୨-୧ରେ ସିରିଜ୍ ଜିତିଲା ଭାରତ

ଶ୍ରୀଲଙ୍କା-ଭାରତ ମହିଳା କି୍ରକେଟ୍
କଲମ୍ବୋ,୨୭ା୬ (ଏଜେନ୍ସି): ସୋମବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି-୨୦ ମହିଳା କି୍ରକେଟ୍ ମ୍ୟାଚ୍ରେ ୭ ୱିକେଟ୍ ସହ ଭାରତର ସିରିଜ୍ କ୍ଲିନ୍ସ୍ୱିପ୍କୁ ଶ୍ରୀଲଙ୍କାର ଅଧିନାୟିକା ଚମାରୀ ଅଟାପଟ୍ଟୁ ୪୮ ବଲ୍ରେ ୮୦ ରନ୍ ସହ ଅଟକାଇ ଦେଇଛନ୍ତି । ମାତ୍ର ଶ୍ରୀଲଙ୍କା ଅନ୍ତିମ ମ୍ୟାଚ୍ ଜିତିଥିଲେ ମଧ୍ୟ ଭାରତ ସିରିଜ୍ ଜିତିଯାଇଛି । ଚମାରୀ ଏହି ଇନିଂସ୍ରେ ୧୪ଟି ଚଉକା ଓ ଗୋଟିଏ ଛକା ମାରି ଅନ୍ତର୍ଜାତୀୟ ଟି-୨୦ କି୍ରକେଟ୍ରେ ଦୁଇ ହଜାର ରନ୍ ସମ୍ପୂର୍ଣ୍ଣ କରିବାରେ ଶ୍ରୀଲଙ୍କାର ପ୍ରଥମ କି୍ରକେଟର୍ ପାଲଟିଛନ୍ତି । ଶ୍ରୀଲଙ୍କା ପକ୍ଷରୁ ସବୁଠୁ ଅଧିକ ରନ୍ କରିଥିବା ପୁରୁଷ କି୍ରକେଟର୍ ତିଲକରତ୍ନେ ଦିଲଶାନ୍ ଅନ୍ତର୍ଜାତୀୟ କି୍ରକେଟ୍ରେ ୧୮୮୯ ରନ୍ ରେକର୍ଡ କରିଛନ୍ତି ।
କ୍ଲିନ୍ସ୍ୱିପ୍ରୁ ରକ୍ଷା ପାଇବା ପାଇଁ ଭାରତର ୧୩୯ ରନ୍ର ଲକ୍ଷ୍ୟ ପଛରେ ଦୌଡ଼ି ଶ୍ରୀଲଙ୍କା ୩ ଓଭର୍ରେ ୩ ୱିକେଟ୍ ହରାଇ ୧୪୧ ରନ୍ କରି ସାନ୍ତ୍ୱନାମୂଳକ ବିଜୟ ଲାଭ କରିଛି । ଏଥିସହ ଭାରତ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍କୁ ୨-୧ରେ ଜିତିଛି । ଭାରତୀୟ ଅଧିନାୟିକା ହରମନ୍ପ୍ରୀତ୍ କୌର୍ ୩୩ ବଲ୍ରେ ୩ଟି ଚଉକା ଓ ଗୋଟିଏ ଛକା ମାରି ୩୯ ରନ୍ର ଅପରାଜେୟ ଇନିଂସ୍ ସତ୍ତ୍ୱେ ଭାରତ ୫ ୱିକେଟ୍ ହରାଇ ୧୩୮ ରନ୍ରେ ସୀମିତ ରହିଥିଲା । ଏହାର ଜବାବ୍ରେ ଶ୍ରୀଲଙ୍କା ଅଧିନାୟିକା କେବଳ ୨୯ ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ, ଯାହାକି ଅନ୍ତର୍ଜାତୀୟ ମହିଳା ଟି-୨୦ରେ ଶ୍ରୀଲଙ୍କା ପକ୍ଷରୁ ସବୁଠୁ ଦ୍ରୁତ ଅର୍ଦ୍ଧଶତକର ମାନ୍ୟତା ପାଇଛି । ତେବେ ଶ୍ରୀଲଙ୍କାକୁ ଅନ୍ତିମ ୫ ଓଭର୍ରେ କେବଳ ୧୮ ରନ୍ର ଆବଶ୍ୟକତା ଥିଲା ଏବଂ ଚମାରୀ ଟିମ୍କୁ ଘରୋଇ ମାଟିରେ ଭାରତ ବିପକ୍ଷରେ ପ୍ରଥମ ଟି-୨୦ ବିଜୟ ଲାଭ ଦେଇଥିଲେ । ଏହି ମ୍ୟାଚ୍ରେ ଭାରତର ଫିଲ୍ଡିଂ ପୁଣି ଥରେ ନୈରାଶ୍ୟଜନକ ରହିଥିଲା । ଦଳ ବହୁଥର ରନ୍ ଆଉଟ୍ ସୁଯୋଗ ହାତଛଡ଼ା କରିଥିଲା । ତେବେ ଏସବୁ ସତ୍ତ୍ୱେ ଭାରତ ସିରିଜ୍ ବିଜୟ ଲାଭ କରିପାରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *