୩ଠ ମଧ୍ୟରାତ୍ରରୁ ବଡ଼ଦାଣ୍ଡକୁ ବାଇକ୍ ଓ ସାଇକେଲ ମନା
ରଥଯାତ୍ରା ପାଇଁ ଯାନବାହନ ଚଳାଚଳ ନିୟମାବଳୀ
ପୁରୀ (ବୁ୍ୟରୋ): ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରାରେ ପୁରୀରେ୨୦ଲକ୍ଷରୁ ଊଦ୍ଧ୍ୱର୍ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି ।
ତେଣୁ ସ୍ୱାଭବିକ ତଥା ଶୃଙ୍ଖଳିତ ଯାନବାହନ ଚଳାଚଳ ଏବଂ ପାର୍କିଂ ଲାଗି ପୁରୀ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଓ ନିୟମାବଳୀ ପ୍ରସ୍ତୁତ କରାଯାଇଛି । କେଉଁ ଗାଡ଼ି କେଉଁ ବାଟେ ଆସି କେଉଁଠି ରହିବ, କେଉଁବାଟ ଦେଇ ସୁରକ୍ଷିତ ଭାବେ ଫେରିବ ତାହା ଚୂଡ଼ାନ୍ତ
ହୋଇଛି । ଏହି କଟକଣା ୩ଠ ତାରିଖ ମଧ୍ୟରାତ୍ରରୁ ଲାଗୁ କରାଯିବ ବୋଲି ଟ୍ରାଫିକ୍ ଡିଏସ୍ପି ମନୋବ୍ରତା ଶତପଥି ସୂଚନା ଦେଇଛନ୍ତି ।
ଆନ୍ତଃରାଜ୍ୟ ଟୁରିଷ୍ଟ ବସ୍
ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ଆସୁଥିବା ଟୁରିଷ୍ଟ ବସ୍ ଏବଂ ରିଜର୍ଭ ବସ୍ଗୁଡ଼ିକ ମାଳତୀପାଟପୁର ବସ୍ଷ୍ଟାଣ୍ଡଠାରେ ରହିବ । ଉକ୍ତ ବସ୍ଗୁଡ଼ିକ ଫେରିଲାବେଳେ ସତ୍ୟବାଦୀ, ପିପିଲି, ଉତ୍ତରା ଦେଇ ଜାତୀୟ ରାଜପଥରେ ଯିବ । ମାଳତୀପାଟପୁର ବସ୍ଷ୍ଟାଣ୍ଡର ପାର୍କିଂ ସ୍ଥଳରେ ରହିବ । ମାଳତୀପାଟପୁର ବସ୍ଷ୍ଟାଣ୍ଡର ପାର୍କିଂ ସ୍ଥଳ ଭର୍ତ୍ତି ହୋଇଯିବା ପରେ ବସ୍ଗୁଡ଼ିକ ତାଳବଣିଆ ପାର୍କିଂସ୍ଥଳରେ ରହିବ । ସେହିପରି କୋଣାର୍କ ପାଶ୍ୱର୍ରୁ ଆସୁଥିବା ଟୁରିଷ୍ଟ ବସ୍ଗୁଡ଼ିକ ତାଳବଣିଆ ପାର୍କିଂସ୍ଥଳରେ ରହିବ । ଏହା ଆସନ୍ତା ୧ ବିଳମ୍ବିତ ରାତି ପର୍ଯ୍ୟନ୍ତ ବଳବତ୍ତର ରହିବ ।
ରେଗୁଲାର ପାସେଞ୍ଜର ବସ୍
୩ଠ ତାରିଖ ମଧ୍ୟରାତ୍ରିଠାରୁ ଦୈନିକ ଯାତ୍ରୀବାହୀ ବସ୍, କ୍ୟାଣ୍ଟର୍, ଡିଟିଏସ୍ ଏବଂ ଓଏସ୍ଆର୍ଟିସି ବସ୍କୁ ପୁରୀ ପୌରପାଳିକା ବସ୍ଷ୍ଟାଣ୍ଡ ବା ଗୁଣ୍ଡିଚାମନ୍ଦିର ସମ୍ମୁଖକୁ ଛଡ଼ାଯିବ ନାହିଁ । ଭୁବନେଶ୍ୱର ପଟୁ ଦୈନନ୍ଦିନ ଯାତ୍ରୀବାହୀ ବସ୍ଗୁଡ଼ିକ ମାଳତୀପାଟପୁର