ପ୍ଲାଷ୍ଟିକ୍ କଟକଣା: ସିଏମ୍ସିର ଚଢ଼ଉ

କଟକ (ବୁ୍ୟରୋ): ଗତକିଛି ଦିନର ବ୍ୟବଧାନରେ ପୁଣି ଆରମ୍ଭ ହେଲା ପଲିଥିନ ଚଢ଼ଉ । ସିଙ୍ଗିଲ ୟୁଜର ପ୍ଲାଷ୍ଟିକ ବ୍ୟବହାରକୁ ନେଇ ସିଏମସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଡ଼େପୁଟି କମିଶନରଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଟିମ ଆଜି ଚୌଧୁରୀ ବଜାର ସମେତ ବିଭିନ୍ନ ଛୋଟବଡ଼ ହୋଲସେଲ ଦୋକାନରେ ଚଢ଼ଉ କରିଛନ୍ତି । ଚଢ଼ଉ ବେଳେ ୧୦ଟି ଦୋକାନରୁ ପ୍ରାୟ ୬୦ କେଜିରୁ ଊଦ୍ଧ୍ୱର୍ ପଲିଥିନ ଜବତ ହୋଇଥିବା ନେଇ ସୂଚନା ମିଳିଛି । ଏଥିସହ ସିଙ୍ଗିଲ ୟୁଜର ପ୍ଲାଷ୍ଟିକ କପ, ପ୍ଲେଟ, ଗ୍ଲାସ, ପଲିଥିନ ଆଦି ସାମଗ୍ରୀ ଆଗୁ ବ୍ୟବହାର ନ କରିବାକୁ ଦୋକାନୀମାନଙ୍କ ସଚେତନତା କରାଯାଇଛି । ସୂଚନାଥାଉକି, ପରିବେଶ ସଂରକ୍ଷଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶକ୍ରମେ ସହରର ପଲିଥିନ ଓ ଏକକ ପ୍ଲାଷ୍ଟିକ କଟକଣାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଆଜି ବିଭିନ୍ନ ଛୋଟ ବଡ଼ ଦୋକାନରେ ସିଏମସି ପକ୍ଷରୁ ଚଢ଼ଉ କରାଯିବା ସହ ମାଇକ ଦ୍ୱାରା ଲୋକଙ୍କୁ ସଚେତନତା କରାଯାଇଥିଲା । ଆଗାମୀ ଦିନରେ ପ୍ଲାଷ୍ଟିକ୍ ବର୍ଜନ ପାଇଁ ସଚେତନତା ସୃଷ୍ଟି କରାଯିବା ସହ ଚଢ଼ଉକୁ ବ୍ୟାପକ କରାଯିବ ବୋଲି ଡେପୁଟି କମିଶନର ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *