ଜନ ଅଭିଯୋଗ ଶୁଣାଣିରେ ଗ୍ରାମବାସୀଙ୍କ ଅଭିଯୋଗ

ସ୍କୁଲ୍ ମିଶ୍ରଣରେ ଅଭିଭାବକ ଅସନ୍ତୁଷ୍ଟ
ନାଉଗାଁ (ଆପ୍ର): ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କମ ଉପସ୍ଥାନ ଥିବା ସ୍କୁଲ ଗୁଡିକକୁ ନିକଟସ୍ଥ ଅଧିକ ଉପସ୍ଥାନ ଥିବା ସ୍କୁଲ ସହିତ ମିଶ୍ରଣ କରାଯିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ନାଉଗାଁ ବ୍ଲକ୍ ନରଣପୁର ପ୍ରାଥମିକ ସ୍କୁଲକୁ ତେଣ୍ଟୋଇ ସ୍ଥିତ ଉଚ୍ଚ ପ୍ରାଥମିକ ସ୍କୁଲ ଓ ଚାନ୍ଦପୁରା ପ୍ରାଥମିକ ସ୍କୁଲକୁ ବିପିନ ବିହାରୀ ଉଚ୍ଚ ପ୍ରାଥମିକ ସ୍କୁଲ ସହିତ ମିଶ୍ରଣ କରାଯାଇଛି । ନରଣପୁର ପ୍ରାଥମିକ ସ୍କୁଲକୁ ଅନ୍ୟତ୍ର ମିଶ୍ରଣ କରାଯିବାକୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସୋମବାର ଉକ୍ତ ସ୍କୁଲକୁ ଅନ୍ୟତ୍ର ମିଶ୍ରଣ ନ କରାଯିବା ପାଇଁ ଅଭିଭାବକ ଓ ଗ୍ରାମବାସୀଙ୍କ ତରଫରୁ ବାଲିକୁଦା ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ମିଳିତ ଜନ ଅଭିଯୋଗ ଶୁଣାଣିରେ ଅଭିଯୋଗ କରାଯିବା ସହିତ ନାଉଗାଁ ବ୍ଲକ ଶିକ୍ଷାଧିକାରୀଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରାଯାଇଛି ।
ଗାଁର ସୁବୋଧ କୁମାର ରାୟ, ରଶ୍ମୀରଞ୍ଜନ ତ୍ରିପାଠୀ, ଦିପ୍ତିରଞ୍ଜନ ତ୍ରିପାଠୀ, ପତିତ ପାବନ କାନୁନ୍ଗୋ, ଅଜୟ କୁମାର ରାୟଙ୍କ ସମେତ ୬୦ରୁ ଊଦ୍ଧ୍ୱର୍ ସ୍ୱାକ୍ଷରିତଙ୍କ ଅଭିଯୋଗ କ୍ରମେ ଏହି ସ୍କୁଲଟି ନରଣପୁର ଓ କୁରିକି ଦୁଇଟି ରାଜସ୍ୱ ଗ୍ରାମ ପାଇଁ ଉଦ୍ଦିଷ୍ଟ । ସ୍କୁଲରେ ବର୍ତ୍ତମାନ ୨୮ ଜଣ ପିଲା ପଢୁଥିବା ବେଳେ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟର ପତ୍ର ସଂଖ୍ୟା-୧୦୦୨/ତା୨୦/୦୬/୨୦୨୨ରେ ଏହି ସ୍କୁଲ୍ରେ କମ୍ ଉପସ୍ଥାନ ଥିବା ଦର୍ଶାଯାଇ ତେଣ୍ଟୋଇ ସ୍ଥିତ ଉଚ୍ଚ ପ୍ରାଥମିକ ସ୍କୁଲରେ ମିଶ୍ରଣ କରାଯାଇଛି । ଏହି ଗ୍ରାମ ଦ୍ୱୟ ଠାରୁ ତେଣ୍ଟୋଇ ଉଚ୍ଚ ପ୍ରାଥମିକ ସ୍କୁଲ ପ୍ରାୟ ୩ କିମି ଦୂର ହେଉଥିବାରୁ ଛୋଟପିଲାଙ୍କୁ ଏତେ ଦୂର ଛାଡ଼ିବାକୁ ଅଭିଭାବକ ଅମଙ୍ଗ ହେଉଛନ୍ତି । ତେଣୁ ପିଲାମାନଙ୍କୁ ଶିକ୍ଷାରୁ ବଞ୍ଚିତ ନ କରିବା ପାଇଁ ଉକ୍ତ ସ୍କୁଲକୁ ପୁନର୍ବାର ଖୋଲିବାକୁ ଅଭିଯୋଗରେ ଦର୍ଶାଯାଇଛି । ସୂଚନା ଥାଉକି ଏହି ସ୍କୁଲରେ ୨୦୨୦-୨୧ ଶିକ୍ଷାବର୍ଷରେ ୧୬ ପିଲାଙ୍କର ଉପସ୍ଥାନ ରହିଥିବା ବେଳେ ୨୦୨୧-୨୨ ଶିକ୍ଷା ବର୍ଷରେ ୩୦ଜଣ ପିଲାଙ୍କର ଉପସ୍ଥାନ ରହିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *