ବିଜେବି କଲେଜ ହଷ୍ଟେଲ୍ରେ ଛାତ୍ରୀଙ୍କ ମୃତୁ୍ୟ

ଭୁବନେଶ୍ୱର (ବୁ୍ୟରୋ): ବିଜେବି କଲେଜ ଛାତ୍ରୀ ନିବାସରେ +୩ ପ୍ରଥମ ବର୍ଷରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ଜଣକ କଟକ ଜିଲ୍ଲା କଖଡ଼ି ଗାଁର ରୁଚିକା ମହାନ୍ତି ବୋଲି ଜଣାପଡ଼ିଛି । ତେବେ ଛାତ୍ରୀଙ୍କ ମୃତୁ୍ୟର କାରଣ ସ୍ପଷ୍ଟ ହୋଇନଥିବା ବେଳେ କମିଶନରେଟ୍ ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ସୂଚନା ଅନୁସାରେ ଛାତ୍ରୀ ଜଣକ ଏହି କଲେଜରେ +୩ ପ୍ରଥମ ବର୍ଷରେ ଇତିହାସ ଅନର୍ସ ନେଇ ପଢ଼ୁଥିବା ବେଳେ କାରୁବାକୀ ଛାତ୍ରୀ ନିବାସ ତୃତୀୟ ମହଲାର ରୁମ୍ ନଂ ୨୦୧ରେ ରହୁଥିଲେ । ଏହାସହ ସେ ୟୁପିଏସ୍ସି ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ । ଛାତ୍ରୀଙ୍କ ସାଙ୍ଗମାନଙ୍କ କହିବାନୁସାରେ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ହେତୁ ସେ ବିଭିନ୍ନ ସମୟରେ କ୍ଲାସ୍ ନଯାଇ ହଷ୍ଟେଲ୍ରେ ରହି ପଢ଼ାପଢ଼ି କରୁଥିଲେ । ସବୁଦିନ ପରି ଆଜି ମଧ୍ୟ ସେ କ୍ଲାସ ଯାଇନଥିଲେ । ସାଙ୍ଗମାନେ କ୍ଲାସ୍ ସାରି ପୂର୍ବାହ୍ନ ପ୍ରାୟ ୧୧.୨୦ରୁ ୧୧.୨୫ ମଧ୍ୟରେ ହଷ୍ଟେଲ୍କୁ ଫେରିଥିବା ବେଳେ ରୁମର କବାଟ ଭିତର ପାଶ୍ୱର୍ରୁ ବନ୍ଦ ଥିବା ଦେଖିବାକୁ ପାଇ ରୁଚିକାଙ୍କୁ ଡାକିଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ସେ କବାଟ ନଖୋଲିବାରୁ ସାଙ୍ଗମାନେ ଏ ସମ୍ପର୍କରେ ହଷ୍ଟେଲ୍ ସୁପରିଣ୍ଟେଣ୍ଡେଣ୍ଟ ଡକ୍ଟର ଝୁମକି ରଥଙ୍କୁ ଜଣାଇଥିଲେ । ପରେ ସୁପରିଣ୍ଟେଣ୍ଡେଣ୍ଟ ଘଟଣା ସମ୍ପର୍କରେ ପ୍ରନ୍ସିପାଲ୍ ଏବଂ ପ୍ରିନ୍ସିପାଲ୍ଙ୍କ ଠାରୁ ଖବର ପାଇ କମିଶନରେଟ୍ ପୁଲିସ୍ ଘଟଣାସ୍ଥାଳରେ ପହଞ୍ଚôଥିଲା । ସମସ୍ତଙ୍କ ଉପସ୍ଥିତିରେ କବାଟ ଭଙ୍ଗା ଯାଇଥିବା ବେଳେ ରୁଚିକା ତାଙ୍କ ବେଡ୍ରେ କାନ୍ଥକୁ ମୁହଁ କରି ପେଟେଇ ଶୋଇଥିବା ଦେଖିବାକୁ ମିଳିଥିଲା ଏବଂ ସେତେବେଳକୁ ତାଙ୍କର ମୃତୁ୍ୟ ହୋଇଥିବା ଜଣାପଡ଼ିଥିଲା । ତେବେ ରୁଚିକାଙ୍କ ସାଙ୍ଗମାନେ କହିଛନ୍ତି ଯେ, ମୃତୁ୍ୟ ପୂର୍ବରୁ ସେଭଳି କିଛି ହାଭଭାବ ତାଙ୍କ ଠାରେ ପରିଲକ୍ଷିତ ହୋଇନଥିବା ବେଳେ ମୃତୁ୍ୟର କାରଣ ନେଇ ମଧ୍ୟ ଆମେ ସମ୍ପୂର୍ଣ୍ଣ ଅଜ୍ଞ । ତେବେ ପୁଲିସ୍ ମୃତୁ୍ୟ ସମ୍ପର୍କରେ ତାଙ୍କ ଅଭିଭାବକଙ୍କୁ ଜଣାଇବା ସହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତୁ୍ୟର କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *