ବିକ୍ରି ହେଲା ଶକ୍ତି ସୁଗାର୍ସ

୧୩୪ କୋଟିରେ କିଣିଲା ଇଣ୍ଡିଆନ୍ ପଟାସ୍ ଲିମିଟେଡ୍
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥ କଡରେ ହରିପୁର ଠାରେ ଥିବା ଶକ୍ତି ସୁଗାର୍ସ ଲିମିଟେଡ୍ ବିକ୍ରି ହୋଇଯାଇଛି । ଦୀର୍ଘ ବର୍ଷ ଧରି ଢେଙ୍କାନାଳରେ ଚିନି ଉତ୍ପାଦନ, ସ୍ପିରିଟ୍ ଏବଂ ସୋୟାବଡି ଉତ୍ପାଦନ କରୁଥିବା ଉକ୍ତ କମ୍ପାନୀର ମାଲିକାନା ସତ୍ତ୍ୱ ନେଇଛି ଚେନ୍ନାଇର ଇଣ୍ଡିଆନ୍ ପଟାସ୍ ଲିମିଟେଡ୍ । ୩୩୬ ଜଣ କର୍ମଚାରୀ ବିଶିଷ୍ଟ ଉକ୍ତ କମ୍ପାନୀର ନେଣଦେଣ ଗତ କିଛିଦିନ ତଳେ ଦିଲ୍ଲୀଠାରେ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଯାହା ୧୩୪ କୋଟି ୧୦ ଲକ୍ଷରେ ବିକ୍ରି ହୋଇଥିବା ଜଣାପଡିଛି । ଉକ୍ତ କମ୍ପାନୀର ଅଧିକାରୀମାନେ ଆସି ଢେଙ୍କାନାଳରେ ଡେରା ପକାଇଥିବାବେଳେ କମ୍ପାନୀର ଉତ୍ପାଦନ କ୍ଷମତା ଏବଂ ଚାଷୀମାନଙ୍କର ସମସ୍ୟା ଭିତ୍ତିକ ଆଲୋଚନା କରି କମ୍ପାନୀ ପରିଚାଳନା କରିବବୋଲି ବୋଲି ଜଣାପଡିଛି । ପ୍ରକାଶଥାଉ ଯେ ମହାମାରୀ ସମୟରେ କମ୍ପାନୀରେ କର୍ମଚାରୀମାନଙ୍କୁ ମୂଳ ଦରମା ଅଧା ଶକ୍ତି ସୁଗାର୍ସ ପୈଠ କରୁଥିଲା । ପରମୁହୂର୍ତ୍ତରେ ଗତବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ଚିନି ଉତ୍ପାଦନ ପରେ ସେମାନଙ୍କର ଅବଶିଷ୍ଟ ପଇସା ପୈଠ କରିଥିବା ଜଣାପଡିଛି । ଶକ୍ତି ସୁଗାର୍ସ ବିକ୍ରି ହୋଇଯାଇଥିବା ଘଟଣା ଏ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ କିମ୍ବା ଶ୍ରମ ବିଭାଗର ପାଖରେ କୌଣସି ସୂଚନା ନଥିବା ଜଣାପଡିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *