ଆସ୍ଥା ଭୋଟ୍ ପୂର୍ବରୁ ଉଦ୍ଧବଙ୍କ ଇସ୍ତଫା

ମୁମ୍ବାଇ/ନୂଆଦିଲ୍ଲୀ/ଗୁଆହାଟୀ, ୨୯ା୬: ମହାରାଷ୍ଟ୍ର ବିଧାନସଭାରେ ଆସ୍ଥା ଭୋଟ ପାଇଁ ରାଜ୍ୟପାଳଙ୍କ ଆଦେଶ ଉପରେ ରୋକ୍ ଲଗାଇବା ଆବେଦନକୁ ବୁଧବାର ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେବାର ଅଧଘଣ୍ଟାଏ ପରେ ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକ୍ରେ ଇସ୍ତଫା ଦେଇଛନ୍ତି । ଏହା ସହିତ ସେ ବିଧାନ ପରିଷଦ ସଦସ୍ୟ ପକ୍ଷରୁ ମଧ୍ୟ ଇସ୍ତଫା ଦେଇଥିବା ଫେସ୍ବୁକ୍ ଲାଇଭ୍ ମାଧ୍ୟମରେ ଘୋଷଣା କରିଛନ୍ତି । ଫଳତଃ ଜୁନ୍ ୨୨ରୁ ରାଜ୍ୟ ରାଜନୀତିରେ ଯେଉଁ ମହାନାଟକ ଚାଲିଥିଲା ତାହାର ପରିସମାପ୍ତି ଘଟିବାକୁ ଯାଉଛି । ଏକନାଥ ଶିନେ୍ଦଙ୍କ ନେତୃତ୍ୱରେ ମହାବିକାଶ ଅଘାଡି ମେଣ୍ଟ (ଏମ୍ଭିଏ)ସରକାର ବିରୋଧରେ ବିଦ୍ରୋହ କରିଥିବା ଶିବସେନା ବିଧାୟକମାନେ ବୁଧବାର ବୁଧବାର ସକାଳେ କାମାକ୍ଷା ଦେବୀ ମନ୍ଦିରରେ ଦର୍ଶନ କରି ସନ୍ଧ୍ୟାରେ ଗୁଆହାଟୀରୁ ଡେରା ଉଠାଇ ଗୋଆକୁ ଚାଲିଆସିଛନ୍ତି । ଫ୍ଲୋର୍ ଷ୍ଟେଟ୍ରେ ଭାଗ ନେବା ପାଇଁ ସେମାନେ ଗୁରୁବାର ମୁମ୍ବାଇରେ ପହଞ୍ଚôବେ ।
ମହାରାଷ୍ଟ୍ର ରାଜ୍ୟପାଳ ଜୁନ୍ ୩୦ ସନ୍ଧ୍ୟା ୫ଟା ସୁଦ୍ଧା ଫ୍ଲୋଣ୍ ଷ୍ଟେଟ୍ କରାଇବା ଲାଗି ଆଦେଶ ଦେଇଥିଲେ । ଶିବସେନା ଏହା ବିରୋଧରେ ସୁପ୍ରିମ୍କୋର୍ଟକୁ ଯାଇଥିଲେ । କୋର୍ଟରେ ଅପରାହ୍ନରେ ୩ଘଣ୍ଟା ୧୦ମିନିଟ୍ ଧରି ଶୁଣାଣି ଚାଲିଥିଲା । ରାତି ୯ଟାରେ ସୁପ୍ରିମ୍କୋର୍ଟଙ୍କ ଅବସରକାଳୀନ ଖଣ୍ଡପୀଠ ରାୟ ଘୋଷଣା କରି ଶିବସେନାର ପିଟିସନ୍କୁ ଖାରଜ କରିଦେଇଥିଲେ ।
ଯେପର୍ଯ୍ୟନ୍ତ ରାଜ୍ୟପାଳଙ୍କ ନିଷ୍ପତ୍ତି ତର୍କହୀନ ବୋଲି ପ୍ରମାଣିତ ହୋଇନାହିଁ ସେପର୍ଯ୍ୟନ୍ତ ତାଙ୍କ ନିଦେ୍ର୍ଦଶକ ଉପରେ ହସ୍ତକ୍ଷେପ କରାଯାଇପାରିବ ନାହିଁ ବୋଲି ସିନେ୍ଧ ଗୋଷ୍ଠୀଙ୍କ ପକ୍ଷରୁ ଲଢୁଥିବା ଆଇନ୍ଜୀବୀ ନୀରଜ କିଷନ୍ କୌଲ୍ ଯୁକ୍ତି ଉପସ୍ଥାପନ କରିଥିଲେ ।
ନ୍ୟାୟମୂର୍ତ୍ତି ସୂର୍ଯ୍ୟକାନ୍ତ ଓ ନ୍ୟାୟମୂର୍ତ୍ତି ଜେ.ବି.ପାରଦିୱାଲାଙ୍କ ପୀଠ ଶୁଣାଣି ପ୍ରକ୍ରିୟା ମଧ୍ୟରେ ଶିବସେନା ପକ୍ଷର ଓକିଲ ଏ.ଏମ୍.ସିଘଭୀଙ୍କୁ ପଚାରିଥିଲେ- ବିଧାନସଭାରେ ଶକ୍ତି ପରୀକ୍ଷା ସହ ବିଦ୍ରୋହୀ ବିଧାୟକମାନଙ୍କ ଅଯୋଗ୍ୟତା ସମ୍ବନ୍ଧୀୟ ମାମଲାର କି ସମ୍ପର୍କ ଅଛି? ଆମ ମତରେ ବିଧାନସଭାରେ ଆସ୍ଥା ଭୋଟ୍ କରାଗଲେହିଁ ସମସ୍ୟାର ସମାଧାନ ବାଟ ମିଳିବ ।
ଉଦ୍ଧବଙ୍କ ଇସ୍ତଫା ଘୋଷଣା ପରେ ବିଜେପି ବିଧାୟକଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ମୁମ୍ବାଇ ତାଜ୍ ହୋଟେଲ୍ରେ ବୁଧବାର ଅନୁଷ୍ଠିତ ବିଜେପି ବିଧାୟକ ବୈଠକରେ ବନେ୍ଦ ମାତରମ୍ ନାରା ଡକାଇ ଅନେକ ବିଧାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବିସଙ୍କୁ ମିଠେଇ ଖୁଆଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *