ଲାଗୁହେବ ଏଏନ୍ପିଆର୍ ବ୍ୟବସ୍ଥା

ଏଣିକି ବିନା ଫାଷ୍ଟଟ୍ୟାଗ୍ରେ ରାଜପଥରେ ଦୌଡ଼ିବ ଗାଡ଼ି ମଟର
ନୂଆଦିଲ୍ଲୀ (ଏଜେନ୍ସି): ଟୋଲ୍ (ରୋଡ୍ ଟ୍ୟାକ୍ସ) ଆଦାୟ ଉଦେ୍ଦଶ୍ୟରେ ଜାତୀୟ ରାଜପଥରେ ରହିଥିବା ଟୋଲଗେଟ୍ଗୁଡ଼ିକୁ ହୁଏତ ଆଗାମୀ ଦିନରେ ଉଠାଇଦିଆଯିବ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଚିନ୍ତା କରାଯାଉଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜସ୍ଥାନରେ ନିର୍ମାଣ ହେବାକୁ ଥିବା ଏକ ଜାତୀୟ ରାଜପଥକୁ ସୁପର ହାଇଟେକ୍ ସମ୍ପନ୍ନ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଟେକ୍ନୋଲୋଜି ଦ୍ୱାରା ଏଣିକି ଆଉ ଟୋଲ୍ଗେଟ୍ର କୌଣସି ଆବଶ୍ୟକତା ପଡ଼ିବନି । ଏହି ହାଇୱେରେ ଖୁବ୍ଶୀଘ୍ର ଏଏନ୍ପିଆର (ଅଟୋମେଟିକ୍ ନମ୍ବର ପ୍ଲେଟ୍ ରିଡର) ସିଷ୍ଟମ୍ ଲାଗୁ କରାଯିବ ବୋଲି ସୂଚନା ମିଳିଛି । ଅର୍ଥାତ୍ ଏଠାରେ ଯାନବାହାନ କେତେ କିଲୋମିଟର ଅତିକ୍ରମ କରୁଛନ୍ତି ତାହାର ହିସାବ ସ୍ୱୟଂକ୍ରିୟ ଭାବେ ଏଏନ୍ପିଆର ସିଷ୍ଟମ ଦ୍ୱାରା ଜଣାପଡିଯିବ ଏବଂ ସେହି ଅନୁସାରେ ଟୋଲ୍ ମଧ୍ୟ ଗାଡ଼ି ମାଲିକଙ୍କ ଆକାଉଣ୍ଟରୁ ଡେବିଟ୍ ହୋଇଯିବ । ଫଳରେ ଟୋଲ୍ଗେଟ୍ରେ ଲମ୍ବା ଲାଇନ୍ରେ ଗାଡ଼ି ଛିଡା କରି ଟୋଲ୍ ପୈଠ କରିବାକୁ କିମ୍ବା ଫାଷ୍ଟଟ୍ୟାଗ୍ର ଆବଶ୍ୟକତା ପଡ଼ିବନି ।
ଟୋଲଗେଟ୍ରେ ଜମା ହେଉଥିବା ଗାଡ଼ିଗୁଡ଼ିକର ଅଯଥା ଭିଡକୁ ହ୍ରାସ କରିବା ଉଦେ୍ଦଶ୍ୟରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଫାଷ୍ଟଟ୍ୟାଗ୍ ରୂପେ ଏକ ନୂଆ ବିକଳ୍ପ ଗ୍ରହଣ କରାଯାଇଥିଲା । ଫାଷ୍ଟଟ୍ୟାଗ୍ କାରଣରୁ ଟୋଲ୍ଗେଟ୍ରେ ଗାଡ଼ି ସଂଖ୍ୟା ଅପେକ୍ଷାକୃତ କମ୍ ହୋଇଥିଲା ସତ କିନ୍ତୁୂ ଅନେକ ଗାଡ଼ି ମାଲିକ ଫାଷ୍ଟଟ୍ୟାଗ୍ ବା ମାସିକ/ ବାର୍ଷିକ ଟିକସ କାର୍ଡ ବ୍ୟବସ୍ଥାକୁ ପସନ୍ଦ କରୁନଥିବାରୁ ଆଜି ବି ଅନେକ ଟୋଲ୍ଗେଟ୍ରେ ଅସମ୍ଭବ ଭିଡ଼ ପରିଲକ୍ଷିତ ହେଉଛି । ସୁତରାଂ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏଏନ୍ପିଆର୍ ରୂପେ ଏକ ନୂଆ କନ୍ସେପ୍ଟ (ପ୍ରଣାଳୀ) ଗ୍ରହଣ କରାଯାଉଛି । ରାଜସ୍ଥାନରେ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (ଏନ୍ଏଚ୍ଏଆଇ) ଏବେ ଏପ୍ରକାର ଏକ ଗ୍ରୀନ୍ ଫିଲ୍ଡ ଏକ୍ସପ୍ରେସ୍ ହାଇୱେ ନିର୍ମାଣ କରୁଛି ଯେଉଁଠି ଗୋଟିଏ ହେଲେ ଟୋଲ୍ ବୁଥ୍ ଦେଖିବାକୁ ମିଳିବ ନାହିଁ । ଏହାର ସବୁଠୁ ବଡ଼ ଲାଭ ଗାଡ଼ି ମାଲିକଙ୍କୁ ମିଳିବ । ପୂର୍ବରୁ ମାତ୍ର ୫/୧ଠ କିମି ଯିବା ମାର୍ଗରେ ଯଦି ଟୋଲ୍ ଗେଟ୍ ରହୁଥିଲା ତେବେ ଗାଡ଼ିମାଲିକଙ୍କୁ ପୁରା ଟୋଲ୍ ଅର୍ଥ ପୈଠ କରିବାକୁ ପଡ଼ୁଥିଲା । କିନ୍ତୁ ଏଏନ୍ପିଆର୍ ସିଷ୍ଟମ ଦ୍ୱାରା ଆଉ ସେପରି ହେବ ନାହିଁ । ଗାଡ଼ି ମାଲିକ କେବଳ ଯେତିକି ଦୂର ଅତିକ୍ରମ କରିବେ କେବଳ ସେତିକି ପାଇଁ ହିଁ ସେମାନଙ୍କୁ ଟୋଲ୍ ଦେବାକୁ ପଡ଼ିବ । ହାଇୱେ ଉପରେ ଟୋଲ୍ ଆଦାୟର ଏହି ନୂଆ ବ୍ୟବସ୍ଥା ରାଜସ୍ଥାନର ନିର୍ମାଣାଧୀନ୍ ଗ୍ରୀନ୍ ଫିଲ୍ଡ ଏକ୍ସପ୍ରେସ୍ ୱେ’ରୁ ହିଁ ଆରମ୍ଭ ହେବାକୁ ଯାଉଛି ।
ପ୍ରକାଶ, ପଞ୍ଜାବର ଅମୃତସର ଠାରୁ ଗୁଜରାଟର ଜାମନଗର ପର୍ଯ୍ୟନ୍ତ ଗ୍ରୀନ୍ ଫିଲ୍ଡ ଏକ୍ସପ୍ରେସ୍ ୱେ ନିର୍ମାଣ କରାଯାଉଥିବା ବେଳେ ଏହା ରାଜସ୍ଥାନ ସହ ମଧ୍ୟ ସଂଯୋଗ କରାଯିବ । ଏହି ହାଇୱେ’ର କନେକ୍ଟିଭିଟି (ସଂଯୋଗୀକରଣ) ପଞ୍ଜାବ, ହରିଆଣା ଏବଂ ଆରବସାଗରର ବନ୍ଦରଗାହ ପର୍ଯ୍ୟନ୍ତ କରାଯିବ । ଭାରତ ମାଳା ପ୍ରକଳ୍ପ ଅନ୍ତର୍ଗତ ନିର୍ମାଣ କରାଯାଉଥିବା ଏହି ହାଇୱେ ରାଜସ୍ଥାନରେ କେବଳ ୬୩୭ କିମି ରହିଛି । ପଞ୍ଜାବ-ହରିଆଣା-ରାଜସ୍ଥାନ ଏବଂ ଗୁଜରାଟରେ ଏହି ପୁୂରା ପ୍ରକଳ୍ପ (ଗ୍ରୀନ୍ ଫିଲ୍ଡ ଏକ୍ସପ୍ରେସ୍ ୱେ)ର ମୋଟ୍ ଲମ୍ବ ୧୨୨୪ କିମି ରହିଛି । ଏହି ପ୍ରକଳ୍ପ ନିର୍ମାଣ ହେବା ପରେ ଏହା ରାଜସ୍ଥାନର ସବୁଠୁ ବଡ଼ ସମର୍ପିତ ଏକ୍ସପ୍ରେସ ୱେ ଭାବେ ମାନ୍ୟତା ପାଇବ । ସବୁଠୁ ବଡ଼ କଥା ଏହି ହାଇୱେକୁ ଯଥାସମ୍ଭବ ବୁଲା ବଙ୍କା ନକରି ଷ୍ଟ୍ରେଟ୍ (ସିଧା) ଭାବେ ନିର୍ମାଣ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୬ଲେନ୍ ବିଶିଷ୍ଟ ଏହି ଗ୍ରୀନ୍ ଫିଲ୍ଡ ଏକ୍ସପ୍ରେସ୍ ୱେ ପ୍ରକଳ୍ପର ରାଜସ୍ଥାନରେ କେବଳ ୬୪% (୬୩୭କିମିରୁ ୪ଠ୭ କିମି) କାମ ସମ୍ପୂର୍ଣ୍ଣ ହୋଇସାରିଛି । ସୂଚନାଯୋଗ୍ୟ କେବଳ ରାଜସ୍ଥାନରେ ହେବାକୁ ଥିବା ପୁରା ପ୍ରକଳ୍ପ ପାଇଁ ମୋଟ୍ ୧୪,୭ଠ୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ୨ଠ୨୩ ଶେଷ ସୁଦ୍ଧା ଏହି ପ୍ରକଳ୍ପକୁ ଏଠାରେ ଶେଷ କରିବା ପାଇଁ ମନ୍ତ୍ରଣାଳୟ ଲକ୍ଷ୍ୟ ନିର୍ଦ୍ଧାରଣ କରିଛି ।
ଏଏନ୍ପିଆର ସିଷ୍ଟମ କଣ?
ଏଏନ୍ପିଆର (ଅଟୋମେଟିକ୍ ନମ୍ବର ପ୍ଲେଟ୍ ରିଡର) ଏପରି ଏକ ବ୍ୟବସ୍ଥା ଯେଉଁଥିରେ ଗାଡ଼ିରେ ଲାଗିଥିବା ନମ୍ବର ପ୍ଲେଟ୍ଗୁଡ଼ିକ ସ୍ୱତଃ ସ୍କାନ୍ ହୋଇଯିବ ଏବଂ ତଦନୁସାରେ ଗାଡ଼ି ମାଲିକଙ୍କ ଆକାଉଣ୍ଟ ଫାଷ୍ଟଟ୍ୟାଗ୍ ମାଧ୍ୟରେ ଟୋଲ୍ ଅର୍ଥ କାଟିନିଆଯିବ । ତେବେ ଏହି ସିଷ୍ଟମକୁ କାର୍ଯ୍ୟକାରୀ କରିବା ପାଇଁ ହେଲେ ସର୍ବପ୍ରଥମେ ହାଇୱେ ବା ଏକ୍ସପ୍ରେସ୍ ୱେ’ରେ କେତେକ ସ୍ଥାନରେ ଏଣ୍ଟି୍ର-ଏକ୍ଜିଟ୍ ପଏଣ୍ଟ ନିର୍ଦ୍ଧାରଣ କରାଯିବ । ତେବେ କେତେ କିମି ଦୂରତାରେ ଏହି ପଏଣ୍ଟ ଲାଗୁ କରାଯିବ ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇନାହିଁ । ତେବେ ଏହି ପଏଣ୍ଟଗୁଡ଼ିକରେ ହାଇ ରିଜୋଲୁ୍ୟସନ୍୍ ବିଶିଷ୍ଟ କ୍ୟାମେରା ଏବଂ ନମ୍ବର ପ୍ଲେଟ୍ ରିଡର (ସ୍କାନର) ଲଗାଯିବ । ଗାଡ଼ି ଏହି ପଏଣ୍ଟ ଅତିକ୍ରମ କରିବା ମାତ୍ରେ ସ୍ୱତଃ ନମ୍ବର ପ୍ଲେଟ୍ ଟ୍ରେସ୍ ହୋଇଯିବ ଏବଂ ସମସ୍ତ ତଥ୍ୟ ସେଣ୍ଟ୍ରାଲ କମାଣ୍ଡ ପାଖରେ ପହଞ୍ଚôଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *