଳିଛି । ସୂଚନା ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚôବା ବେଳକୁ ମହିଳାଜଣକ ୮ଠ% ପୋଡିଯାଇଥିଲେ ଏବଂ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପୁଲିସ୍ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଭୋପାଳ ବଡ଼ ମେଡିକାଲକୁ ପଠାଇଦିଆଯାଇଛି ।
ଏହି ଭୟଙ୍କର ଅପରାଧ ଶନିବାର ମଧ୍ୟାହ୍ନରେ ଗୁଣା ଜିଲ୍ଲାର ବମୋରୀର ଧନୋରିୟା ଗାଁରେ ଘଟିଥିଲା । ମହିଳାଙ୍କ ପରିବାର ଲୋକେ ଥାନାରେ କରିଥିବା ଅଭିଯୋଗ କ୍ରମେ ଦୁଇ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଗିରଫ କରି ପୁଲିସ୍ ଜେରା କରିବା ଆରମ୍ଭ କରିଛି । ତେବେ ଏହି ନାରକୀୟ କାଣ୍ଡ ପଛରେ ଜମିଜୁମା ବିବାଦ ରହିଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଧନୋରିୟା ଗାଁର ଅର୍ଜୁନ ସହରିଆ ଆଇନଗତ ଲଢେଇ ପରେ ନିଜ ଜମି ଫେରି ପାଇଥିଲେ । ଏହି ଜମିକୁ ଗାଁର କିଛି ଅସାମାଜିକ ଯୁବକ ଦୀର୍ଘଦିନ ଧରି ମାଡି ବସିଥିଲେ । ଆଇନଗତ ଲଢେଇରେ ବିଜୟ ପରେ ଅର୍ଜୁନ୍ ନିଜ ଜମିରେ ଚାଷବାସ ଆରମ୍ଭ କରିଥିଲେ । ତେବେ ଶନିବାର ଅର୍ଜୁନଙ୍କ ପତ୍ନୀ ରାମପ୍ୟାରୀ ବାଇ ଜମିରେ ଏକାକୀ ଚାଷ କାମ କରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରେ ଡିଜେଲ ପକାଇ ନିଆଁ ଲଗାଇ ଦେଇଥିଲେ ।