ଅସରାଏ ବର୍ଷାରେ କ୍ଲାସ୍ରୁମ୍ରେ ପାଣି

ସ୍ମାର୍ଟ ସ୍କୁଲର ବିକଳ ଚିତ୍ର
ନରସିଂହପୁର (ଆପ୍ର): ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ନରସିଂହପୁର ବ୍ଲକ୍ରେ ପ୍ରଥମେ ୫-ଟି ମୁଖ୍ୟ ସଚିବ ଅନନ୍ତ ନାରାୟଣ ହାଇସ୍କୁଲକୁ ହାତକୁ ନେବାପରେ ଏହା ସ୍ମାର୍ଟ କ୍ଲାସ ରୁମକୁ ଉଦଘାଟନ କରିଥିଲେ ଜିଲ୍ଲାପାଳ । ତେବେ ଆଜି ସାମାନ୍ୟ ବର୍ଷାରେ ସ୍କୁଲ ଛାତରୁ ପାଣି ଗଳି କମ୍ପୁ୍ୟଟର ଓ ଏଲ୍ସିଡି ରୁମରେ ପାଣି ଗଳି ସମସ୍ତ ଜିନିଷ ପତ୍ର ନଷ୍ଟ ହେବାକୁ ବସିଛି । ମୋ ସ୍କୁଲ ସରକାରୀ ଅନୁଦାନରେ ତିଆରି ହୋଇଛି ପିଲାମାନେ ପାଠ ପଢିବା ପାଇଁ ସ୍ମାଟକ୍ଲାସ ରୁମ୍ । ହେଲେ କଟକ ଜିଲ୍ଲା ନରସିଂହପୁର ବ୍ଲକ୍ର ଅନନ୍ତ ନାରାୟଣ ହାଇସ୍କୁଲରେ ଦେଖିବାକୁ ମିଳିଛି ଏହି ବିକଳ ଦୃଶ୍ୟ । ଏହି ସ୍କୁଲରେ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ପିଲାମାନେ ପାଠ ପଢିବା ପାଇଁ ତିଆରି ହୋଇଛି ଦୁଇଟି ସ୍ମାର୍ଟ କ୍ଲାସ୍ରୁମ୍ । ଗୋଟିଏ ଇ-ଲାଇବ୍ରେରୀ ଓ ବିଜ୍ଞାନ ରୁମ୍ । ଏହି ରୁମ୍ରେ ହୋଇଥିବା ସିଲିଂ ତଳକୁ ଖସି ଭାଙ୍ଗି ଗଲାଣି । ରୁମ୍ ଭିତରେ ପାଣି । ରୁମ୍ରେ ଥିବା ପାଣିରେ ଖେଳୁଛନ୍ତି ପିଲା । ଘର ଥାଉ ଥାଉ ସ୍କୁଲ ବାରଣ୍ଡାରେ ବସି ପାଠ ପସ୍କୁଛନ୍ତି । କଥାରେ ଅଛି ସରକାରଙ୍କ ମାଲ୍ ଦରିଆ ମେ ଡାଲ । ତେବେ ଏହିଭଳି ଦୁଶ୍ୟକୁ ଦେଖି ଜନସାଧାରଣ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଏହାର ସମାଧାନ ଲାଗି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *