ବିଶ୍ୱକୁ ବାଟ ଦେଖାଇବ ଓଡ଼ିଶା
ଖାଦ୍ୟ ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା
ଭୁବନେଶ୍ୱର, ୨୪ା୬ (ବୁ୍ୟରୋ): ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଉତ୍ପାଦନ ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ହାସଲ କରିଥିବା ଉଲ୍ଲେଖନୀୟ ସଫଳତାକୁ ସ୍ୱୀକୃତି ଦେଇଛି ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫ୍ପି) । ସାରା ବିଶ୍ୱକୁ ବାଟ ଦେଖାଇବ ଓଡ଼ିଶା । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଅନ୍ୟ ରାଜ୍ୟ ଓ ଦେଶକୁ ରଣକୌଶଳ ଶିଖାଇବ ଓଡ଼ିଶା । ଡବ୍ଲୁ୍ୟଏଫ୍ପି ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଅନ୍ତର୍ଜାତୀୟ ସ୍ତରରେ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ । ରୋମ୍ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡବ୍ଲୁ୍ୟଏଫ୍ପି ମୁଖ୍ୟାଳୟରେ ଦୁଇ ଦଶନ୍ଧିରେ ଓଡ଼ିଶା ହାସଲ କରିଥିବା ସଫଳତାର ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରିବା ପରେ ଏହାକୁ ବିଶ୍ୱବ୍ୟାପୀ ରୋଲ୍ ମଡେଲ କରିବାକୁ ନିଷ୍ପତ୍ତି ହୋଇଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଡବ୍ଲୁ୍ୟଏଫ୍ପି ମୁଖ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ଅବସରରେ ଖାଦ୍ୟ ସୁରକ୍ଷା ଓ ଜୀବନଜୀବିକାକୁ ସୁଦୃଢ଼ କରି ରାଜ୍ୟରେ କିପରି ରୂପାନ୍ତରରେ ଅଗ୍ରଗତି ହୋଇପାରିଛି, ମୁଖ୍ୟମନ୍ତ୍ରୀ ତାହା ବର୍ଣ୍ଣନା କରିଛନ୍ତି । ଡବ୍ଲୁ୍ୟଏଫ୍ପିର ନିମନ୍ତ୍ରଣକ୍ରମେ ମୁଖ୍ୟମନ୍ତ୍ରୀ ରୋମ୍ ଗସ୍ତରେ ଯାଇ ଏହାର ମୁଖ୍ୟାଳୟ ପରିଦର୍ଶନ କରିବା ସହ ରାଜ୍ୟର ରୂପାନ୍ତରଣ ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି । ଡବ୍ଲୁ୍ୟଏଫ୍ପି କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଡେଭିଡ୍ ବିସଲେ ଏବଂ ଲିଡରସିପ୍ ଟିମ୍ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ପ୍ରଦାନ କରିଛନ୍ତି । କ୍ଷୁଧାମୁକ୍ତ ପରି ଏକ ସାଧାରଣ ଲକ୍ଷ୍ୟ ହାସଲ ଲାଗି ଡବ୍ଲୁ୍ୟଏଫ୍ପି ଓ ଓଡ଼ିଶା ସରକାର ମିଳିତ ଭାବରେ କାର୍ଯ୍ୟ କରିବା ନେଇ ସହଭାଗୀଙ୍କ ସହ ସେ ଆଲୋଚନା କରିଛନ୍ତି ।
ଓଡ଼ିଶା ଗତ ଦୁଇ ଦଶନ୍ଧିରେ ଖାଦ୍ୟ ଉତ୍ପାଦନ, ଖାଦ୍ୟ ସୁରକ୍ଷା, ଜୀବନଜୀବିକା, ବିପର୍ଯ୍ୟୟ ପରିଚାଳନା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରି ଏବଂ ଜଳବାୟୁ ଅନୁକୂଳ ଜୀବିକା ସୃଷ୍ଟି ନିମନ୍ତେ ବିକାଶମୂଳକ କାର୍ଯ୍ୟ କରି ଓଡ଼ିଶା ଧୀରେ ଧୀରେ ନିରନ୍ତର ଓ ସମନ୍ୱିତ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରଗତି କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଡବ୍ଲୁ୍ୟଏଫ୍ପି ଏବଂ ଏହା ସହଯୋଗୀ ସଂସ୍ଥାମାନଙ୍କ ଜରିଆରେ ସାରାବିଶ୍ୱକୁ ଆମ ଅନୁଭୂତି ବାଣ୍ଟିବା ଆନନ୍ଦଦାୟକ ହେବ ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ସ୍ୱାଗତ କରି ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟକାରୀ ନିଦେ୍ର୍ଦଶକ ଡେଭିଡ୍ ବିସଲେ କହିଛନ୍ତି ଯେ, ଓଡ଼ିଶାରେ ଜୀବିକା ନିର୍ବାହ ଏବଂ ଖାଦ୍ୟ ନିରାପତ୍ତାକୁ ସୁଦୃଢ଼ କରିବା ପାଇଁ ଆମର ମିଳିତ ଲକ୍ଷ୍ୟ, ନୂଆ ଅର୍ଥନୈତିକ ବିକାଶ ଏବଂ ସମନ୍ୱିତ ବିକାଶକୁ ସହାୟତା ପାଇଁ ବହୁ ଉଚ୍ଚକୋଟୀର ପ୍ରକଳ୍ପଗୁଡ଼ିକର ଏକ ସଂକଳନର ପ୍ରତିଫଳନ । କ୍ଷୁଧାମୁକ୍ତ ଏବଂ ଜାତିସଂଘର ଅନ୍ୟାନ୍ୟ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ଆମର ସହଯୋଗ କିପରି ଓଡ଼ିଶାର ଅଗ୍ରଗତି କରିବାରେ ସହାୟକ ହେଉଛି, ତାହା ଦେଖିବା ବେଶ୍ ଉତ୍ସାହଜନକ । ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଉତ୍ପାଦନ ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ସରକାର କରିଥିବା ରୂପାନ୍ତରଣ କାର୍ଯ୍ୟକୁ ଆମେ ସ୍ୱୀକାର କରିବା ସହ ପ୍ରଶଂସା କରୁଛୁ । ଓଡ଼ିଶାର ସଫଳତା କାହାଣୀ ଅନ୍ୟ ସମାନ ଦେଶ ପାଇଁ ଶିକ୍ଷଣୀୟ ଜ୍ଞାନ ପ୍ରଦାନ କରିପାରିବ । ଓଡ଼ିଶାର ଏହି ଅଭିଜ୍ଞତାକୁ ବିଶ୍ୱସ୍ତରରେ ଉପଯୋଗ କରିବା ଓ ଏକ ତାଲିମ୍ କାର୍ଯ୍ୟକ୍ରମ ପ୍ରଦାନ ନିମନ୍ତେ ଓଡ଼ିଶା ସରକାର ଓ ଡବ୍ଲୁ୍ୟଏଫ୍ପି ମଧ୍ୟରେ ଏକ ସହଭାଗିତା ପାଇଁ ଆଲୋଚନା କରାଯାଇଥିବା ସେ କହିଛନ୍ତି ।
୨ଠ୨୧ରେ ଡବ୍ଲୁ୍ୟଏଫ୍ପି ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ୪ଟି ସହଭାଗୀ ଚୁକ୍ତି ସ୍ୱାକ୍ଷର ହେବା ସହ ୬ଟି ନୂଆ ପ୍ରକଳ୍ପ ଆରମ୍ଭ ହୋଇଥିଲା । ସାଧାରଣ ବଣ୍ଟନ ବ୍ୟବସ୍ଥା ଏବଂ ଧାନ ସଂଗ୍ରହର ରୂପାନ୍ତରଣ, ଶସ୍ୟ ଏଟିଏମ୍ ଏବଂ ସ୍ମାର୍ଟ ମୋବାଇଲ ଷ୍ଟୋରେଜ୍ ୟୁନିଟ୍ ଆଦି ବିଭିନ୍ନ କାର୍ଯ୍ୟ ଜାରି ରହିଛି ।
ଏହି କାର୍ଯ୍ୟକ୍ରମରେ ଜାତିସଂଘ ଡବ୍ଲୁ୍ୟଏଫ୍ପି ସହାୟକ କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଭାଲେରି ଏନ୍ ଗୁଆରନିରି, ୟୁଏନ୍ ୱାର୍ଲ୍ଡ ଫୁଫ୍ ସହାୟକ କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ମନୋଜ ଜୁନେତା, ଡବ୍ଲୁ୍ୟଏଫ୍ପି ଇଣ୍ଡିଆ କଣ୍ଟ୍ରି ଡାଇରେକ୍ଟର ବିଶ୍ୱ ପାରାଜୁଲି, ଡବ୍ଲୁ୍ୟଏଫ୍ପି ଇଣ୍ଡିଆ ଓଡ଼ିଶା ମୁଖ୍ୟ ହିମାଂଶୁ ବଳ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ, ଖାଦ୍ୟ ଯୋଗାଣ ପ୍ରମୁଖ ସଚିବ ଭିଭି ଯାଦବ, ଆବାସିକ କମିଶନର ରବି କାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।