ରଥରେ ଲାଗିଲା କଳସ, ଓଲଟ ଶୁଆ

ପୁରୀ (ବୁ୍ୟରୋ): ଜୁଲାଇ ୧ରେ ଘୋଷଯାତ୍ରା । ସେଥିପାଇଁ ଚଳଚଞ୍ଚଳ ଶ୍ରୀନଅର ସମ୍ମୁଖ ରଥଖଳା । ରଥଖଳାରେ ବିଶ୍ୱକର୍ମା ମାହାରଣା ସେବାୟତମାନେ ତିନି ରଥ ନିର୍ମାଣ କାର୍ଯ୍ୟରେ ନିମଗ୍ନ । ଆଉ ୩ ଦିନ ରଥଯାତ୍ରା ରହିଥିଲା ବେଳେ କିପରି ଶୃଙ୍ଖଳାର ସହ ରଥ ନିର୍ମାଣ ଶେଷ ହେବ ସେ ନେଇ ତିନି ରଥର ମୁଖ୍ୟ ମହାରଣା ତତ୍ପର ହୋଇଉଠିଛନ୍ତି ।
ଅନ୍ୟପକ୍ଷରେ ରଥଯାତ୍ରା ପାଖେଇ ଆସିଥିଲା ବେଳେ ରଥ ନିର୍ମାଣର ଅନେକ ନିର୍ମାଣ କାର୍ଯ୍ୟ ରଥଖଳାରେ ଜୋର୍ସୋରରେ ଚାଲିଛି । କିପରି ଆସନ୍ତା ୨୯ରେ ଶ୍ରୀଜିଉଙ୍କ ତିନି ରଥ ନିର୍ମାଣ ଶେଷ ହେବ ସେ ନେଇ ଦିନରାତି କାର୍ଯ୍ୟରେ ଲାଗି ପଡ଼ିଛନ୍ତି ସମସ୍ତ କାରିଗର । ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚôଛି । ରବିବାର ତିନିରଥରେ କଳସ, ଅଁଳା ସହ ଓଲଟ ଶୁଆ ଳଗାଯାଇଛି । ଚିତ୍ରକର ସେବକମାନେ ରଥଗୁଡ଼ିକର ଚତୁଃପାଶ୍ୱର୍ ରଙ୍ଗ ଦେଉଛନ୍ତି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ରୂପକାର ସେବକମାନେ ପାଶ୍ୱର୍ ଦେବଦେବୀ, ସଖୀ, ଶିଖର ଡମ୍ବରୁ, ହଂସପଟା ରଙ୍ଗ କାମ ଶେଷ ପର୍ଯ୍ୟାୟରେ ପହଞ୍ଚôଛି । ତିନିରଥ ପ୍ରଭାରେ ରୂପକାର ସେବକମାନେ ଖୋଦେଇ କାମ ଶେଷ କରିବା ପରେ ରଙ୍ଗ କାମ ମଧ୍ୟ ଶେଷ କରିଛନ୍ତି । ସେହିପରି ଦରଜୀ ସେବକମାନେ ରଥକନା କାମ ଜାରି ରଖିଛନ୍ତି ।
ଅନ୍ୟପକ୍ଷରେ ପାରାଭାଡ଼ି ସମେତ ପଟାରେ ରଙ୍ଗ ଦେବାରେ ଲାଗିଛନ୍ତି କାରିଗର । ଯେପରି ଶ୍ରୀଜିଉଙ୍କ ରଥ ବିଭିନ୍ନ ରଙ୍ଗରେ ସଜ୍ଜିତ ହେଲା ପରେ ସେଥିରେ କପଡ଼ା ଘେର କରାଯିବ । ପରେ ରଥ ନିର୍ମାଣ କାର୍ଯ୍ୟ ଶେଷ ହେବ । ସେଥିପାଇଁ ସମସ୍ତ ସେବାୟତ ନିଜ ନିଜ କାର୍ଯ୍ୟରେ ଲାଗି ଓ ରଥକୁ ଶେଷ ସ୍ପର୍ଶ ଦେବା ପାଇଁ ଉଦ୍ୟମ ଜାରି ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *