ଭାରତୀୟ କ୍ରିକେଟ୍ର ନୂଆ ଦ୍ରୋଣାଚାର୍ଯ୍ୟ: ଚନ୍ଦ୍ରକାନ୍ତ ପଣ୍ଡିତ

ବେଙ୍ଗାଲୁରୁ, ୨୬ା୬ (ଏଜେନ୍ସି): ମଧ୍ୟ ପ୍ରଦେଶ ପ୍ରଥମ ଥର ରଣଜୀ ଚାମ୍ପିଅନ୍ ହୋଇଛି, ତାହା ବି ମୁମ୍ବାଇକୁ ହରାଇ ଯିଏକି ୪୧ ଥର ଏହି ଟୁର୍ଣ୍ଣାମେଣ୍ଟ ଜିତିଛି । ଟିମ୍ର ଏହି ସଫଳତାର ସର୍ବାଧିକ ଶ୍ରେୟ କୋଚ୍ ଚନ୍ଦ୍ରକାନ୍ତ ପଣ୍ଡିତଙ୍କୁ ଦିଆଯାଉଛି ।
ପଣ୍ଡିତ ଏଥି ପୂର୍ବରୁ ବିଦର୍ଭକୁ ଦୁଇ ଥର ରଣଜୀ ଚାମ୍ପିଅନ୍ କରାଇଛନ୍ତି । ଖାଲି ସେତିକି ନୁହେଁ, ତାଙ୍କ କୋଚିଂରେ ମୁମ୍ବାଇ ବି ଥରେ ଚାମ୍ପିଅନ୍ ହୋଇଥିଲା ।
ପଣ୍ଡିତଙ୍କ କୋଚିଂ ଶୈ÷ଳୀ ବି କ୍ରିକେଟିଂ ସର୍କଲରେ ଚର୍ଚ୍ଚାର ବିଷୟ ହୋଇଥାଏ । କଠୋରତା ଓ ଶୃଙ୍ଖଳା ବଳରେ ସେ ଏକ ସାଧାରଣ ଟିମ୍କୁ ବି ଚାମ୍ପିଅନ୍ କରାଇବାର ସାମର୍ଥ୍ୟ ରଖନ୍ତି । ସେ ଖେଳାଳିମାନଙ୍କ ତମାମ୍ ଆବଶ୍ୟକତା ଉପରେ ଧ୍ୟାନ ଦିଅନ୍ତି ଏବଂ ସେମାନଙ୍କୁ କେବଳ କ୍ରିକେଟ୍ ଉପରେ ଫୋକସ୍ କରିବାକୁ ପ୍ରେରିତ କରନ୍ତି ।
ମଧ୍ୟପ୍ରଦେଶ ଟିମ୍ର କୋଚ୍ ଭାବେ ପଣ୍ଡିତ ଶୃଙ୍ଖଳା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଥିଲେ । ଖେଳାଳିମାନଙ୍କର ଯିବା-ଆସିବା ଟାଇମିଂ ହେଉ ବା ଡ୍ରେସ୍ କୋଡ୍, ଅଥବା ଟିମ୍ ବିହେଭିଅର – ସେ ସାମାନ୍ୟ ବିଶୃଙ୍ଖଳା ବି ବରଦାସ୍ତ କରନ୍ତି ନାହିଁ । ପଣ୍ଡିତଙ୍କ ଗୋଟିଏ କଲ୍ରେ ଟିମ୍ ଅଭ୍ୟାସ ପାଇଁ ଗ୍ରାଉଣ୍ଡରେ ପହଞ୍ଚିଯାଏ । ଥରେ ସେ ରାତି ୧୨ଟା ବେଳେ ଖେଳାଳିମାନଙ୍କୁ ଗ୍ରାଉଣ୍ଡକୁ ଡକାଇଥିଲେ । ସେହି ଦିନ ସେ ଖେଳାଳିମାନଙ୍କ ଆଲର୍ଟନେସ୍ ଦେଖିବାକୁ ଚାହୁଁଥିଲେ । ଟ୍ରେନିଂରେ ବିଳମ୍ବ ହେଲେ ଖେଳାଳିଙ୍କୁ ପୂରା ସତ୍ର ଛାଡ଼ିବାକୁ ପଡ଼ୁଥିଲା ।
ପଣ୍ଡିତ ଟିମ୍ରେ ଜୁନିଅର-ସିନିଅର କଲ୍ଚର ଶେଷ କରିବା ପାଇଁ ‘ଭୈୟା’ ସମ୍ବୋଧନ ଉପରେ ବ୍ୟାନ୍ ଲଗାଇଥିଲେ । ସମସ୍ତେ ପରସ୍ପରକୁ ନାଁ ଧରି ଡାକୁଥିଲେ, ସେ ଜୁନିଅର ହୁଅନ୍ତି ଅବା ସିନିଅର । କୋଚ୍ଙ୍କ ଯୁକ୍ତି ଥିଲା ଯେ ଯଦି ଆପଣ କାହାକୁ ସମ୍ମାନ ଦେବାକୁ ଚାହାନ୍ତି, ହୃଦୟରୁ କରନ୍ତୁ, ପାଟିରେ ନୁହେଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *