ବନ୍ଧାହେଲେ ପତ୍ନୀ ଓ ପ୍ରେମିକ
ପରକୀୟା ପ୍ରୀତି ଯୋଗୁଁ ବଳିପଡ଼ିଲା ଗୋପାଳ
ବାରଙ୍ଗ (ଆପ୍ର): ଗତ ୨୧ ତାରିଖରୁ ନିଖୋଜ ଥିବା କଟକ ଜିଲ୍ଲା ବାରଙ୍ଗ ଥାନା ଅଧିନସ୍ତ ଗୋପାଳ ନାୟକ ହତ୍ୟା ଘଟଣାର ଆଜି ଖୁଲାସ ହୋଇଛି । ଗୋପାଳଙ୍କୁ ହତ୍ୟା ଅଭିଯୋଗରେ ତାଙ୍କ ପତ୍ନୀ ସମେତ ବୟଫ୍ରେଣ୍ଡକୁ ଗିରଫ କରିଛି ପୁଲିସ । ପରକୀୟା ପ୍ରୀତିକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ହୋଇଥିବା କଟକ ଅତିରିକ୍ତ ଡିସିପି ପ୍ରମୋଦ ରଥ କହିଛନ୍ତି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଧିନସ୍ତ ନୂଆଗାଁ ବାସିନ୍ଦା ଗୋପାଳ ନାୟକ ବାଙ୍କୀ ଥାନା ଅନ୍ତର୍ଗତ ଗହଳବାଙ୍କ ଗ୍ରାମର ଝୁମୁରି ନାୟକଙ୍କୁ ବିବାହ କରି ଘର ଜୋଇଆଁ ଭାବରେ ରହି ଆସୁଥିଲେ । ଏହା ସହିତ ଗୋପାଳ ବାଆଁରା ଗ୍ରାମ ନିକଟରେ ଥିବା ଏକ ଘରୋଇ ମେଡିକାଲରେ ସୁଇପର ଭାବରେ କାମ କରୁଥିଲେ । ଗତ ୨୧ ତାରିଖ ଦିନ ଗୋପାଳ ମେଡିକାଲକୁ ଆସି ଆଉ ସନ୍ଧ୍ୟାରେ ଘରକୁ ଫେରି ନଥିଲେ । ଘର ଲୋକ ଖୋଜାଖୋଜି କରି ଗୋପାଳର କୌଣସି ପତ୍ତା ପାଇନଥିଲେ । ହେଲେ ତାଙ୍କର ଏକ ସ୍କୁଟିକୁ ବାରଙ୍ଗ ପୁଲିସ ପାଇ ଘର ଠିକଣାରେ ଖବର ଦେଇଥିଲେ ।
ପୁଲିସ ଘଟଣାର ଅନୁସନ୍ଧାନ କରି ଗୋପାଳଙ୍କ ମୃତଦେହ ଗୋଡିସାହି ଫାଣ୍ଡି ନିକଟସ୍ତ ବିଦ୍ୟାଧରପୁର ମୌଜାରେ ଥିବା ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ମୁଖ୍ୟ ରାସ୍ତା କଡ଼ରେ ଥିବା କାଜୁ ଜଙ୍ଗଲରୁ ପାଇଥିଲେ । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ ମୃତ ଗୋପାଳଙ୍କ ପତ୍ନୀ ଝୁମୁରି ଓ ତାଙ୍କ ପ୍ରେମିକ ବନ୍ଧୁ ଜଗନ୍ନାଥକୁ ବାନ୍ଧିଛି । ଏହି ଘଟଣାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଟକ ଅତିରିକ୍ତ ଡିସିପି ପ୍ରମୋଦ ରଥ ସୂଚନା ଦେଇଛନ୍ତି । ଗତ ୨୧ ତାରିଖରେ ଜଗନ୍ନାଥ ଓ ଝୁମୁରି ବିବାହ କରିବାକୁ ଯୋଜନାକର ଘରୁ ପଳାଇଥିଲେ । ସେମାନେ ବାରଙ୍ଗ ଥାନା ତ୍ରିଶୂଳିଆ ଅଞ୍ଚଳରେ ଥିବା ଖବର ପାଇ ଗୋପାଳ ସେଠାରେ ପହଞ୍ଚିଥିଲେ । ଏହି ସମୟରେ ଗୋପାଳ ନିଶାସକ୍ତ ଅବସ୍ଥାରେ ଥିବାବେଳେ ସେଠାରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ସେମାନେ ବିଦ୍ୟାଧରପୁର ମୌଜାରେ ଥିବା କାଜୁ ଜଙ୍ଗଲକୁ ·ଲି ଯାଇଥିଲେ । ସେଠାରେ ଜଗନ୍ନାଥ ଓ ଝୁମୁରି ଏକ ପଥରରେ ଛେଚି ଗୋପାଳକୁ ହତ୍ୟାକରି ଫେରାର ହୋଇଥିଲେ । ଗୋପାଳର ଶବକୁ ଘୋଷାଡି ଘୋଷାଡି ନେଇ ଏକ ବୁଦାମୂଳେ ଲୁ·ଇ ଦେଇ ନିଜେ ନିଜ ବାଟରେ ଚାଲିଯାଇ ଫେରାର ହୋଇ ଯାଇଥିବା ପୁଲିସ ସୂଚନା ଦେଇଛି ।