ଶିନେ୍ଦ ଗଲେ ସୁପ୍ରିମ୍କୋର୍ଟ

ଗୁଆହାଟୀ, ୨୬ା୬: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ସୁପ୍ରିମକୋର୍ଟରେ ପହଞ୍ଚôଛି । ଗୁଆହାଟୀରେ ସମର୍ଥକ ବିଧାୟକମାନଙ୍କ ସହ ଡେରା ପକାଇଥିବା ଶିବସେନା ନେତା ଏକନାଥ ଶିନେ୍ଦ ତାଙ୍କୁ ମିଶାଇ ୧୬ଜଣ ବିଧାୟକଙ୍କୁ ଅଯୋଗ୍ୟତା ନୋଟିସ୍ ଦିଆଯିବା ବିରୋଧରେ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବାସ୍ତବପକ୍ଷେ ଦୁଇଟି ପିଟିସନ୍ ଦାଖଲ କରାଯାଇଛି । ପ୍ରଥମ ପିଟିସନ୍ ଶିନେ୍ଦଙ୍କର ଯାହା ସଦସ୍ୟ ପଦ ରଦ୍ଦ ସମ୍ବନ୍ଧୀୟ ନୋଟିସ୍କୁ ନେଇ । ଦ୍ୱିତୀୟ ପିଟିସନ୍ ଦାଖଲ କରିଛନ୍ତି ବିଧାୟକ ଭରତ ଗୋଗାୱଲେ । ସେଥିରେ ବିଧାନସଭାରେ ଶିନେ୍ଦଙ୍କ ସ୍ଥାନରେ ବିଧାୟକ ଅଜୟ ଚୌଧରୀଙ୍କୁ ଶିବସେନା ବିଧାୟକ ଦଳ ନେତା ଓ ସୁନୀଲ୍ ପ୍ରଭୁଙ୍କୁ ନୂଆ ଚିଫ୍ ହ୍ୱିଫ୍ କରାଯିବାକୁ ଚାଲେଞ୍ଜ କରାଯାଇଛି ।
ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜେବି ପାରଦିୱାଲାଙ୍କ ଅବକାଶକାଳୀନ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ସୂତ୍ର ଅନୁଯାୟୀ, ଶିନେ୍ଦ ଶିବିର କୋର୍ଟରେ ଦାଖଲ ପୂର୍ବରୁ ପ୍ରତିବାଦୀ ମହାରାଷ୍ଟ୍ର ସରକାରଙ୍କ ନିକଟକୁ ପିଟିସନ୍ର କପି ପଠାଇଛନ୍ତି । କୋର୍ଟ ନୋଟିସ୍ ସମୟ ବଞ୍ଚାଇବା ଉଦେ୍ଦଶ୍ୟରେ ଏପରି କରାଯାଇଛି । ସୋମବାର ପୂର୍ବାହ୍ଣ ସାଢ଼େ ୧୦ଟା ବେଳେ ଖଣ୍ଡପୀଠ ଓ ରେଜିଷ୍ଟ୍ରାରଙ୍କ ସମ୍ମୁଖରେ ଅର୍ଜେଣ୍ଟ୍ ଶୁଣାଣି ପାଇଁ ମାମଲା ଉପସ୍ଥାପନ କରାଯିବା ଆଶା କରାଯାଉଛି ।
ଶିନେ୍ଦ ଗୋଷ୍ଠୀ ମଧ୍ୟ ଉପବାଚସ୍ପତିଙ୍କ ବିରୋଧରେ ନିର୍ଦ୍ଦଳୀୟ ଓ ବିଜେପି ବିଧାୟକମାନଙ୍କ ତରଫରୁ ପଠାଯାଇଥିବା ଅବିଶ୍ୱାସ ପ୍ରସ୍ତାବ ଖାରଜ ହେବାକୁ ଚାଲେଞ୍ଜ କରିଛନ୍ତି । ଦ୍ୱିତୀୟ ପିଟିସନ୍ରେ ବିଦ୍ରୋହୀ ବିଧାୟକମାନଙ୍କ ପରିବାରବର୍ଗଙ୍କ ପାଇଁ ସୁରକ୍ଷା ବନେ୍ଦାବସ୍ତ କରିବା ଲାଗି ନିବେଦନ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ମହାରାଷ୍ଟ୍ରରେ ଶିବ ସୈନିକମାନେ ବିଭିନ୍ନ ବିଦ୍ରୋହୀ ବିଧାୟକଙ୍କ ବାସଭବନ ଉପରେ ଚଢ଼ଉ କରିବା ପରେ ରବିବାରଠାରୁ ସେମାନଙ୍କ ପରିବାର ଲାଗି ରାଜ୍ୟପାଳଙ୍କ ନିଦେ୍ର୍ଦଶକ୍ରମେ ପୁଲିସ୍ ଓ କେନ୍ଦ୍ର ସରକାରଙ୍କ ନିଦେ୍ର୍ଦଶରେ ସିଆରପିଏଫ୍ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୧୫ ବିଦ୍ରୋହୀ ବିଧାୟକଙ୍କୁ କେନ୍ଦ୍ର ସରକାର ୱାଇ + ସୁରକ୍ଷା ଯୋଗାଇଛନ୍ତି ।
ଶିନେ୍ଦଙ୍କ ସମେତ ୧୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟତା ନୋଟିସ୍ର ଉତ୍ତର ଜୁନ୍ ୨୭ ସନ୍ଧ୍ୟା ସୁଦ୍ଧା ଦେବା ଲାଗି କୁହାଯାଇଛି, ଅର୍ଥାତ ସେମାନଙ୍କୁ ୭ ଦିନ ସମୟ ମଧ୍ୟ ଦିଆଯାଇ ନାହିଁ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ମଧ୍ୟ ମନ୍ତ୍ରୀମଣ୍ଡଳର କେତେକ ସଦସ୍ୟଙ୍କୁ ବରଖାସ୍ତ କରିଛନ୍ତି । ଏମାନଙ୍କ ମଧ୍ୟରେ ଏକନାଥ ଶିନେ୍ଦ, ଦାଦା ଭୁସେ ପ୍ରମୁଖ ଅଛନ୍ତି ।
ଏ ପର୍ଯ୍ୟନ୍ତ ୯ଜଣ ମନ୍ତ୍ରୀ ଠାକ୍ରେଙ୍କଠାରୁ ଦୂରେଇ ଯାଇ ଶିନେ୍ଦଙ୍କ ଗୋଷ୍ଠୀରେ ମିଶିଲେଣି । ଶିବସେନାର ୫୫ ବିଧାୟକଙ୍କ ମଧ୍ୟରୁ ୪୦ ଜଣ ଶିନେ୍ଦ ଶିବିରରେ ଯୋଗ ଦେଇଛନ୍ତି । ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଦ୍ରୁତବେଗରେ ବଦଳୁଥିବା ବେଳେ ସବୁ ବିଦ୍ରୋହୀ ବିଧାୟକଙ୍କୁ ସୁରକ୍ଷା ଯୋଗାଇବା ଲାଗି ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ପୁଲିସ୍ ମହାନିଦେ୍ର୍ଦଶକଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।
ଶିନେ୍ଦ ଗୋଷ୍ଠୀ ଆଗାମୀ ଦୁଇ ଦିନ ଭିତରେ ସରକାର ଗଠନ ଲାଗି ପ୍ରସ୍ତୁତ ହେଉଛନ୍ତି । ଶିବସେନା କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ରବିବାର ମୁମ୍ବାଇ ସ୍ଥିତ ଦଳର ମୁଖପତ୍ର ‘ସାମନା’ କାର୍ଯ୍ୟାଳୟ ବାହାରେ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ବାଇକ୍ ରାଲି ଆୟୋଜନ କରିଥିଲେ । ପୁଣେଠାରେ ବିଦ୍ରୋହୀ ବିଧାୟକଙ୍କ ପୋଷ୍ଟର ଉପରକୁ କେତେକ ଶିବ ସୈନିକ ଜୋତା ଫିଙ୍ଗିଥିବା ଦେଖାଦେଇଥିଲା । ଗୁଆହାଟୀର ରେଡିସନ୍ ବ୍ଲୁ ହୋଟେଲରେ ଶିନେ୍ଦ ବିଧାୟକମାନଙ୍କ ବୈଠକ ଡାକି ସମସ୍ତଙ୍କ ପରିବାରକୁ କେନ୍ଦ୍ରୀୟ ସୁରକ୍ଷା ଦିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି । ବିଧାୟକମାନେ କିଭଳି ମୁମ୍ବାଇ ପହଞ୍ଚôବେ ଏବଂ ଆସନ୍ତା ଦୁଇଦିନ ଭିତରେ ସରକାର ଗଠନ ଦାବି ଉପସ୍ଥାପନ କରାଯିବ । ଏ ବିଷୟରେ ଆଲୋଚନା ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *