ରଥ ଟାଣିଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ପୁରୀ, ୧ା୭(ବୁ୍ୟରୋ): ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରେ ଭକ୍ତ ଏବଂ ଭଗବାନଙ୍କ ମହାମିଳନ ହୋଇଛି । କରୋନା ପରିସ୍ଥିତି ଯୋଗୁ ଦୁଇବର୍ଷ ଧରି ରଥଯାତ୍ରାରେ ସାମିଲ୍ ହେବାକୁ ଭକ୍ତଙ୍କୁ ଅନୁମତି ମିଳୁନଥିଲା । ହେଲେ ଏଥର ଭକ୍ତ ଗହଣରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା । ସାମିଲ୍ ହୋଇଛନ୍ତି ଲକ୍ଷଲକ୍ଷ ଶ୍ରଦ୍ଧାଳୁ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ମୂରଲୀଧର ପ୍ରମୁଖ ରଥଯାତ୍ରାରେ ସାମିଲ୍ ହୋଇଥିଲେ । ଏପରିକି ଟାଣ ଖରାକୁ ଖାତିର୍ ନ କରି ବଡ଼ଦାଣ୍ଡରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଟାଣିଥିଲେ । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁ ଏବଂ ୫-ଟି ସଚିବ ଭିକେ ପାଣ୍ଡିଆନ୍ ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ହାତ ହଲାଇ ସମସ୍ତଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *