ରଥଯାତ୍ରା ସମାନତାର ବାର୍ତ୍ତା ଦେଇଥାଏ
ମନ୍ କୀ ବାତ୍ରେ ମାହାତ୍ମ୍ୟ ବଖାଣିଲେ ମୋଦି
ନୂଆଦିଲ୍ଲୀ, ୨୬ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଓ କାର୍ଯ୍ୟକ୍ରମ ମନ୍କୀ ବାତ୍ରେ ପୁରୀ ରଥଯାତ୍ରାର ମାହାତ୍ମ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, ଭଗବାନ ମଧ୍ୟ ଯାତ୍ରାରେ ବାହାରନ୍ତି । ଜୁଲାଇ ୧ରେ ପୁରୀରେ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହେବ । ରଥ ଯାତ୍ରା ସହିତ ପ୍ରତ୍ୟେକ ଦେଶବାସୀ ପରିଚିତ । ଅନ୍ୟ ରାଜ୍ୟରେ ମଧ୍ୟ ଜଗନ୍ନାଥଙ୍କ ରଥଯାତ୍ରା ଖୁବ୍ ଧୁମଧାମରେ ହୋଇଥାଏ । ଗୁଜରାଟର ଅହମ୍ମଦାବାଦରେ ମଧ୍ୟ ପ୍ରତିବର୍ଷ ଆଷାଢ଼ ଦ୍ୱିତୀୟାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ଦିନରୁ କଚ୍ଛରେ ନବବର୍ଷ ଆରମ୍ଭ ହୋଇଥାଏ । ରଥ ଯାତ୍ରା ଜରିଆରେ ଅନେକ ସନେ୍ଦଶ ମିଳେ । ଜଗନ୍ନାଥଙ୍କ ଯାତ୍ରାରେ ଗରିବ, ବଞ୍ଚିତଙ୍କ ବିଶେଷ ଅଂଶଗ୍ରହଣ ହୋଇଥାଏ । ଭଗବାନ ସମାଜର ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ସହ ·ଲିଥାନ୍ତି । କୌଣସି ଧନୀଗରିବ, ଉଚ୍ଚନୀଚ ଏପରି କୌଣସି ଭେଦଭାବ ଦୃଷ୍ଟିକୁ ଆସେ ନାହିଁ । ରଥଯାତ୍ରା ସମାନତାର ବାତ୍ତା ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ୯୦ ତମ ମନ୍କୀ ବାତ୍ରେ ୩୦ ଜୁନରୁ ଅମରନାଥ ଯାତ୍ରା ଉପରେ ସୂଚନା ଦେଇଛନ୍ତି । ପ୍ରାୟ ୪୭ ବର୍ଷ ପୂର୍ବେ ୧୯୭୫ ମସିହା ଜୁନ୍ରେ ଦେଶରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତି ଉପରେ ସୂଚନା ଦେଇ କହିଛନ୍ତି, ସେତେବେଳେ ନାଗରିକଙ୍କ ଅଧିକାର ଛଡ଼ାଇ ନିଆଯାଇଥିଲା । ସେତେବେଳେ ଭାରତୀୟ ଗଣତନ୍ତ୍ରକୁ ଦଳିଚକଟି ଦେବାର ପ୍ରଚେଷ୍ଟା କରାଯାଇଥିଲା । ତଥାପି ଭାରତୀୟଙ୍କର ଗଣତନ୍ତ୍ର ଉପରୁ ବିଶ୍ୱାସ ତୁଟିଲାନି । ଭାରତର ଲୋକେ ଗଣତାନ୍ତ୍ରିକ ପ୍ରକ୍ରିୟା ମାଧ୍ୟମରେ ହିଁ ଜରୁରୀକାଳୀନ ପରିସ୍ଥିତିକୁ ହଟାଇ ଦେଲେ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ପାଳନ ହେଉଛି । କିନ୍ତୁ ଜରୁରୀ ପରିସ୍ଥିତିର ଭୟାବହତାକୁ ଭୁଲିବା ଉଚିତ ନୁହେଁ । ଆମ ଦେଶ ବହୁ କ୍ଷେତ୍ରରେ ସଫଳତାର ଆକାଶକୁ ସ୍ପର୍ଶ କରୁଛି । କିଛିବର୍ଷ ଧରି ସ୍ପେସ୍ ସେକ୍ଟର୍ ସହ ଜଡ଼ିତ ଅନେକ ବଡ଼ ବଡ଼ କାମ ହୋଇଛି । ଇନ୍-ସ୍ପେସ୍ ଏଜେନ୍ସି ମହାକାଶ କ୍ଷେତ୍ରରେ ଘରୋଇ କ୍ଷେତ୍ର ପାଇଁ ନୂତନ ସୁଯୋଗକୁ ପ୍ରୋତ୍ସାହିତ କରୁଛି । ଏହି ଅବସରରେ ସେ ସ୍ପେସ୍ ଷ୍ଟାର୍ଟ-ଅପ୍ ସଂପର୍କରେ ସୂଚନା ଦେଇ ବେଙ୍ଗାଲୁରୁରେ ଆଷ୍ଟ୍ରୋମର ପ୍ରତିଷ୍ଠାତା ନେହା ଏବଂ କ୍ଷୁଦ୍ର ଉପଗ୍ରହ ପ୍ରସ୍ତୁତ କରିଥିବା ମେହେସାଣାର ସ୍କୁଲ ଛାତ୍ରୀ ତନଭି ପଟେଲଙ୍କୁ ଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ୭୫୦ ସ୍କୁଲ ଛାତ୍ରଛାତ୍ରୀ ଅମୃତ ମହୋତ୍ସବରେ ଏହିଭଳି ୭୫ଟି ଉପଗ୍ରହ ଉପରେ କାର୍ଯ୍ୟ କରୁଛନ୍ତି ।
ଅଲିମ୍ପିକ ସ୍୍ୱର୍ଣ୍ଣ ବିଜେତା ନୀରଜ ଚୋପ୍ରା, ମଣିପୁରର ଭାରୋତ୍ତଳନକାରୀ ଏମ୍. ମାର୍ଟିନା ଦେବୀ, ୭୦ କିଲୋମିଟର ସାଇକେଲ ·ଳନାରେ ସ୍ୱର୍ଣ୍ଣ ବିଜେତା ଶ୍ରୀନଗରର ଆଦିଲ ଅଲ˜ତାଫଙ୍କ ସଫଳତା ବଖାଣିବା ସହିତ ସମସ୍ତ କ୍ରୀଡ଼ବିତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ୨୮ ଜୁଲାଇରୁ ଆରମ୍ଭ ହେଉଥିବା ଚେସ୍ ଅଲିମ୍ପିଆଡ୍ÿରେ ୧୮୦ରୁ ଅଧିକ ଦେଶ ଅଂଶଗ୍ରହଣ କରୁଥିବା ମୋଦି ସୂଚନା ଦେଇଛନ୍ତି । ମନ୍କୀ ବାତ୍ରେ ସେ ତେଲେଙ୍ଗାନାର ପର୍ବତାରୋହୀ ପୂର୍ଣ୍ଣା ମାଲାୱଥଙ୍କ ସଫଳତା ଯୋଗୁ ଖୁସି ବ୍ୟକ୍ତ କରିଛନ୍ତି । ପ୍ରତିଭାଶାଳୀ କ୍ରିକେଟର ମିତାଲି ରାଜ ପ୍ରେରଣାର ଉତ୍ସ ପାଲଟିଥିବା କହି ତାଙ୍କ ଶୁଭକାମନା କରିଛନ୍ତି । ଆଇଜଲରେ ଥିବା ନଦୀ ଚିଟେ ଲୁଇଫ୍ରୁ ଆବର୍ଜନା ସଫେଇ, ମିଜୋରାମର ଏକ ଗାଁରେ ରାଜ୍ୟର ପ୍ରଥମ ପ୍ଲାଷ୍ଟିକ୍ ସଡ଼କ ନିର୍ମାଣ ସଂପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବେଳାଭୂମି ଓ ପରିବେଶ ପରିଷ୍କାର ଉପରେ ଗୁରୁତ୍ୱ ଦେଇଛନ୍ତି ।