ଓଭରବ୍ରିଜ୍-ତୋଷାଳି ସ୍ୟାଣ୍ଡ୍-ଗ୍ରୀଡ୍ଛକ-ଭୂଦାନ ଦେଇ ତାଳବଣିଆ ଅସ୍ଥାୟୀ ବସ୍ଷ୍ଟାଣ୍ଡରେ ରହିବ । ଫେରିବାବେଳେ ସେଣ୍ଟ୍ରାଲ୍ ସ୍କୁଲ ଛକ, ଭୂଦାନ ଛକ, ଗ୍ରୀଡ୍ ଛକ, ବାଲିଘାଟ, ଗୋପାଳପୁର ଛକ, ସମଙ୍ଗରା, ବୀରହରେକୃଷ୍ଣପୁର ଦେଇ ଜାତୀୟ ରାଜପଥରରେ ବାହାରି ଗନ୍ତବ୍ୟସ୍ଥଳ ଅଭିମୁଖେ ଯିବ । ଏଥିପାଇଁ ଦୈନନ୍ଦିନ ଯାତ୍ରୀବାହୀ ବସ୍ଗୁଡ଼ିକ ନୋଡାଲ୍ ଅଫିସର ଟ୍ରାଫିକ୍ଙ୍କଠାରୁ ପାସ୍ ନେବେ । ପାସ୍ ନ ଥିବା ବସ୍ଗୁଡ଼ିକ ବସ୍ଷ୍ଟାଣ୍ଡ ମଧ୍ୟକୁ ଛଡ଼ାଯିବ ନାହିଁ । ବ୍ରହ୍ମଗିରି ପାଶ୍ୱର୍ରୁ ଆସୁଥିବା ରେଗୁଲାର ପାସେଞ୍ଜର ବସ୍ଗୁଡ଼ିକ ଫ୍ଲୋରିସ୍ ଇଣ୍ଡିଆ ପାର୍କିଂ ସ୍ଥଳରେ ରହି ସେହି ରାସ୍ତାରେ ଫେରିବ ।
ହାଲୁକା ଯାନ
ଭୁବନେଶ୍ୱର ପଟୁ ଆସୁଥିବା ହାଲୁକାଯାନ ଗୁଡ଼ିକ ୩ଠ ମଧ୍ୟରାତ୍ରରୁ ମାଳତୀପାଟପୁର ଓଭରବ୍ରିଜ୍ ଛକଠାରୁ ତାଳବଣିଆରେ ପାର୍କିଂ କରିବାର ଯୋଜନା କରାଯାଇଛି । ସମସ୍ତ ହାଲୁକାଯାନ ଫେରିବା ବେଳେ ସେହିବାଟ ଦେଇ ବାହାରିବ । ଜାତୀୟ ରାଜପଥରେ ହାଲୁକାଯାନ ଭିଡ଼ ହେଲେ ସେଗୁଡ଼ିକର ରୁଟ୍ ପରିବର୍ତ୍ତନ କରାଯାଇ ବାଲିଘାଇ ଦେଇ କୋଣାର୍କ ଓ ଗୋପ ଦେଇ ନିଜ ଗନ୍ତବ୍ୟସ୍ଥଳକୁ ଯିବେ । ସେହିପରି କୋଣାର୍କ ପାଶ୍ୱର୍ରୁ ଆସୁଥିବା ହାଳୁକାଯାନଗୁଡ଼ିକ
ଆଇଟିଆଇ ପାର୍କିଂସ୍ଥଳ ଭୂଦାନ ଛକ ଏବଂ ଇଣ୍ଡୋର ଷ୍ଟାଡିୟମରେ ପାର୍କିଂ କରିବେ । ଫେରିବାବେଳେ ଗ୍ରୀଡ୍ ଛକ-ବାଲିଗୁଆଳି-ନାଗପାଟଣା ଏବଂ ତୋଷାଳି ସ୍ୟାଣ୍ଡ୍ସ ଠାରୁ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ରେ ଯିବ । ବ୍ରହ୍ମଗିରି ପାଶ୍ୱର୍ରୁ ଆସୁଥିବା ହାଲୁକାଯାନଗୁଡ଼ିକ ମଙ୍ଗଳଘାଟ ଛକ ପର୍ଯ୍ୟନ୍ତ ଆସି ଫ୍ଲୋରିସ୍ ଇଣ୍ଡିଆ ପାର୍କିଂରେ ରହି ସେହି ରାସ୍ତାରେ ପୁଣି ଫେରିବେ ।
ଟାଉନ୍ ମଧ୍ୟରେ ଅଟୋରିକ୍ସା ଚଳାଚଳ
ତାଳବଣିଆ ପାର୍କିଂଠାରେ ଅଟୋରିକ୍ସାଗୁଡ଼ିକ ହେଲିପ୍ୟାଡ୍-ସଦର ବ୍ଲକ୍ ଅଫିସ୍ ଓଡ଼ିଶା ବେକାରିଛକ-ୱାଟରୱାର୍କସ୍ ରୋଡ-ରାମନ୍ଦିର, ଶ୍ରୀକ୍ଷେତ୍ର କଲୋନୀ ଦେଇ ତାଳବଣିଆକୁ ଯିବ । ହେଲିପ୍ୟାଡ୍ ନିକଟରେ ଅଟୋରିକ୍ସା ରହିବ । ତାଳବଣିଆ ବସ୍ଷ୍ଟାଣ୍ଡ ଓ ବଡ଼ଦାଣ୍ଡକୁ କୌଣସି ଅଟୋରିକ୍ସା ଛଡ଼ାଯିବ ନାହିଁ । ଅନ୍ୟପକ୍ଷରେ ଗଦାଧର ହାଇସ୍କୁଲ ନିକଟରେ ଦୁଇ ବ୍ୟାଟେରି ଚାଳିତ ଅଟୋ ରଖାଯିବ । ଆବଶ୍ୟକସ୍ଥଳେ ଉକ୍ତ ଅଟୋ ଦୁଇଟି ଲୋକମାନଙ୍କୁ ନେଇ ଗାଣ୍ଡୁଆ ଚୌରାଛକପର୍ଯ୍ୟନ୍ତ ଯିବ । ସେଠାରୁ ଲୋକଙ୍କୁ ଛାଡ଼ି ସଙ୍ଗେ ସଙ୍ଗେ ଗଦାଧର ହାଇସ୍କୁଲ ନିକଟକୁ ଫେରିବ । ସେହିପରି ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ୧୦ଟି ବ୍ୟାଟେରି ଚାଳିତ ଅଟୋ ରଖାଯିବ । ସେଗୁଡ଼ିକ ମଙ୍ଗଳଘାଟ ଛକ ଓ ଜଟିଆବାବାଜୀ ଛକ ଦେଇ ରାୟବାହାଦୂରଲେନ୍ରେ ଆସି ବଳଗଣ୍ଡିସ୍କୁଲଠାରେ ରହିବେ ।
ପାସ୍ଧାରୀ ହାଲୁକାଯାନ
ଭୁବନେଶ୍ୱରପଟୁ ଆସୁଥିବା ପାସ୍ଧାରୀ ହାଲୁକାଯାନ ଗୁଡ଼ିକ ବୀରହରେକୃଷ୍ଣପୁର ଛକ ମଙ୍ଗଳଘାଟ ବାଇପାସ୍ରେ ଆସି ଲୋକନାଥ ମନ୍ଦିର ଓ ଛପନଭୋଗ ଠାରେ ପାର୍କିଂ କରିବେ । ସେହିପରି ଭିଭିଆଇପି କାର୍ଗୁଡିକ ବୃଷଭ ଛକ-ଲୋକନାଥ ରୋଡ୍-ଷ୍ଟର୍ଲିଙ୍ଗ୍୍ ରୋଡ୍ ଦେଇ ଗଦାଧର ହାଇସ୍କୁଲଠାରେ ପାର୍କିଂ କରିବେ ।
ଦୁଇଚକିଆ ଯାନ
ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ଆସୁଥିବା ବାଇକ୍ଗୁଡ଼ିକ ବାଟଗାଁ ଛକରୁ ପୁରୀ ବାଇପାସ୍ ରୋଡ୍ରେ ମଙ୍ଗଳାଘାଟ ଛକ ଯାଏଁ ଆସିବ । ସେଠାରୁ ଆସି ଜଗନ୍ନାଥବଲ୍ଲଭରେ ପାର୍କିଂ କରିବ । ଜଗନ୍ନାଥବଲ୍ଲଭ ପାର୍କିଂସ୍ଥଳ ଭର୍ତ୍ତି ହୋଇଗଲା ପରେ ମଶାଣିଚଣ୍ଡୀ ଛକ ପାର୍କିଂରେ ବାଇକ୍ ଗୁଡ଼ିକ ରହିବ । ସେଠାରେ ଯଦି ଜାଗା ନହେବ ଶ୍ରୀସେତୁ ରାସ୍ତାରେ ପାର୍କିଂ କରାଯିବ । ବାଇକ୍ ଗୁଡ଼ିକ ସମାନ ରୁଟ୍ରେ ଫେରିବ । ବ୍ରହ୍ମଗିରି ପଟୁ ଆସୁଥିବା ବାଇକ୍ ଗୁଡ଼ିକ ପାର୍କିଂରେ ରଖିବେ । ସେହିପରି କୋଣାର୍କ ପାଶ୍ୱର୍ରୁ ଆସୁଥିବା ବାଇକ୍ ବ୍ଲୁ-ଫ୍ଲାଗ୍ ବିଚ୍ରେ ପାର୍କିଂ କରିବେ । ସେଠାରେ ଭର୍ତ୍ତି ହେଲେ ହୋଟେଲ ନୀଳାଚଳ ଅଶୋକଠାରେ ପାର୍କିଂସ୍ଥଳରେ ପାର୍କିଂ କରିବେ ।