ବିପୁଳ ମାରଣାସ୍ତ୍ର, ମାଓ ସାମଗ୍ରୀ ଜବତ

ମାଓ କ୍ୟାମ୍ପ୍ ଧ୍ୱଂସ
ଭବାନୀପାଟଣା (ଆପ୍ର): କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ନାପାଡ଼ାଲୁ ଜଙ୍ଗଲରେ କୁମିଂ ଅପରେସନ୍ କରାଯାଇ ଏକ ମାଓ କ୍ୟାମ୍ପକୁ ଧ୍ୱଂସ କରାଯାଇଛି । ଉକ୍ତ କ୍ୟାମ୍ପରୁ ୪ ଆଇଇଡି, ୪ଗୁଳି ଓ ବିସ୍ଫୋରକ ସହିତ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ ହୋଇଚି । ସୁରକ୍ଷାକର୍ମୀ ମିଳିତ ଭାବେ ଗତ ୨୩ ତାରିଖରେ କୁମିଂ ଅପରେସନ ବେଳେ ଏସବୁ ସାମଗ୍ରୀ ଜବତ କରିଥିବା କଳାହାଣ୍ଡି ଏସ୍ପି ଅଭିଳାଷ ଜି ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ନାପାଡ଼ାଲୁ ଜଙ୍ଗଲରେ ୩୦ରୁ ଅଧିକ ନକ୍ସଲ କ୍ୟାମ୍ପ କରି ରହିଥିବା ଗୋଇନ୍ଦା ସୂତ୍ରରୁ ସୂଚନା ମିଳିବା ପରେ କଳାହାଣ୍ଡି ପୁଲିସ୍ ପକ୍ଷରୁ ମିଳିତ ଅପରେସନ୍ କରାଯାଇଥିଲା । ଏସ୍ଓଜି, ଡିଭିଏଫ୍ ଓ ସିଆର୍ପିଏଫ୍ ଯବାନମାନେ ମିଳିତ ଭାବେ କିୁମିଂ ଅପରେସନ୍ ଚଳାଇବା ସମୟରେ ନକ୍ସଲଙ୍କ ସହିତ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲାୟ ଗୁଳିବିନିମୟ ଭିତରେ ନକ୍ସଲମାନେ ପଛଘୁଞ୍ଚା ଦେଇଥିଲେ । କ୍ୟାମ୍ପରେ ନିଖିଲ, ଦଶୃ ଓ ମମତା ଭଳି ଟପ୍ ନକ୍ସଲ କ୍ୟାଡର ଉପସ୍ଥିତ ଥିବା ଏସ୍ପି ସୂଚନା ଦେଇଛନ୍ତି । ଯବାନମାନେ କ୍ୟାମ୍ପ ସର୍ଚ୍ଚ କରି ୪ଆଇଡି, ୪ ଗୁଳି, ମାଓ ପୁସ୍ତିକା, ପୋଷ୍ଟର, କିଟ୍ ବ୍ୟାଗ, ଔଷଧ, ସୋଲାର ପ୍ୟାନେଲ ସହ ବହୁ ବିସ୍ଫୋରକ ଜବତ କରାଯାଇଥିଲା । ୨୨ ତାରିଖରେ ମଧ୍ୟ ଏମ୍ ରାମପୁର ଥାନା ଅଞ୍ଚଳର ବିପୁଳ ମାଓସାମଗ୍ରୀ ଜବତ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *