ଦୁଇ ବସ୍ ଉପରେ ଆକ୍ରମଣ

ଘାଟି ରାସ୍ତାରେ ଦନ୍ତା ଉପଦ୍ରବ
ବାରିପଦା (ଆପ୍ର): ହାତୀ ଉପଦ୍ରବ ଯୋଗୁ ପ୍ରଭାବିତ ହେଉଛି ଲୋକଙ୍କ ଜୀବନଜୀବିକା । ବନବିଭାଗର ଦାୟିତ୍ୱହୀନତା କାରଣରୁ ହାତୀ ବାସସ୍ଥାନକୁ ବଡ଼ବଡ଼ିଆ ଓ ମାଫିଆ କବ୍ଜା କରି ରାତିଦିନ କାଠ ଏବଂ ଲଘୁଖଣିଜ ଦ୍ରବ୍ୟ ଚାଲାଣ କରୁଛନ୍ତି । ଫଳରେ ହାତୀପଲ ବାସହୀନ ହୋଇ ଜନବସତିରେ ଉପଦ୍ରବ କରୁଛନ୍ତି ।
ମୟୂରଭଞ୍ଜ ଜିଲ୍ଲା ସାରସକଣା ଓ ବାଙ୍ଗରିପୋଷି ବ୍ଲକ ଅଞ୍ଚଳରେ ଲଗାତାର ହାତୀ ଉପଦ୍ରବ ଲୋକଙ୍କ ନିଦ ହଜାଇଛି । ବର୍ଷତମାମ ଶିମିଳିପାଳରୁ ଆସିଥିବା ହାତୀପଲଙ୍କ ଉପଦ୍ରବରେ ଲୋକେ ଅତିଷ୍ଠ ହୋଇଛନ୍ତି ।
ରବିବାର ଅପରାହ୍ଣ ୫ଟାରେ ହାତୀ ଦୁଇଟି ବସ୍ ଉପରେ ଆକ୍ରମଣ କରିଛି । ବସଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲେ ହେଁ ଯାତ୍ରୀଙ୍କର କିଛି କ୍ଷତି ଘଟି ନ ଥିବା ସୂଚନା ମିଳିଛି । ୪୯ ନଂ ଜାତୀୟ ରାଜପଥର ବିଶୋଇ ଓ ବାଙ୍ଗରିପୋଷି ନିକଟ ଦୁଆରଶୁଣୀ ଘାଟି ଉପରେ ଏକ ଦନ୍ତା ହାତୀ ଦୁଲହନ ନାମକ ଘରୋଇ ବସ ଉପରେ ଆକ୍ରମଣ କରିଛି । ରାଇରଙ୍ଗପୁରରୁ ବାରିପଦା ଯାଉଥିବା ଏହି ବସ୍କୁ ଦାନ୍ତରେ ଆକ୍ରମଣ କରିଥିଲା । ଏହା ପଛରେ ଆସୁଥିବା ଝୁନା ନାମକ ଆଉ ଏକ ବସକୁ ଉପରେ ମଧ୍ୟ ଦନ୍ତା ହାତୀ ଆକ୍ରମଣ କରିଥିଲା । ହାତୀପଲଙ୍କ ଉପଦ୍ରବ ଯେରାଗୁ ରାସ୍ତାରେ ଯାତାୟାତ କରୁଥିବା ଗାଡ଼ିମୋଟର ନିରାପଦ ମଣୁ ନାହାନ୍ତି । ବନ ବିଭାଗ ପକ୍ଷରୁ ମଧ୍ୟ ହାତୀ ଘଉଡାଇବାର ବ୍ୟବସ୍ଥା ନ ଥିବାରୁ ଲୋକେ ଭୟଭିତ ହୋଇପଡ଼ିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *