ଆଉ ୪ ବର୍ଷ ମିଳିବ ଜିଏସ୍ଟି କ୍ଷତିପୂରଣ

ରାଜ୍ୟଗୁଡ଼ିକୁ କେନ୍ଦ୍ରର ବଡ଼ ଉପହାର
ନୂଆଦିଲ୍ଳୀ(ଏଜେନ୍ସି): ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଏକ ବଡ଼ ଉପହାର ଦେଇଛନ୍ତି । କେନ୍ଦ୍ର ସରକାର ଜିଏସ୍ଟି କ୍ଷତିପୂରଣ ସମୟସୀମାକୁ ୪ବର୍ଷ ଅର୍ଥାତ୍ ୩୧ ମାର୍ଚ୍ଚ ୨ଠ୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସିଧାଅର୍ଥରେ କହିଲେ ରାଜ୍ୟ ସରକାର ଏଣିକି ଆହୁରି ଅତିରିକ୍ତ ୪ବର୍ଷ ଯାଏ ଜିଏସ୍ଟି କ୍ଷତିପୂରଣ ପାଇପାରିବେ । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି । ପ୍ରକାଶ, ଦେଶରେ ଜିଏସ୍ଟି ବ୍ୟବସ୍ଥା ଲାଗୁ ହେବା ଫଳରେ ରାଜ୍ୟଗୁଡ଼ିକୁ ହେଉଥିବା ରାଜସ୍ୱ କ୍ଷତି ଭରଣା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଏସ୍ଟି କ୍ଷତିପୂରଣ ବ୍ୟବସ୍ଥା ଲାଗୁ କରାଯାଇଥିଲା । ତେବେ ଏହାକୁ ଆରମ୍ଭରୁ ମାତ୍ର ୫ ବର୍ଷ ଯାଏ ଲାଗୁ କରାଯିବା ପାଇଁ ସେତେବେଳେ ନିଷ୍ପତ୍ତି ନିଆଯାଇଥିଲା । ଏହି କ୍ରମେ ଯାହାକି ଜୁନ୍ ୩୦, ୨ଠ୨୨ ସୁଦ୍ଧା ଜିଏସ୍ଟି କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ଶେଷ ହୋଇଯିବା କଥା । କିନ୍ତୁ କିନ୍ତୁ କିଛି ରାଜ୍ୟ କେନ୍ଦ୍ର ସରକାରଙ୍କୁ କ୍ଷତିପୂରଣ ବ୍ୟବସ୍ଥା ଜାରି ରଖିବା ପାଇଁ ଦାବି ଜଣାଇଥିଲେ । ସେମାନଙ୍କ ରାଜସ୍ୱ କ୍ଷତି ହେବା ନେଇ ସେମାନେ ଏହି ଦାବି କରିଥିଲେ । ଏବେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଆଗାମୀ ୪ବର୍ଷ ଯାଏ ଜିଏସ୍ଟି କ୍ଷତିପୂରଣ ବ୍ୟବସ୍ଥା ଜାରି ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *