ବିଜେପିର ମିଶନ୍ ତେଲେଙ୍ଗାନା

ହାଇଦ୍ରାବାଦ୍/ ନୂଆଦିଲ୍ଲୀ (ଏଜେନ୍ସି): ବିଜେପି ନିଜର ମିଶନ୍ ତେଲେଙ୍ଗାନା ଆଭିମୁଖ୍ୟ ସ୍ପଷ୍ଟ କରିଛି । ଶନିବାରଠୁ ହାଇଦ୍ରାବାଦରେ ବିଜେପିର ୨ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଯାଇଛି । ଏଥିରେ ଯୋଗଦେବା ଉଦେ୍ଦଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଏବେ ହାଇଦ୍ରାବାଦ୍ରେ ଡେରା ପକାଇଛନ୍ତି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ବିଜେପି ସଭାପତି ଜେପି ନଡ୍ଡା ହାଇଦ୍ରାବାଦ୍ରେ ପହଞ୍ଚôସାରିଥିବା ବେଳେ ମୋଦି ଶନିବାର ପହଞ୍ଚôଛନ୍ତି । ଶୁକ୍ରବାର ଦିନ ହିଁ ଏଠାରେ ପ୍ରଦେଶ ବିଜେପି ପକ୍ଷରୁ ରୋଡ୍ ଶୋ’ କରାଯାଇ ଶକ୍ତି ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକାରିଣୀ ବୈଠକରେ ଦଳର ୩ଠଠରୁ ଅଧିକ ନେତା ସାମିଲ ହୋଇଥିବା ସୂଚନା ମିଳିଛି । ରବିବାର ମୋଦି ଏଠାରେ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିବା ମଧ୍ୟ ଜଣାପଡିଛି ।
ହାଇଦ୍ରାବାଦ୍ରେ ଦୀର୍ଘ ୧୮ ବର୍ଷ ପରେ ବିଜେପି ନିଜ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଆୟୋଜନ କରିବା ପଛରେ ବିଜେପିର ମିଶନ ତେଲେଙ୍ଗାନା ଥିବା ଆକଳନ କରାଯାଉଛି । ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଏପରି ଏକ ସମୟରେ ହେଉଛି ଯେତେବେଳେ ପଡୋଶୀ ମହାରାଷ୍ଟ୍ରରେ ବିଜେପି କ୍ଷମତାସୀନ ଏମ୍ଭିଏ (ଶିବସେନା-ଏନ୍ସିପି-କଂଗ୍ରେସ) ମେଣ୍ଟ ସରକାରକୁ ଭାଙ୍ଗି କ୍ଷମତାକୁ ଫେରିଛି । ଅନ୍ୟପକ୍ଷେ ତେଲେଙ୍ଗାନା ବିଜେପି ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକାରିଣୀର ମୁଖ୍ୟ ଫୋକସ୍ ୨ଠ୨୪ ଲୋକସଭା ନିର୍ବାଚନ ଏବଂ ୨ଠ୨୩ରେ ତେଲେଙ୍ଗାନା ସମେତ ଅନ୍ୟ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ଉପରେ ରହିଛି ।
ଏସବୁ ମଧ୍ୟରେ ଏକ ବଡ଼ ସମ୍ବାଦ ସାମ୍ନାକୁ ଆସିଛି । ଶନିବାର ପ୍ରଧାନମନ୍ତ୍ରୀ ମୋଦି ବିମାନ ଯୋଗେ ହାଇଦ୍ରାବାଦ୍ର ବେଗମପେଟ ଏୟାରପୋର୍ଟରେ ପହଞ୍ଚôଥିବା ବେଳେ ପ୍ରୋଟୋକଲ୍ ଅନୁସାରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବା କଥା । କିନ୍ତୁ କେସିଆର ପୂର୍ବ ୨ ଥର ଭଳି ଏଥର ମଧ୍ୟ ମୋଦିଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦରକୁ ଆସିନଥିଲେ । ତେବେ ମୋଦିଙ୍କ ଆସିବାର କିଛି ସମୟ ପୂର୍ବରୁ ବିରୋଧୀ ଦଳଙ୍କ ପକ୍ଷରୁ ମନୋନୀତ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନା ଯେତେବେଳେ ଏହି ବିମାନ ବନ୍ଦରରେ ଆସି ପହଞ୍ଚôଲେ, ସେତେବେଳେ କେସିଆର ନିଜ ପୂରା କ୍ୟାବିନେଟ୍ ସହ ଉପସ୍ଥିତ ରହିବା ଦେଖିବାକୁ ମିଳିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *