ଚାଷୀ କୁଶଳୀ ହେବେ
କୃଷି ମନ୍ତ୍ରଣାଳୟ-ଆଇସିଆର୍ଆଇଏସ୍ଏଟି ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା
ଭୁବନେଶ୍ୱର/ନୂଆଦିଲ୍ଲୀ (ବୁ୍ୟରୋ): ପତିତ ଜମିର ପୁନରୁଦ୍ଧାର କରି ତାହାକୁ ·ଷ ଉପଯୋଗୀ କରିବା ସହ ଆଧୁନିକ ପ୍ରଣାଳିରେ ·ଷ କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃଷି ମନ୍ତ୍ରଣାଳୟ ଓ ଅନ୍ତରାଷ୍ଟ୍ରୀୟ ଫସଲ ଅନୁସନ୍ଧାନ ସଂସ୍ଥାନ (ଆଇସିଆରଆଇଏସ୍ଏଟି)ର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି ।
ଓଡ଼ିଶାର ଖଣି ବହୁଳ ଅଞ୍ଚଳଗୁଡ଼ିକରେ ପୁରୁଣା ଖଣି ଓ ଖାଦାନ, ବର୍ତ୍ତମାନର ପାଉଁଶ ଗଦା ଏବଂ ପ୍ରଦୂଷଣ ଯୋଗୁଁ ବହୁ ·ଷ ଉପଯୋଗୀ ଜମି ପତିତ ଜମିରେ ପରିବର୍ତ୍ତିତ ହୋଇଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ ଉଦେ୍ଦଶ୍ୟରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଧ୍ୟାନ ଆକର୍ଷଣ କରିଥିଲେ । ପରୀକ୍ଷାମୂଳକ ଭାବେ ତାଳଚେର ବଲଣ୍ଡା ଅଞ୍ଚଳରେ ପତିତ ଜମି ପୁନରୁଦ୍ଧାର ପ୍ରକଳ୍ପ ହାତକୁ ନେବା ପାଇଁ ଆଲୋଚନା କରାଯାଇଛି ।
ଶ୍ରୀ ପ୍ରଧାନ ଟୁଇଟ୍ କରି ସୂଚନା ଦେଇଛନ୍ତି ଯେ ବଲଣ୍ଡା ଅଞ୍ଚଳରେ ପତିତ ଜମିକୁ ·ଷ ଉପଯୋଗୀ କରିବା ପାଇଁ ଆଲୋଚନା ହୋଇଛି । ଆଇସିଆର୍ଆଇଏସ୍ଏଟି ଦ୍ୱାରା ବୈଜ୍ଞାନିକ ଉପାୟରେ ·ଷ କାର୍ଯ୍ୟ କରିବା ଦିଗରେ ଏକ ପ୍ରେଜେଣ୍ଟସନ ମଧ୍ୟ ଦିଆଯାଇଥିଲା । ଦୀର୍ଘ ଦିନର କୋଇଲା ଉତ୍ତୋଳନ ଏବଂ ବର୍ତମାନର ପାଉଁଶ ପୋଖରୀ ଜନିତ ପ୍ରଦୂଷଣ ସମସ୍ୟା ସମାଧାନ ସହ ଜମିକୁ ·ଷ ଉପଯୋଗୀ କରିବା ପାଇଁ ଏହି ପ୍ରକଳ୍ପ ଏକ ନୂତନ ପଦକ୍ଷେପ ।
ଏଥିସହିତ ·ଷ ଏବଂ କୃଷି ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ନେଇ ଯୋଜନା କରାଯିବ । ଜଙ୍ଗଲଜାତ ଦ୍ରବ୍ୟର ବିକାଶ, ·ଷୀଙ୍କ ସହ ବଜାର ସଂଯୋଗୀକରଣ, ·ଷୀଙ୍କ ଜୀବିକାକୁ ଉନ୍ନତ କରିବା ତଥା କୃଷି ଉତ୍ପାଦକ ସଂଗଠନ (ଏଫପିଓ) ମାଧ୍ୟମରେ ·ଷୀଙ୍କୁ କୁଶଳୀ କରିବା ପାଇଁ ପ୍ରଶିକ୍ଷଣ ଦେବା ଦିଗରେ ମଧ୍ୟ ଆଲୋଚନା କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।