ତହସିଲ ଆଗରେ ଧାରଣା
ଶାନ୍ତି କମିଟିକୁ ବିରୋଧ
ମୋହନା (ଆପ୍ର): ଗଜପତି ଜିଲ୍ଲା ମୋହନା ଥାନା ଅଧୀନ ଚନ୍ଦ୍ରଗିରି ଫାଣ୍ଡିରେ ବୁଧବାର ହୋଇଥିବା ଶାନ୍ତି କମିଟିକୁ ବିରୋଧକରି ତହସିଲ ଅଫିସ ଘେରାଉ କରି ବାହାଡାପଦା ମହିଳାମାନେ ଧାରଣାରେ ବସିଥିଲେ । ଉତ୍ତ୍ୟକ୍ତ ମହିଳାମାନେ ତହସିଲ ଅଫିସ୍ ଭିତରକୁ ଧଶେଇ ପଶିଥିଲେ । ଗଜପତି ଜିଲ୍ଲା ମୋହନା ଥାନା ଚରିଆବାଡ଼ରେ ଥିବା ସରକାରୀ ଜମିକୁ ନେଇ ଉଭୟ ବାହାଡ଼ାପଦା ଓ ବିଜିପୁର ଗ୍ରାମବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ପରେ ଗତ ବୁଧବାର ଚନ୍ଦ୍ରଗିରି ଫାଣ୍ଡିରେ ଶାନ୍ତି କମିଟି ବୈଠକ ବସିଥିଲା । ସେଥିରେ ବାହାଡ଼ାପଦା ଗାଁ ପକ୍ଷରୁ ଉପସ୍ଥିତ ୪ଜଣଙ୍କୁ ପୁଲିସ୍ ଜୋର ଜବରଦସ୍ତ ଦସ୍ତଖତ କରାଇଥିବା ଅଭିଯୋଗ କରିଛନ୍ତି ମହିଳାମାନେ ।
ଶାନ୍ତି କମିଟି ବୈଠକରେ କାହିଁକି ଉପସ୍ଥିତ ରହି ଚୁକ୍ତିନାମା କାଗଜରେ ଦସ୍ତଖତ କରିଥିବାରୁ ଏହାକୁ ବିରୋଧ କରି ସଂପୃକ୍ତ ୪ଜଣଙ୍କୁ ଗାଁରେ ପୁରାଇ ନ ଦେବାରୁ ସେମାନେ ଗତ ବୁଧବାରଠାରୁ ନିଖୋଜ ଅଛନ୍ତି । ଆମକୁ ଶାନ୍ତି କମିଟି ଦରକାର ନାହିଁ । ଆମ ଜମି ଆମକୁ ଦରକାର ବୋଲି ଜିଦ୍ରେ ଅଟଳ ଅଛନ୍ତି ମହିଳା । ସେପଟେ ୪ଜଣଙ୍କ ସ୍ତ୍ରୀ ପିଲାଙ୍କୁ ଧରି ତହସିଲଦାରଙ୍କୁ କହିଛନ୍ତି ଆମ ସ୍ୱାମୀଙ୍କର କେସଣସି କ୍ଷତି ହେଲେ ତହସିଲ ସାମ୍ନାରେ ଜୀବନ ହାରିବୁ ବୋଲି ଚେତାବନୀ ଦେଇଛନ୍ତି । ଏ ନେଇ ସେମାନେ ଲିଖିତ ଅଭିଯୋ ମଧ୍ୟ ଦେଇଛନ୍ତି । ଘଟଣାସ୍ଥଳରେ ପୁଲିସ୍ ପହଞ୍ଚô ଉତ୍ତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରିବା ପରେ ଘଟଣାସ୍ଥଳରୁ ମହିଳାମାନେ ଚାଲି ଯାଇଥିଲେ ।