ସୀତାବିଞ୍ଜ ପର୍ଯ୍ୟଟନସ୍ଥଳୀର ବଦଳିବ ରୂପରେଖ

କେନ୍ଦୁଝର (ଆପ୍ର): କେନ୍ଦୁଝର ଜିଲ୍ଲାରେ ବହୁ ସରକାରୀ ସ୍ୱୀକୃତିପ୍ରାପ୍ତ ପର୍ଯ୍ୟଟନସ୍ଥଳ ରହିଛି । ସେଥିରୁ କେତୋଟିର ବିକାଶ ହୋଇଥିବା ବେଳେ ଆଉ କେତୋଟିର ସରକାରୀ ସ୍ତରରେ ପଦକ୍ଷେପ ନିଆଯାଉଛି । ଏଭଳି ପରିପ୍ରେକ୍ଷୀରେ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳ ସୀତାବିଞ୍ଜର ବିକାଶ ନିମନ୍ତେ ୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରଶାସନିକ ଅନୁମୋଦନ ମିଳିଛି । ସୀତାବିଞ୍ଜକୁ ଆସୁଥିବା ପର୍ଯ୍ୟଟକମାନେ ଏହାର ସୁଫଳ ପାଇପାରିବେ ଏବଂ ପର୍ଯ୍ୟଟନ କ୍ଷେତ୍ର ଉପରେ ନିର୍ଭରଶୀଳ ପରିବାର ଗୁଜୁରାଣ ମେଣ୍ଟାଇବାରେ ସହାୟକ ହୋଇପାରିବ ।
ସରକାରଙ୍କ ପକ୍ଷରୁ ରିଭାଇଜ ବ୍ୟୟ ଅଟକଳର ପ୍ରଶାସନିକ ଅନୁମୋଦନ ନିମନ୍ତେ ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଜ୍ୟପାଳଙ୍କୁ ପ୍ରେରଣ ହୋଇଥିଲା । ରାଜ୍ୟ ସରକାର ୩୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳକୁ ଅନୁମୋଦନ କରିଥିବା ଜଣାପଡ଼ିଛି । ଏହି ଅନୁମୋଦିତ ଅର୍ଥରେ ପାର୍କିଂ ସ୍ଥଳ, ପର୍ଯ୍ୟଟନ ସ୍ଥଳରେ ପାଲା ମଣ୍ଡପ, କଲଭର୍ଟ ନିର୍ମାଣ ଏବଂ ମାତା ସୀତା ମନ୍ଦିରର ସୁରକ୍ଷା ଘେରା ଏବଂ ମନ୍ଦିରକୁ ଜଳ ଯୋଗାଣ ବ୍ୟବସ୍ଥା କରାଯିବ । ସୀତାବରେ ପାର୍କିଂ ସ୍ଥଳ ନିର୍ମାଣ ନିମନ୍ତେ ୧୩ ଲକ୍ଷ ୧୨ ହଜାର ୫୧୪ ଟଙ୍କା ବ୍ୟୟ ଅଟକଳକୁ ପ୍ରଶାସନିକ ଅନୁମୋଦନ ମିଳିଛି । ସେହିପରି ପାଲା ମଣ୍ଡପ ନିର୍ମାଣ ନିମନ୍ତେ ୩ ଲକ୍ଷ ୯୮ ହଜାର ୩୬୫, ମାତା ସୀତା ମନ୍ଦିରରେ ସୁରକ୍ଷା ଘେରା ନିମନ୍ତେ ୭ ଲକ୍ଷ ୪୧ ହଜାର ୬୬୫ ଟଙ୍କାର ଅଟକଳ ଅନୁମୋଦନ କରାଯାଇଛି । ଅନ୍ୟପକ୍ଷରେ ମାତା ସୀତା ମନ୍ଦିରକୁ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ୨ ଲକ୍ଷ ଟଙ୍କାର ବ୍ୟୟ ଅଟକଳକୁ ପ୍ରଶାସନିକ ଅନୁମୋଦନ ଲାଭ କରିଥିବା ସୂଚନା ମିଳିଛି ।
ଏହି ପର୍ଯ୍ୟଟନସ୍ଥଳର ବିକାଶ ନିମନ୍ତେ ଅନେକବାର ଦାବି ଉଠୁଥିଲା । ଏଠାକାର ରାବଣ ଛାୟା ଦେଖିବାକୁ ଦୂର ଦୂରାନ୍ତରୁ ପର୍ଯ୍ୟଟକ ଆସିଥାନ୍ତି । ସୀତୀବିଞ୍ଜକୁ ଲବକୁଶଙ୍କର ଏନ୍ତୁଡ଼ିଶାଳ ବୋଲି କୁହାଯାଏ । ବିଭିନ୍ନ ପର୍ବପର୍ବାଣିରେ ଏହି ପର୍ଯ୍ୟଟନସ୍ଥଳରେ ଜନଗହଳି ହୋଇଥାଏ । ବିଶେଷ କରି ରଜ ସମୟରେ ଏଠାରେ ବଡ଼ ମେଳା ଲାଗିଥାଏ । କେବଳ ମେଳା ମହୋସôବ ନୁହେଁ, ବର୍ଷ ତମାମ ସୀତାବିଞ୍ଜକୁ ପର୍ଯ୍ୟଟକ ଆସିଥାନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *