ବୈଶିଙ୍ଗା-ରୁପ୍ସା ରାସ୍ତାରୁ ପିଚୁ ଉଠିଲାଣି

ବୈଶିଙ୍ଗା (ଆପ୍ର): ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ବୈଶିଙ୍ଗା-ରୁପ୍ସା ରାସ୍ତାର ରୂପାନ୍ତରିକରଣ କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ଯୋଗୁ ରାସ୍ତାରୁ ଏବେ ପିଚୁ ଉଠିଥିବା ଦେଖିବାକୁ ମିଳିଛି । ରାସ୍ତା ରୂପାନ୍ତରଣ ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ନିମ୍ନମାନର ରାସ୍ତା କରି ଠିକାଦାର ମାଲେମାଲ ହେଉଛନ୍ତି । ରାସ୍ତା ଦେଇ ବହୁ ଉଚ୍ଚ ପ୍ରଶାସନିକ ଅଧିକାରୀ ତଥା ଲୋକ ପ୍ରତିନିଧି ପ୍ରତିଦିନ ଯାତାୟାତ କରୁଥିଲେ ମଧ୍ୟ ଏହି ବିପଜ୍ଜନକ ରାସ୍ତା ପ୍ରତି କାହାର ମଧ୍ୟ ତିଳେ ହେଲେ ଦୃଷ୍ଟି ପଡ଼େ ନାହିଁ । କେଉଁଠି ପିଚୁ ଉଠି ମାଟି ଦେଖା ଗଲାଣି ତ ଆଉ କେଉଁଠି ରାସ୍ତା ଦବି ଖାଲ ହୋଇଗଲାଣି । ଅଞ୍ଚଳବାସୀ ଏ ବାବଦରେ ବିଭାଗୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ ଠିକାଦାରଙ୍କ ଦୃଷ୍ଟିଆକର୍ଷଣ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ । ବିଭାଗୀୟ ଯନ୍ତ୍ରୀଙ୍କ ସମ୍ପୃକ୍ତ ଠିକାଦାରଙ୍କ ପ୍ରତି ଉଦାସୀନତା ଥିବା ପରିଲକ୍ଷିତ ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *