କରୋନା ସଂକ୍ରମଣ ଉପରମୁହାଁ

ଭୁବନେଶ୍ୱର (ବୁ୍ୟରୋ): ପୁଣି କରୋନା ଗ୍ରାଫ୍ ଉପରମୁହାଁ ହୋଇଛି । ଧୀରେ ଧୀରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଆଗକୁ ମଧ୍ୟ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି । ତେଣୁ ସୁରକ୍ଷା ଲାଗି ମାସ୍କ ପିନ୍ଧିବା ସହ ଓ ଟିକା ନେବାକୁ ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ପୂର୍ବ ଦିନମାନଙ୍କରେ ସଂକ୍ରମଣ ଦେଖିଲେ କିଛି ଦିନ ହେଲା ବଢି ବଢି ଚାଲିଛି । ଯେଉଁ ସର୍ଭିଲାନ୍ସ କରାଯାଉଛି ସେଥିପାଇଁ ସଂକ୍ରମଣ ଅଧିକ ଚିହ୍ନଟ ହେଉଛନ୍ତି । ଲକ୍ଷଣ ଦେଖାଗଲେ ତୁରନ୍ତ ଟେଷ୍ଟ କରନ୍ତୁ । ଯାହା ଫଳରେ ସ୍ୱାସ୍ଥ୍ୟ ବିଭାଗକୁ ଅଧିକ ପଦକ୍ଷେପ କଣ ନିଆଯିବ ସେନେଇ ଉଚିତ ପଦକ୍ଷେପ ନେବେ । ପ୍ରିକସନ ଠିକ ଭାବରେ ନନେଲେ ଏହି ସଂଖ୍ୟା ବଢ଼ିପାରେ । ତେବେ କଟକ, ପୁରୀ, ଭୁବନେଶ୍ୱର ସହରମାନଙ୍କରେ ଟେଷ୍ଟ ବଢ଼େଇବା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି । କିଛି ଦିନ ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଯେଉଁଥିରେ ଟେଷ୍ଟ ଓ ସର୍ଭିଲାନ୍ସକୁ ଗୁରୁତ୍ୱ ଦିଆଯାଇଥିବା ବୋଲି କହିଛନ୍ତି ।
ଅପରପକ୍ଷେ ଜୁଲାଇ ୧ରେ ରଥଯାତ୍ରା ଅନୁଷ୍ଠିତ ରଥଯାତ୍ରା ପାଇଁ ପ୍ରସ୍ତୁତି ଯୋରଦାର ଚାଲିଛି । ରାଜ୍ୟ ସରକାର ପୁରୀ ଜିଲ୍ଲା ପ୍ରଶାସନକୁ କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିଦେ୍ର୍ଦଶ ଦେଇଛନ୍ତି । ରଥଯାତ୍ରା ସମୟରେ କୋଭିଡ-୧୯ ପଜିଟିଭ୍ ରୋଗୀଙ୍କୁ ଚିକିତ୍ସା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କୋଭିଡ କେୟାର ସେଣ୍ଟର, ଅକ୍ସିଜେନ ସୁବିଧାଯୁକ୍ତ ବେଡ, ଆଇସିୟୁ ଓ ଏଚ୍ଡିୟୁ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛଇ । ସ୍ୱତନ୍ତ୍ର ଶିବିର ମାଧ୍ୟମରେ ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଓ ପ୍ରିକସନ୍ ଡୋଜ ଟିକା ଦେବା ପାଇଁ ବ୍ୟବସ୍ଥା ହୋଇଛି ।
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୦ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରେ ୧୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱର ଜିଲ୍ଲାରୁ ୧ ଜଣ, କଟକ ଜିଲ୍ଲାରୁ ୬ ଜଣ, ଦେବଗଡ଼ ଜିଲ୍ଲାରୁ ୧ ଜଣ, ଯାଜପୁର ଜିଲ୍ଲାରୁ ୧ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୪ ଜଣ, କୋରାପୁଟ ଜିଲ୍ଲାରୁ ୧ ଜଣ ନୟାଗଡ଼ ଜିଲ୍ଲାରୁ ୧, ସମ୍ବଲପୁର ଜିଲ୍ଲାରୁ ୩ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୦ ଜଣ ଓ ଷ୍ଟେଟପୁଲରୁ ୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନସୁଦ୍ଧା ରାଜ୍ୟରେ ୧୨, ୮୯, ୨୫୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୧୨, ୭୯, ୬୪୯ ଜଣ ସୁସ୍ଥ ହୋଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *