ବର୍ମିଂହାମ୍ ଟେଷ୍ଟରେ ନେତୃତ୍ୱ ନେବେ ବୁମ୍ରା

ବିସିସିଆଇର ଘୋଷଣା
ମୁମ୍ବାଇ, ୩୦ା୬ (ଏଜେନ୍ସି): ଇଂଲଣ୍ଡ ବିପକ୍ଷରେ ଜୁଲାଇ ୧ରୁ ଆରମ୍ଭ ହେବାକୁ ଥିବା ପୁନଃନିର୍ଦ୍ଧାରିତ ‘ପଞ୍ଚମ ଟେଷ୍ଟ’ ମ୍ୟାଚ୍ରେ କିଏ ଟିମ୍ ଇଣ୍ଡିଆର ଅଧିନାୟକ ହେବେ, ଶୂକ୍ରବାର ତାହାକୁ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟିଛି । ନିୟମିତ ଅଧିନାୟକ ରୋହିତ ଶର୍ମା କରୋନା ସଂକ୍ରମିତ ହୋଇଥିବା ଯୋଗୁଁ ମ୍ୟାଚ୍ରୁ ବାଦ୍ ପଡ଼ିଥିବା ଯୋଗୁଁ ଦ୍ରୁତ ବୋଲର୍ ଯଶପ୍ରୀତ ବୁମ୍ରା ଭାରତୀୟ ଟିମ୍ର ନେତୃତ୍ୱ ନେବେ ବୋଲି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି ।
ବୁଧବାର ବୁମ୍ରା ଟିମ୍ର ଅଧିନାୟକ ହେବେ ବୋଲି ଆପାତତଃ ସ୍ପଷ୍ଟ ହୋଇଯାଇଥିଲା, ଖାଲି ବୋର୍ଡର ଘୋଷଣା ବାକି ଥିଲା । କପିଳ ଦେବଙ୍କ ପରେ ଟେଷ୍ଟ କ୍ରିକେଟ୍ରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବାରେ ସେ ପ୍ରଥମ ପେସର୍ ହେବେ । ବୁମ୍ରା ଲମ୍ବା ଫର୍ମାଟ୍ରେ ୩୬ତମ କ୍ରିକେଟର୍ ଭାବେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ । ଏହି ଗୁଜରାଟୀ ପେସର୍ ୨୯ ମ୍ୟାଚ୍ ଖେଳି ୧୨୩ ୱିକେଟ୍ ଅକ୍ତିଆର କରିଛନ୍ତି । ବିସିସିଆଇର ସୂଚନା ଅନୁଯାୟୀ ରିଷଭ ପନ୍ତ ଉପ-ଅଧିନାୟକ ଦାୟିତ୍ୱ ତୁଲାଇବେ ।
ଭାରତ ପାଞ୍ଚ ମ୍ୟାଚ୍ର ଶୃଙ୍ଖଳାରେ ୨-୧ରେ ଅଗ୍ରଣୀ ଅଛି । ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍ ଗତବର୍ଷ ସେପ୍ଟେମ୍ବରରେ ମାଞ୍ଚେଷ୍ଟର ଠାରେ ଖେଳାଯିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଭାରତୀୟ ଶିବିରରେ କରୋନା ସଂକ୍ରମଣ ଦେଖାଦେବାରୁ ଶେଷ ମୁହୂର୍ତ୍ତରେ ଏହାକୁ ସ୍ଥଗିତ ରଖିବାକୁ ପଡ଼ିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *