ବାହାରିନ୍ରେ ଘୋଷଯାତ୍ରା

ଭୁବନେଶ୍ୱର(ବୁ୍ୟରୋ): ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଦେଶବ୍ୟାପୀ ପାଳିତ ହୋଇଯାଇଛି । ଦେଶ ବାହାରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ମଧ୍ୟ ନିଜ ପ୍ରିୟ କଳାଠାକୁରଙ୍କ ଘୋଷଯାତ୍ରା ନିଜ ହିସାବରେ ପାଳନ କରିଛନ୍ତି । ବାହାରିନ୍ରେ ରହୁଥିବା ପ୍ରବାସୀ ଓଡ଼ିଆ (ବାହାରିନ୍ ଓଡ଼ିଆ ସମାଜ)ଙ୍କ ପକ୍ଷରୁ ମଧ୍ୟ ମହାଆଡମ୍ବର ସହକାରେ ରଥଯାତ୍ରା ଆୟୋଜନ କରାଯାଇଛି । ୨ଠଠ ବର୍ଷ ପୁରୁଣା ମନାମା ଶ୍ରୀନାଥ ଜୀ ମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାର ଆୟୋଜନ କରାଯାଇଥିଲା । ବାହାରିନ୍ରେ ଥିବା ଇସ୍କନ୍ ସାଗାୟା ମନ୍ଦିର ଆନୁକୁଲ୍ୟରେ ମହାବାହୁଙ୍କ ଯାତ୍ରାକୁ ଧୁମ୍ଧାମ୍ରେ ପାଳନ କରିଲେ ବାହାରିନ ଓଡିଆ ସମାଜ ।
ବାହାରିନ୍ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜ ଏବଂ ଓଡ଼ିଆ ସମାଜ ସଦସ୍ୟଙ୍କ ନେତୃତ୍ୱରେ ଏହି ଉତ୍ସବ ପାଳନ କରାଯାଇଛି । ଭକ୍ତମାନେ ପ୍ରଭୁ ଜଗନ୍ନାଥ ଏବଂ ପ୍ରଭୁ ବଳଭଦ୍ର ଏବଂ ମା’ ସୁଭଦ୍ରାଙ୍କୁ ମନାମା ଶ୍ରୀନାଥଜୀ ମନ୍ଦିରରେ ସ୍ୱାଗତ ପାଇଁ ଜଗନ୍ନାଥ ସହସ୍ରନାମ ସଂକୀର୍ତ୍ତନର ବ୍ୟବସ୍ଥା କରିଥିଲେ । ଓଡ଼ିଆ ସମାଜର ଅଧ୍ୟକ୍ଷ ଡକ୍ଟର ଅରୁଣ ପ୍ରହରାଜ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଦୁଇ ବର୍ଷ ପରେ ଚଳିତ ବର୍ଷ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶିର୍ବାଦ ଯୋଗୁ କୌଣସି ପ୍ରତିବନ୍ଧକ ବିନା ଏଠାରେ ରଥଯାତ୍ରା ଆୟୋଜନ ସମ୍ଭବ ହୋଇପାରିଥିଲା । ଏହି ଅବସରରେ ନେପାଳର ରାଷ୍ଟ୍ରଦୂତ ଅରୁଣା ଘିସିଙ୍ଗ୍ ଯୋଗ ଦେଇ ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଥିଲେ । ସନ୍ଧ୍ୟାରେ ଓଡିଆ ସମାଜର ମହିଳା ସଦସ୍ୟଙ୍କ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତୀୟ ରାଷ୍ଟ୍ରଦୂତ ପ୍ରତିନିଧି ତଥା ଧାର୍ମିକ ସୋସାଇଟିର ଅଧ୍ୟକ୍ଷ ଶେଖ ଅଲଜାୱାର ଯୋଗ ଦେଇ ଜୟ ଜଗନ୍ନାଥ, ହରେ କୃଷ୍ଣ ଜପ କରି ରଥ ଟାଣିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *