୧ଠ ଲକ୍ଷରୁ ଊଦ୍ଧ୍ୱର୍ ଶ୍ରଦ୍ଧାଳୁଙ୍କ ସମାଗମ

ପୁରୀ (ବୁ୍ୟରୋ): ବର୍ଷକରେ ଥରେ ରଥାରୂଢ଼ ଅବସ୍ଥାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଥାଏ । ଏହି ସମୟରେ ଶ୍ରୀଜିଉଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳେ ବୋଲି ପୁରାଣରେ କଥିତ ରହିଛି । ତେଣୁ ଆଜିର ଦିନରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ଦୃଶ୍ୟକୁ ଦର୍ଶନ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଯାହାଫଳରେ ଭକ୍ତମୟ ହୋଇପଡ଼ିଛି ବଡଦାଣ୍ଡ । ବର୍ଷକରେ ଥରେ ମହାପ୍ରଭୁ ତାଙ୍କର ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଶ୍ରୀମନ୍ଦିର ରତ୍ନସିଂହାସନ ଛାଡ଼ି ମହାପ୍ରଭୁ ବାହାରି ଆସିଛନ୍ତି ଭକ୍ତଙ୍କମେଳକୁ । ରଥାରୂଢ଼ ଅବସ୍ଥାରେ ବଡ଼ଦାଣ୍ଡରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ୨ବର୍ଷ ପରେ ଭକ୍ତଙ୍କ ମେଳରେ ବଡ଼ଦାଣ୍ଡରେ ଗଡ଼ିଛି ରଥ । ରଥାରୂଢ଼ ଠାକୁରଙ୍କୁ ଦର୍ଶନ ଲାଗି ବଡ଼ଦାଣ୍ଡରେ ୧୦ଲକ୍ଷରୁ ଊଦ୍ଧ୍ୱର୍ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।
ଶୁକ୍ରବାର ମହାପ୍ରଭୁଙ୍କ ଘୋଷଯାତ୍ରା ଲାଗି ସକାଳୁ ସକାଳୁ ବଡ଼ଦାଣ୍ଡରେ ଜମିଥିଲା ଭକ୍ତଙ୍କ ଭିଡ଼ । ଏପରିକି ସକାଳ ସମୟରେ ମଧ୍ୟ ପାଗ କୋହଲା ରହିଥିଲା । ହେଲେ ଦିନ ଯେତିକି ବଢ଼ିଲା ସେତିକି ତାପମାତ୍ର ମଧ୍ୟ ବୃଦ୍ଧି ପାଇଥିଲା । ଏପରିକି ସକାଳ ୧୦ଟା ସମୟରେ ବଡ଼ଦାଣ୍ଡ ହୋଇ ପଡ଼ିଥିଲା ଭକ୍ତମୟ । ମାତ୍ର ଟାଣଖରା ଓ ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ଶ୍ରଦ୍ଧାଳୁ । ତେବେ ଏହି ଅସହ୍ୟ ଗୁଳୁଗୁଳିରେ ଶତାଧିକ ମହିଳା, ପୁରୁଷ ଅସୁସ୍ଥ ହୋଇ ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *