୬ ଆଦିବାସୀ ଛାତ୍ରଙ୍କୁ ଉଦ୍ଧାର କଲା ଶିଶୁ ସୁରକ୍ଷା ୟୁନିଟ୍

କାଛୁ କୁଣ୍ଡିଆ ପାଇଁ ତଡି ଦେଲେ ସ୍କୁଲ କର୍ତ୍ତୁପକ୍ଷ
ଯାଜପୁର (ଆପ୍ର): ଚିତାଳୋ ପଞ୍ଚାୟତ ରକ୍ଷାକାଳୀ ସଂସ୍କୃତ ବିଦ୍ୟାଳୟ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରରୁ କିଛି ଆଦିବାସୀ ଛାତ୍ରଏହି ବିଦ୍ୟାଳୟରେ ପାଠ ପଢ଼ିବା ସହ ଛାତ୍ରାବାସରେ ରହୁଛନ୍ତି । ଏମାନଙ୍କ ମଧ୍ୟରୁ ୬ ଜଣ ଯାଦୁ, କାଛୁ, କୁଣ୍ଡିଆ ରୋଗରେ ପିଡ଼ିତ ଥିଲେ । ଆଜକୁ ପ୍ରାୟ ୭ ଦିନ ହେବ ଏମାନେ ଏହି କୁଣ୍ଡିଆ ରୋଗରେ ପିଡ଼ିତ ଥିଲେ । କିନ୍ତୁ ସବୁଠାରୁ ବଡ଼ ବିଡମ୍ବନାର ବିଷୟ ରକ୍ଷାକାଳୀ ସଂସ୍କୃତ ବିଦ୍ୟାଳୟର ଛାତ୍ରାବାସ ଦାୟୀତ୍ୱରେ ଥିବା ଅଧିକାରୀ ଏମାନଙ୍କ ଚିକିତ୍ସା କରିବା ପରିବର୍ତ୍ତେ ଏହା ଡିଆଁ ରୋଗ ହୋଇଥିବାରୁ ତମେ ମାନେ ଛାତ୍ରାବାସ ଛାଡ଼ି ·ଲିଯିବାକୁ ଚେତାବନୀ ଦେଇଥିଲେ । ଫଳରେ ରବିବାର ସକାଳୁ ଏହି ୬ ଜଣ ଆଦିବାସୀ ଛାତ୍ର ଛାତ୍ରାବାସୀ ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ଛାତ୍ରାବାସ ଛାଡ଼ିବା ସମୟରେ ଆଦିବାସୀ ଛାତ୍ର ଘରକୁ କିପରି ଯିବେ ତାହାର ଦାୟୀତ୍ୱ ଛାତ୍ରାବାସ ଦାୟୀତ୍ୱରେ ଥିବା ପଦାଧିକାରୀ ବୁଝି ନଥିଲେ । ଜିଲ୍ଲା ପାର ହୋଇ ଅନ୍ୟ ଜିଲ୍ଲାକୁ କିଭଳି ଭାବେ ଯିବେ ତାହା ମଧ୍ୟ ଛାତ୍ରବାସ ଦାୟୀତ୍ୱରେ ଥିବା ଅଧିକାରୀ ପ·ରି ବୁଝି ନ ଥିଲେ । ନିଜର ପାଠ୍ୟ ପୁସ୍ତକକୁ ବ୍ୟାଗରେ ଧରି ୬ ଜଣ ନାବାଳକ ଆଦିବାସୀ ଛାତ୍ରାବାସରୁ ବାହାରି ଦୀର୍ଘ ୩ କିଲୋମିଟର ଅତିକ୍ରମ କରି ଯାଜପୁର ମା’ବିରଜାଙ୍କ ମନ୍ଦିର ସମ୍ମୁଖରେ ପହଞ୍ଚô କିଭଳି ଭାବେ ନିଜର ଘର ହରିଚନ୍ଦନପୁର ଯିବେ ବୋଲି ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କୁ ପ·ରି ବୁଝିଥିଲେ । ଏହି ୬ ଆଦିବାସୀଙ୍କ ବୟସ ୧୨ ବର୍ଷ ହୋଇଥିବା ବେଳେ ସମସ୍ତେ ୭ମ ଶ୍ରେଣୀରେ ପଢ଼ୁଥିବାର ଜାଣିବାକୁ ମିଳିଥିଲା । ସ୍ଥାନୀୟ ଯୁବକମାନେ ଏହି ୬ ଜଣ ଛାତ୍ରଙ୍କୁ ସକାଳ ଜଳଖିଆ ଦେଇ ସେମାନଙ୍କୁ ସୁରକ୍ଷାର ସହିତ ନିଜ ଗୃହକୁ ଯିବା ପାଇଁ ଆଶ୍ୱସନା ଦେବା ସହିତ ଏ ବିଷୟରେ ଗଣମାଧ୍ୟମ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍କୁ ଖବର ଦେଇଥିଲେ । ଖବର ପାଇବା ପରେ ଜିଲ୍ଲା ଶିଶୁ ୟୁନିଟ୍ର କାର୍ଯ୍ୟକର୍ତ୍ତା ମିହିର କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ୬ ଜଣଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଶିଶୁ ମଙ୍ଗଳ କମିଟି ଆଗରେ ହାଜର କରାଇଥିଲେ । ଯଦିଓ ଆଜି ରବିବାର ଥିଲା ଶିଶୁ ମଙ୍ଗଳ କମିଟିର କୌଣସି ସଦସ୍ୟ ତାଙ୍କ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ୬ ଜଣ ନାବାଳକ ଛାତ୍ରଙ୍କୁ ଯାଜପୁର ସହରସ୍ଥିତ ଉକ୍ରଳ ବାଳାଶ୍ରମରେ ରଖାଯାଇଛି । ସୋମବାର ଶିଶୁ ମଙ୍ଗଳ କମିଟିର ଅଧିକାରୀମାନେ ଆସିଲା ପରେ ଏହି ୬ ଜଣ ନାବାଳକଙ୍କୁ ସେମାନଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରାଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *