ଶିନେ୍ଦ ମୁଖ୍ୟମନ୍ତ୍ରୀ, ଫଡଣବିସ ଡେପୁଟୀ
ମୁମ୍ବାଇ, ୩୦ା୬: ଏକ ଅପ୍ରତ୍ୟାଶିତ ରାଜନୈତିକ ଘଟଣାକ୍ରମରେ ଗୁରୁବାର ଶିବସେନାର ବିଦ୍ରୋହୀ ଗୋଷ୍ଠୀ ନେତା ଏକନାଥ ଶିନେ୍ଦ ମହାରାଷ୍ଟ୍ରର ୨୦ତମ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଥିବା ବେଳେ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଦୁହିଁଙ୍କୁ ରାଜ୍ୟପାଳ ଭଗତ ସିଂହ କୌଶ୍ୟାରୀ ଶପଥପାଠ କରାଇଛନ୍ତି । ଶପଥଗ୍ରହଣର ଘଣ୍ଟାକ ପରେ ଶିନେ୍ଦ ଓ ଫଡଣବିସଙ୍କ ମଧ୍ୟରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ଜୁଲାଇ ୨ରୁ ବିଧାନସଭାର ଦୁଇଦିନିଆ ବିଶେଷ ଅଧିବେଶନ ଡାକିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହାସହିତ ମହାରାଷ୍ଟ୍ର ମହାନାଟକର ଯବନିକା ପଡିଛି ।
ବିଧାନସଭାରେ ସଂଖ୍ୟାବଳ ଦୃଷ୍ଟିରୁ ଫଡଣବିସ ମୁଖ୍ୟମନ୍ତ୍ରୀ ହେବା କଥା । କିନ୍ତୁ ବିଜେପି ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି, ଦଳ କ୍ଷମତାଲିପ୍ସୁ ନୁହେଁ ବୋଲି ରାଜ୍ୟବାସୀଙ୍କୁ ସନେ୍ଦଶ ଦେଇ ଫଡଣବିସଙ୍କୁ ଉପମୁଖ୍ୟମନ୍ତ୍ରୀ କରାଇଛି । ପୂର୍ବତନ ମୁଖମନ୍ତ୍ରୀ ଫଡଣବିସ ଏବେ ଉପମୁଖ୍ୟମନ୍ତ୍ରୀ ହେବା ଘଟଣା ନେଇ ସୋସାଲ୍ ମିଡିଆରେ ଝଡ ସୃଷ୍ଟି ହୋଇଥିବାବେଳେ ରାଜନୈତିକ ମହଲରେ ଭିନ୍ନ ଚର୍ଚ୍ଚା ହେଉଛି । କେତେକ ସମୀକ୍ଷକଙ୍କ ମତରେ ଫଡଣବିସ ‘ସୁପର ଚିଫ୍ମିନିଷ୍ଟର’ ଭାବେ ସବୁ ନିଷ୍ପତ୍ତି ନେବେ; ଆଉ କେତେକଙ୍କ ମତରେ ମହାରାଷ୍ଟ୍ର ରାଜନୀତିରେ ଫଡଣବିସଙ୍କ ପ୍ରାଧାନ୍ୟ ହ୍ରାସ ପାଇଁ ବିଜେପି ହାଇକମାଣ୍ଡଙ୍କର ଏହା ପ୍ରାରମ୍ଭିକ ପଦକ୍ଷେପ ।
ଗୁରୁବାର ରାତି ସାଢେ ୭ଟା ବେଳେ ହୋଇଥିଲା ଶପଥ ସମାରୋହ । ଶିନେ୍ଦ ଓ ତାଙ୍କ ସମର୍ଥକମାନେ ଅପରାହ୍ଣରେ ଗୋଆରୁ ଆସି ମୁମ୍ବାଇରେ ପହଞ୍ଚôଥିଲେ ।
ଶିନେ୍ଦ ଫଡଣବିସଙ୍କ ବାସଭବନକୁ ଯାଇ ଆଲୋଚନା କରିବା ପରେ ଦୁଇ ନେତା ରାଜଭବନରେ ପହଞ୍ଚô ସମର୍ଥକ ବିଧାୟକମାନଙ୍କ ତାଲିକା ରାଜ୍ୟପାଳଙ୍କୁ ଦେଇଥିଲେ । ପରେ ପରେ ଫଡଣବିସ ସାମ୍ବାଦିକ ସମ୍ମିଳନୀ ଡାକି କହିଥିଲେ ଯେ ଗୁରୁବାର କେବଳ ଶିନେ୍ଦ ମୁଖ୍ୟମନ୍ତ୍ରୀଭାବେ ଶପଥ ନେବେ, ବିଜେପି ସରକାରରେ ନ ରହି ବାହାରୁ ସମର୍ଥନ ଦେବ । ସନ୍ଧ୍ୟା ସାଢେ ୬ଟା ବେଳେ ଶପଥଗ୍ରହଣ ଗୃହର ମଞ୍ଚରେ ଦୁଇଟି ଆସନ ଥିବା ଦେଖାଯାଇଥିଲା – ଗୋଟିଏ ରାଜ୍ୟପାଳଙ୍କ ପାଇଁ, ଅନ୍ୟଟି ଶିନେ୍ଦଙ୍କ ପାଇଁ । ୭ଟା ୫ ମିନିଟ୍ରେ ମଞ୍ଚରେ ୩ଟି ଆସନ ପଡିବାରୁ ଶିନେ୍ଦଙ୍କ ସହ ଆଉ କେହି ଜଣେ ଶପଥ ନେବେ ବୋଲି ସ୍ପଷ୍ଟ ହୋଇଯାଇଥିଲା । କିଛି ସମୟ ପରେ ବିଜେପି ହାଇକମାଣ୍ଡ ସୂଚନା ଦେଲେ ଯେ ଫଡଣବିସ ଉପମୁଖ୍ୟମନ୍ତ୍ରୀ ପଦରେ ରହିବେ ।