ପାଣିଟାଙ୍କି କାମ ନିମ୍ନମାନର ଅଭିଯୋଗ
କଣ୍ଟାପଡ଼ା (ଆପ୍ର): କଣ୍ଟାପଡ଼ା ବ୍ଲକ୍ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ନୂଆଗାଁ ସ୍କୁଲ୍ ପାଖରେ ନିର୍ମାଣ କରାଯାଉଥିବା ପାଣିଟାଙ୍କି ଅତ୍ୟନ୍ତ ନିମ୍ନମାନର ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି । କମ୍ ସିମେଣ୍ଟ ଭାଗ ସହିତ ବ୍ୟବହୃତ ହେଉଥିବା ରଡ଼ ବ୍ରାଣ୍ଡେଡ୍ କମ୍ପାନୀର ନୁହେଁ ବୋଲି ଅଭିଯୋଗ ହୋଇଛି । ଆର୍ଡବ୍ଲୁଏସ୍ଏସ୍ର କାମ ହୋଇଥିବାବେଳେ ସେଠାରେ ଜେଇ ଅନୁପସ୍ଥିତ ରହୁଥିବାରୁ ଠିକାଦାର ଜଣକ ସ୍ଥାନୀୟ କିଛି କୁଜିନେତାଙ୍କୁ କାମଦେଇ ଠିକାଦାର ଜଣକ ନିଜ ମୁଣ୍ଡକୁ ହାଲ୍କା କରି ବସିଛି । ଏହି କାମର ବିଧିବଦ୍ଧ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।