ସେବାୟତ ରଥ ଟାଣନ୍ତୁ, ରଥ ଛୁଇଁବାକୁ ସୁଯୋଗ ମିଳୁ
ସମ୍ଭାବ୍ୟ କରୋନାରୁ ପୁରୀକୁ ରକ୍ଷାକର
ପୁରୀ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶେଷ ସମନ୍ୱୟ ସଭାରେ ଉନ୍ନୟନ କମିଶନର ତଥା କରୋନା ନିୟନ୍ତ୍ରଣ ଦାୟିତ୍ୱରେ ଥିବା ପ୍ରଦୀପ ଜେନା କରୋନା ଲକ୍ଷଣ ଥିଲେ ପୁରୀ ନ ଆସିବାକୁ ନିବେଦନ କରିଥିଲେ । ଏହି ପରିପ୍ରେକ୍ଷୀରେ ସେବାୟତମାନେ କରୋନା ପ୍ରତିଷେଧକ ଟିକା ଆଗୁଅ । ନେବାକୁ ୬ ଟିକାଦାନ କେନ୍ଦ୍ର ଖୋଲାଯାଇଛି । ପୁରୀ ନ ଯାଇ, ଘରେ ବସି ରଥଯାତ୍ରା ଦେଖିବା ସହ ପୁରୀ ବାସୀ ସମେତ ଭକ୍ତ ମାସ୍କ ବ୍ୟବହାର ପାଇଁ ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ନିବେଦନ କରିଛନ୍ତି ।
ଅପରପକ୍ଷରେ ପୁରୀ ସହରର ସଂଖ୍ୟାଧିକ ବ୍ୟକ୍ତି ବୁଷ୍ଟର ନେଇପାରି ନାହାନ୍ତି । ତେଣୁ କରୋନାରୁ ପୁରୀକୁ ରକ୍ଷା କରିବାପାଇଁ ବାହାର ଜିଲ୍ଲା ଓ ରାଜ୍ୟର ଭକ୍ତଙ୍କୁ ପୁରୀ ନ ଆସିବା ଉଚିତ । କେବଳ ସେବାୟତମାନେ କରୋନା ଟିକା ନେବେ । ତେଣୁ ପୂର୍ବ ବେଁ ଭଳି କେବଳ ସେବାୟତଙ୍କଦ୍ୱାରା ରଥଟଣା ଯାଇ ପୁରୀବାସୀଙ୍କୁ ସମ୍ଭାବ୍ୟ କରୋନାରୁ ରକ୍ଷା କରିବାକୁ ଓଡ଼ିଶା ଯୁବ ଚେତନା ସଂଗଠନ ରାଜ୍ୟସଭାପତି ନବୀନ ନିବାସରେ ଦାବିପତ୍ର ଦେଇଛନ୍ତି । ଏଥିସହ ରଥ ରହିବା ପରେ ଭକ୍ତମାନଙ୍କୁ ରଥ ଛୁଇଁବା ପାଇଁ ସୁଯୋଗ ଦେବା ଦାବି ଦୋହରାଇଛନ୍ତି ।