ପିଏସ୍ଏଲ୍ଭି ସି-୫୩ର ସଫଳ ଉତ୍କ୍ଷେପଣ

ଶ୍ରୀହରିକୋଟା (ଏଜେନ୍ସି): ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ), ଗୁରୁବାର ସନ୍ଧ୍ୟା ୬.୨ ମିନିଟ୍ରେ ପିଏସ୍ଏଲ୍ଭି-ସି୫୩/ ଡିଏସ୍-ଇଓ ମିସନ୍ ଲଞ୍ଚ୍ କରିଛି । ଏହାକୁ ମିଶାଇ ପିଏସ୍ଏଲ୍ଭି ନିଜର ୫୫ତମ ଅନ୍ତରୀକ୍ଷ ମିଶିନ୍ ଅଭିମୂଖେ ବାହାରିଯାଇଛି । ସିଙ୍ଗାପୁରର ନେନ୍ୟାଙ୍ଗ୍ ଟେକ୍ନୋଲୋଜି ନାମକ ଏକ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ୩ କମର୍ସିଆଲ ସାଟେଲାଇଟ୍ ସହ ଦୁଇଟି ଭାରତୀୟ ଷ୍ଟାର୍ଟଅପ୍ କମ୍ପାନୀର ୨ଟି ପରୀକ୍ଷଣମୂଳକ ସାଟୋଲାଇଟ୍କୁ ନେଇ ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍ ସେଣ୍ଟରର ଦ୍ୱିତୀୟ ଲଞ୍ଚ୍ ପ୍ୟାଡ଼୍ରୁ ପିଏସ୍ଏଲ୍ଭି-୫୩ ମହାକାଶ ଅଭିମୂଖେ ଉତ୍କ୍ଷେପଣ କରିଛି । ସିଙ୍ଗାପୁରର ଏହି ୩ ସାଟେଲାଇଟ୍କୁ ଲୋ ଆର୍ଥ ଅର୍ବିଟ୍ରେ ଅବସ୍ଥାପିତ କରିବା ଉଦେ୍ଦଶ୍ୟରେ ପିଏସ୍ଏଲ୍ଭି-୫୩ର ଉତ୍କ୍ଷେପଣ କରାଯାଇଛି । ସିଙ୍ଗାପୁରର ଏହି ୩ ସାଟେଲାଇଟ୍ ମଧ୍ୟରୁ ଦିନ ରାତି ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଫଟୋ ଉତ୍ତୋଳନ କରିପାରୁଥିବା ଏକ ସାଟେଲାଇଟ୍ ରହିଛି । ସୂଚନାଯୋଗ୍ୟ ଭାରତର ଦିଗନ୍ତର ଏବଂ ଧ୍ରୁବ ଏରୋସ୍ପେଶ ନାମକ ଦୁଇ ମହାକାଶ ଷ୍ଟାର୍ଟଅପ୍ କମ୍ପାନୀ ନିଜର ଦୁଇ ପରୀକ୍ଷଣମୂଳକ ସାଟେଲାଇଟ୍କୁ ଏଥିରେ ସାମିଲ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *