ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ୧ଠ ଦଫା ଦାବିପତ୍ର

ନରସିଂହପୁର (ଆପ୍ର): ବଡମ୍ବା- ନରସିଂହପୁର ଅଞ୍ଚଳର ପ୍ରାୟ ୨ ହଜାର ଡ୍ରାଇଭରଙ୍କୁ ନେଇ ହୋଇଥିବା ଡ୍ରାଇଭର ମହାସଙ୍ଘ ଶାଖା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ୧୦ଦଫା ସମ୍ବଳିତ ଦାବିପତ୍ର ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ ରବିବାର ଡମକଟାସ୍ଥିତ ବାସଭବନରେ ପ୍ରଦାନ କରାଯାଇଛି । ଓଡିଶା ଡ୍ରାଇଭର ମହାସଙ୍ଘ ଶାଖା ନରସିଂହପୁରର ବହୁ ଦିନର ଦାବି ସତ୍ତ୍ୱେ ପୂରଣ ହେବାରେ ବିଳମ୍ବ ଦେଖାଦେଇଛି । ମହାସଙ୍ଘ ନରସିଂହପୁର ଶାଖାର ସଭାପତି ସମୀର କୁମାର ରାଉତ, ଉପସଭାପତି ପ୍ରତାପ କୁମାର ସାହୁ, ସମ୍ପାଦକ ଦୀନବନ୍ଧୁ ପ୍ରଧାନ, ସହସମ୍ପାଦକ ମନୋଜ କୁମାର ବାରିକ, କୋଷାଧ୍ୟକ୍ଷ ମାନସ ରଞ୍ଜନ ସାହୁ ଏବଂ ଉପଦେଷ୍ଠା ରଞ୍ଜନ କୁମାର ଜେନାଙ୍କ ସମେତ ବହୁ ସଭ୍ୟ ଉପସ୍ଥିତ ରହି ସେମାନଙ୍କର ଆଇନଗତ ସୁରକ୍ଷା, ପ୍ରତ୍ୟେକ ୧୦୦ କିମିରେ ବିଶ୍ରାମ ଓ ଅନ୍ୟାନ୍ୟ ବ୍ୟବସ୍ଥା, ୫୫ ବର୍ଷରେ ପେନ୍ସନ ବ୍ୟବସ୍ଥା, ଦୁର୍ଘଟଣାରେ ପ୍ରାଣହାନୀ, ଚିକିତ୍ସା ପାଇଁ ବୀମାରାଶି ଅନୁଦାନ ପ୍ରଦାନ, ଡ୍ରାଇଭରମାନଙ୍କୁ ସୈନିକର ମାନ୍ୟତା, ଡ୍ରାଇଭରଙ୍କୁ ଆବାସ ଯୋଜନାରେ ଗୃହ ପ୍ରଦାନ, ପିଲାମାନଙ୍କ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା, ଲାଇସେନ୍ସ ବାବଦରେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଅର୍ଥକୁ ଉଠାଇଦେବା, ସେପ୍ଟେମ୍ବର ୧ ତାରିଖକୁ ଡ୍ରାଇଭର ଦିବସ ଭାବେ ଘୋଷଣା ଏବଂ ରାସ୍ତା ଉପରେ ପ୍ରଶାସନ ପକ୍ଷରୁ ଡ୍ରାଇଭରଙ୍କୁ ଧମକ ଦେବା ବନ୍ଦ କରିବା ଭଳି ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ କରି ବିଧାୟକ ଶ୍ରୀ ମିଶ୍ରଙ୍କ ସହିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *