କାମାକ୍ଷାନଗର-କାନପୁରା ବାଇପାସ୍ ରାସ୍ତା ଫାଟି ଆଁ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରଜପଥ କାମ ନସରୁଣୁ ଫାଟି ଅାଁ କରିବା ସହିତ ରାସ୍ତା ଦବି ଗଲାଣି । ନିମ୍ନମାନର କାର୍ଯ୍ୟ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗୀୟ କର୍ତ୍ତୁପକ୍ଷଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଆରମ୍ଭରୁ ବିଭ୍ରାଟ ଦେଖିବାକୁ ମିଳିଲାଣି ।
ସରକାର ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ବାସ୍ତବରେ ତାହା କିପରି ନିର୍ମାଣ ହେଉଛି ଏ ହେଲା ନମୁନା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଦେଇ ଯାଇଥିବା ଜାତୀୟ ରାଜପଥ ୫୩ନଂ ସଂପ୍ରସାରଣ କାମ ଏବେ ଚାଲୁଅଛି । ନୂତନ ରାସ୍ତା ନିର୍ମାଣ ହେଉଛି । କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ରାସ୍ତା ନିର୍ମାଣ ହେଉଥିବାବେଳେ ଆରମ୍ଭରୁ ରାସ୍ତା ମଝିରେ ବିରାଟ ବିରାଟ ଫାଟ ହେଲାଣି । ଏଭଳି ହୋଇଛି କାମାକ୍ଷାନଗର ଆଳୁତୁମା ଠାରୁ ଜିରାଡିମାଳି ଯାଇଥିବା ବାଇପାସ୍ ରାସ୍ତା କାନପୁର ଗ୍ରାମ ନିକଟରେ ଓଭର ବି୍ରଜ୍ ତଳେ ନିର୍ମାଣ ହେଉଥିବା ପାଶ୍ୱର୍ ରାସ୍ତାରେ ଦେଖିବାକୁ ମିଳିଛି ବିରାଟ ଫାଟ । ପ୍ରାୟ ୧୦୦ ମିଟରରୁ ଅଧିକ ରାସ୍ତାସାରା ଫାଟ ହୋଇଛି । ଏଭଳିଆ ନିମ୍ନମାନର କାମ ଯଦି ସବୁଠି ହୋଇଥିବ ତାହାହେଲେ ରାସ୍ତା କାର୍ଯ୍ୟ ସରିବା ପରେ ରାସ୍ତାରେ ଯେତେବେଳେ ଅନେକ ଭାରିଯାନ ଯିବ ଏରାସ୍ତା ରହିବ ତ । ଠିକା କମ୍ପାନୀରେ ଦାୟିତ୍ୱହୀନତା ପାଇଁ ରାସ୍ତା ଖରାପ ହେବା ସାଙ୍ଗକୁ ଦୁର୍ଘଟଣା ମଧ୍ୟ ଘଟିବ । ବେଳ ଥାଉ ଥାଉ ସରକାର ଏହା ଉପରେ ଦୃଷ୍ଟି ଦେବା ଦରକାର ।