ନିମ୍ନମାନର ସିମେଣ୍ଟରେ ରାସ୍ତା ନିର୍ମାଣ
ସୌନ୍ଦର୍ଯ୍ୟକରଣ ନାମରେ ହରିଲୁଟ୍
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ପୌରସଂସ୍ଥା ଦ୍ୱାରା ବଳରାମ ମନ୍ଦିର ଚତୁଃପାଶ୍ୱର୍କୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ କଂକି୍ରଟ ରାସ୍ତା ନିର୍ମାଣ କରାଯାଉଛି । ଏହି ରାସ୍ତା ନିର୍ମାଣରେ ବ୍ୟବହାର କରାଯାଉଥିବା ନିମ୍ନମାନ ସିମେଣ୍ଟ ବ୍ୟବହାର କରାଯାଉ ଥିବାର ଅଭିଯୋଗ ସତ୍ତ୍ୱେ୍ୱ ଠିକାଦାର ମନମୁଖୀ କାର୍ଯ୍ୟ କରିବା ସହିତ ପୌର ସଂସ୍ଥାର ନିର୍ବାହୀ ଅଧିକାରୀଙ୍କ ନିଦେ୍ର୍ଦଶକୁ ମଧ୍ୟ ଖାତିର କରୁନଥିବାର ଜଣାପଡିଛି ।
ପୌରସଂସ୍ଥା ୬ ନଂ ୱାର୍ଡ ଶ୍ରୀଶ୍ରୀ ସିଦ୍ଧବଳରାମ ମନ୍ଦିର ଚାରିପାଖରେ ଥିବା ରାସ୍ତାର ସୌନ୍ଦର୍ଯ୍ୟକରଣ ପାଇଁ କଂକି୍ରଟ ରାସ୍ତା ନିର୍ମାଣ କରାଯାଉଛି । ଦକ୍ଷିଣ ପାଶ୍ୱର୍ରେ ହେଉଥିବା ୭୦ ମିଟର କଂକ୍ରିଟ ରାସ୍ତା କାର୍ଯ୍ୟରେ ଠିକାଦାର ନିମ୍ନମାନର ବାଲି, ଗୋଡି ଏବଂ ସିମେଣ୍ଟ ବ୍ୟବହାର କରାଯାଉଥିବାର ଅଭିଯୋଗ ହୋଇଛି । ପୌରସଂସ୍ଥା ଦ୍ୱାରା ସ୍ଥିରିକୃତ ହୋଇଥିବା ସିମେଣ୍ଟ ବ୍ୟବହାର କରାନଯାଇ ଅନୁମତି ନଥିବା ସିମେଣ୍ଟ ବ୍ୟବହାର କରାଯାଉଛି । ଲାଭଖୋର ଠିକାଦାର ମନୋମୁଖୀ କାର୍ଯ୍ୟକରୁଥିବା ବେଳେ ଯନ୍ତ୍ରୀ, ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେଏଭଳି କାର୍ଯ୍ୟ ହେଉଥିବାର ଜଣାପଡିଛି । ଏହି କାର୍ଯ୍ୟ ସରକାରଙ୍କ ସିୟୋର ଯୋଜନାରେ ୬ ନମ୍ବର ୱାର୍ଡ ବଳରାମ ମନ୍ଦିର ଠାରୁ ୭ ନମ୍ବର ୱାର୍ଡର ଦଣ୍ଡାସାହି ପର୍ଯ୍ୟନ୍ତ କରିବାକୁ ଅନୁମୋଦନ କରାଯାଇଛି । ପ୍ରାୟ ୧ କୋଟି ୩୫ ଲକ୍ଷ ଟଙ୍କା ବ୍ୟୟରେ ଏହି କାର୍ଯ୍ୟ କରାଯାଉ ଥିବାର ଜଣାପଡିଛି । ପ୍ରକାଶ ଥାଉକି ଗତ ୨୦୧୭-୧୮ ମସିହାରେ ପ୍ରାୟ ୫ ଲକ୍ଷ ଟଙ୍କା ବ୍ୟୟରେ ଏହି ରାସ୍ତା ନିର୍ମାଣ କରାଯାଇଥିବା ବେଳେ ନିମ୍ନମାନର କାର୍ଯ୍ୟ ଯୋଗୁ ଏହା ନଷ୍ଟ ହୋଇଯାଇଥିଲା । ପୁଣି ଥରେ ଟେଣ୍ଡର କରାଯାଇ ଏହି ରାସ୍ତା ନିର୍ମାଣ କରାଯାଉଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ନେଇ ଅସନ୍ତୋଷ ଦେଖାଦେଇଛି । ଏ ସଂକ୍ରାନ୍ତରେ ପୌରନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି ଯେ, ଅଭିଯୋଗ ମିଳିବା ପରେ କାର୍ଯ୍ୟ ବନ୍ଦ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଥିଲେ ମଧ୍ୟ ଠିକାଦାର କାର୍ଯ୍ୟ ଚଳାଇଛନ୍ତି । ସେ କାହା ନିଦେ୍ର୍ଦଶରେ କାର୍ଯ୍ୟ କରୁଛନ୍ତି ଏବଂ କାହା ସ୍ୱାର୍ଥରେ କରୁଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ସଂକ୍ରାନ୍ତରେ ତୁରନ୍ତ ପଦକ୍ଷେପ ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।