ଭକ୍ତଙ୍କ ଦର୍ଶନ ଓ ସୁରକ୍ଷା ପୁଲିସର ମୁଖ୍ୟ ଦାୟିତ୍ୱ: ଡିଜିପି

ପୁରୀ (ବୁ୍ୟରୋ): ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସୁରକ୍ଷାକୁ ନେଇ ପୁଲିସ ମହାନିଦେ୍ର୍ଦଶକ ସୁନିଲ ବଂଶଲଙ୍କ ଅଧ୍ୟକ୍ଷତାରେ ସୋମବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ସୁରକ୍ଷା ସମ୍ପର୍କରେ ବିଶେଷ ଭାବେ ସମୀକ୍ଷା କରାଯାଇଥିଲା । ଶ୍ରୀମନ୍ଦିର ଭିତର, ଶ୍ରୀମନ୍ଦିର ଚାରିପଟ, ବଡ଼ଦାଣ୍ଡ, ସହରର ପ୍ରବେଶ ପଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ନିଆଯିବା ସହ ଅଧିକ ପୁଲିସ ନିୟୋଜିତ ହେବେ ବୋଲି ଶ୍ରୀ ବଂଶଲ କହିଥିଲେ । ଚଳିତବର୍ଷ ରଥଯାତ୍ରାରେ ପ୍ରାୟ ୧୫ରୁ ୨୦ଲକ୍ଷ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରତିଦିନ ପୁଲିସ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯିବ । ଭକ୍ତମାନେ କିପରି ସୁରୁଖୁରୁରେ ଦର୍ଶନ କରି ଭଲ ମନରେ ଫେରିବେ ସେଥିପ୍ରତି ପୁଲିସ ଅଧିକାରୀମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ରଥ ଟାଣିବା ସମୟରେ ଅଧିକ ଗହଳିକୁ ନିୟନ୍ତ୍ରିତ କରିବା ପାଇଁ ପୁଲିସ ସ୍ୱତନ୍ତ୍ର ବ୍ୟବସ୍ଥାବଳୀ ପାଳନ କରିବ । ରଥଟଣା ସମୟରେ ଭକ୍ତ ଯେପରି କର୍ଡନ ଭିତରକୁ ପଶି ନ ପାରନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଇ ପୁଲିସ କର୍ଡନ କରାଯିବ ।
ଜନଗହଳିପୂର୍ଣ୍ଣ ରେଳଷ୍ଟେସନ ଅଞ୍ଚଳରେ ଲକ୍ଷାଧିକ ଭକ୍ତ ବିଶ୍ରାମସ୍ଥଳୀରେ ରହିବା ଓ ବଡ଼ଦାଣ୍ଡରେ ପ୍ରବେଶ କରିବା ସମୟରେ ପୁଲିସ ଅଧିକ ଯତ୍ନବାନ ହୋଇ ସେମାନଙ୍କୁ ସୁରକ୍ଷା ଦେବାପାଇଁ ଡିଜିପି ପରାମର୍ଶ ଦେଇଥିଲେ । ତାଳବଣିଆ ଓ ଶରଧାବାଲି ବସ୍ଷ୍ଟାଣ୍ଡରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ପୁଲିସ ଆଉଟ୍ପୋଷ୍ଟ ଖୋଲାଯାଇ ନିୟନ୍ତ୍ରିତ କରାଯିବ । ସନେ୍ଦହପୂର୍ଣ୍ଣ ଓ ଚାଲିଚଳନରେ ଅସଙ୍ଗତି ଦେଖାଦେଲେ ସନେ୍ଦହରେ ସେହି ଯାତ୍ରୀମାନଙ୍କୁ ଯାଞ୍ଚ କରାଯିବ । ସ୍କାନର୍ ସାହାର୍ଯ୍ୟରେ ବ୍ୟାଗ, ଗଣ୍ଠିଲି ଓ ଆଟାଜ୍ଗୁଡ଼ିକ ଯାଞ୍ଚ ବ୍ୟବସ୍ଥା କରାଯିବ ।
ମଙ୍ଗଳାଘାଟଛକ, ହରେକୃଷ୍ଣପୁର ଛକ, ଅଠରନଳା, ବାଲିଘାଟ, ନୂଆନଈଠାରେ ସହରକୁ ପ୍ରବେଶ କରୁଥିବା ଗାଡ଼ିଗୁଡ଼ିକୁ ତୀକ୍ଷ୍ଣ ନଜରରେ ରହିବ । ବିଭିନ୍ନ ସ୍ଥାନରେ ଲଗାଯାଇଥିବା ସିସିଟିଭି ଏବଂ କଣ୍ଟ୍ରୋଲ୍ ରୁମ୍ ଟାଉନ୍ ଥାନାରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ । ସମୁଦ୍ରକୂଳେ ଲାଇଫଗାର୍ଡଙ୍କ ସମେତ ଅଧିକ ହୋମଗାର୍ଡ ଓ ପୁଲିସ ନିୟୋଜିତ ହୋଇ ସମୁଦ୍ରକୂଳର ସୁରକ୍ଷା ଦାୟିତ୍ୱ ନେବେ । ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଲାଗି ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।
ବୈଠକରେ ରେଳବାଇ ଏଡିଜି ସୁଧାଂଶୁ ଷଡ଼ଙ୍ଗୀ, ଅତିରକ୍ତ ସିପି ଉମାଶଙ୍କର ଦାସ, ଆଇଜି ସତ୍ୟବ୍ରତ ଭୋଇ, ଦେବଦତ୍ତ ସିଂ, ଏଡିଜି ସଞ୍ଜୀବ କୁମାର ପଣ୍ଡା, ଅମିତାଭ ଠାକୁର, ଡିଆଇଜି ଜୟନାରାୟଣ ପଙ୍କଜ, ଅନିରୁଦ୍ଧ ସିଂହ, ସ୍ପେଶାଲ ବ୍ରାଞ୍ଚ୍ ଡିଆଇଜି ଅନୁପ କୁମାର ସାହୁ, ଆଇନ ଶୃଙ୍ଖଳା ଆଇଜି ଆର୍ କେ ଶର୍ମା, କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଓ ଏସ୍ପି କନୱାର ବିଶାଲ୍ ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *