ସୀମାରେ ବଢ଼ୁଛି ଆରବୀ ମୁସଲିମ୍ ସଂଖ୍ୟା

ଆଇଏସ୍ଆଇ ଟାର୍ଗେଟ୍ରେ ରାଜସ୍ଥାନ!
ଉଦୟପୁର (ଏଜେନ୍ସି): ରାଜସ୍ଥାନକୁ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସ୍ଆଇ ଟାର୍ଗେଟ କରିଥିବା ସନେ୍ଦହ କରାଯାଉଛି । ଏଠାରେ ନିଜର କାୟା ବିସ୍ତାର କରିବା ପାଇଁ ହନି ଟ୍ରାପ୍ ଠାରୁ ଆରମ୍ଭ କରି ହ୍ୱାଟ୍ସଆପ୍ ଗ୍ରୁପ୍ ପର୍ଯ୍ୟନ୍ତ ସମସ୍ତ ପଦ୍ଧତି ବ୍ୟବହାର କରିଛି । ରାଜସ୍ଥାନର ସୀମାନ୍ତବର୍ତ୍ତୀ ଅଞ୍ଚଳ ବ୍ୟତୀତ ଅନ୍ୟକ୍ଷେତ୍ରରେ ରହୁଥିବା ମୁସଲମାନ୍ମାନଙ୍କ ମଧ୍ୟରେ ଧାର୍ମିକ କୁସଂସ୍କାରକୁ ପ୍ରୋତ୍ସାହନ ଦିଆଯାଉଛି । ସୀମାନ୍ତ ଅଞ୍ଚଳରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଜନସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ହିନ୍ଦୁମାନେ ପଳାୟନ କରୁଛନ୍ତି । ୨୦୧୮ରେ ରାଜସ୍ଥାନର ସୀମାନ୍ତ ଅଞ୍ଚଳରେ ଥିବା ଡେମୋଗ୍ରାଫିକ୍ ପାଟର୍ନ ଏବଂ ଏହାର ସୁରକ୍ଷା ନିୟୋଜନ ରିପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରାଯାଇଥିଲା । ରାଜସ୍ଥାନର ସୀମାନ୍ତ ଅଞ୍ଚଳରେ ପୋଷ୍ଟ କରାଯାଇଥିବା ସେଣ୍ଟ୍ରାଲ୍ ପାରାମିଲିଟାରୀ ଫୋର୍ସର ଜଣେ ଅଧିକାରୀ ଦାବି କରିଛନ୍ତି ଯେ ସେଠାରେ ଆଇଏସ୍ଆଇ ଦ୍ୱାରା ଜାତୀୟ ବିରୋଧୀ କାର୍ଯ୍ୟକଳାପ ଦ୍ରୁତ ଗତିରେ ସଂଚାଳନ କରାଯାଉଛି । ଏଠାରେ ସଂଖ୍ୟାଲଘୁଙ୍କ ସଂଖ୍ୟା ଦ୍ରୁତ ଗତିରେ ଏବଂ ଅନେକଗୁଣାରେ ବୃଦ୍ଧି ପାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ବିଭିନ୍ନ ଏଜେନ୍ସିଗୁଡ଼ିକ ଦ୍ୱାରା ବେଳେ ବେଳେ ଏପରି ରିପୋର୍ଟ ପଠାଯାଇଥାଏ ।
ରାଜସ୍ଥାନର ଉଦୟପୁରରେ କହ୍ନେୟା ଲାଲ୍ଙ୍କ ହତ୍ୟା ପରେ ରାଜ୍ୟର ଅନେକ ଜିଲ୍ଲାରେ ଉତ୍ତେଜନା ଦେଖାଦେଇଛି । ଅଭିଯୁକ୍ତ ଗୌସ୍ ମହମ୍ମଦ ଏବଂ ରିୟାଜ ତାଲିବାନି ଦରଜୀ କହ୍ନେୟାଲାଲଙ୍କୁ ହତ୍ୟା କରିବା ପରେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରିଛି । ଜାତୀୟ ଅନୁସନ୍ଧାନ ଏଜେନ୍ସିର ଏକ ପାଞ୍ଚ ଜଣିଆ ଦଳ ରାଜସ୍ଥାନରେ ପହଞ୍ଚି ଅଭିଯୁକ୍ତଙ୍କୁ ପଚରାଉଚରା କରିବେ ବୋଲି ଜଣାପଡ଼ିଛି । ତେବେ ଘଟଣାଟି ଆତଙ୍କବାଦୀ ଆକ୍ରମଣ ଥିଲା କି ନାହିଁ ତାହା ଏନ୍ଆଇଏ ଅନୁସନ୍ଧାନ କରିବ । ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଧମକ ଦିଆଯାଇଛି । ଏହା ଏକ ଛୋଟ ଘଟଣା ନୁହେଁ ବୋଲି ସିଏମ୍ ଅଶୋକ ଗେହଲଟ୍ ମଧ୍ୟ କହିଛନ୍ତି । ଜାତୀୟ କିମ୍ବା ଆନ୍ତର୍ଜାତୀୟ ସ୍ତରରେ ମୌଳିକତାକୁ ସମର୍ଥନ କରୁଥିବା ସଂଗଠନଗୁଡ଼ିକ ଏହି ଘଟଣା ପଛରେ ଅଛନ୍ତି କି ନାହିଁ, ତାହା ମଧ୍ୟ ଅନୁସନ୍ଧାନ କରାଯିବ ।
ହିନ୍ଦୁ ପରିବାର ଉପରେ ନିର୍ଯାତନାକୁ ନେଇ ଏକ ଗ୍ରାଉଣ୍ଡ ରିପୋର୍ଟ ପ୍ରସ୍ତୁତ କରିବାକୁ ବିଜେପି ବରିଷ୍ଠ ନେତାଙ୍କ ଏକ ଦଳ ଗଠନ କରିଥିଲା । ଦଳରେ ବିଜେପିର ଲୋକସଭା ସାଂସଦ ସୁମେଦାନନ୍ଦ ସରସ୍ୱତୀ, ବିଧାୟକ ଶୋଭା ଚୌହ୍ୱାନ ଏବଂ ପୂର୍ବତନ ବିଧାୟକ ବନୱାରୀ ଲାଲ ସିଙ୍ଗଲଙ୍କୁ ସାମିଲ କରାଯାଇଥିଲା ।
ରାଜସ୍ଥାନରେ ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କ ପାଇଁ କାର୍ଯ୍ୟ କରୁଥିବା ସୀମାନ୍ତ ଲୋକ ସଙ୍ଗଠନ (ଏସ୍ଏଲ୍ଏସ୍) ଚଳିତ ବର୍ଷ ଏକ ସମ୍ବେଦନଶୀଳ ଖୁଲାସା କରିଛି । ଏଥିରେ ସୀମାନ୍ତ ଅଞ୍ଚଳରୁ ୮୦୦ ଶରଣାର୍ଥୀ ଗତ ବର୍ଷ ପାକିସ୍ତାନକୁ ଫେରିଥିବା କୁହାଯାଇଛି । ସୀମାନ୍ତ ଲୋକ ସଂଗଠନର ସଭାପତି ହିନ୍ଦୁ ସିଂ ସୋଡ଼ା କହିଛନ୍ତି ଯେ ଧାର୍ମିକ ନିର୍ଯାତନା ଦିଆଯିବା କାରଣରୁ ସେମାନେ ପାକିସ୍ତାନ ଫେରିଥିଲେ । ସେଠାରେ ସେମାନଙ୍କୁ ଆଇଏସ୍ଆଇ ଦ୍ୱାରା ହଇରାଣ କରାଯାଇଥିଲା । ଭାରତରେ ସେମାନେ ନିର୍ଯ୍ୟାତିତ ହେଉଥିବା ଲେଖିବାକୁ ବାଧ୍ୟ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *