୯ ମାସରେ ସରିବ ପରିକ୍ରମା ପ୍ରକଳ୍ପ କାମ
ଭୁବନେଶ୍ୱର (ବୁ୍ୟରୋ): ପୁରୀଧାମରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱ୍ୱିତ ହୋଇଛି । ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କ୍ଷେତ୍ରସ୍ତରୀୟ ଅନୁଧ୍ୟାନରୁ ଏହା ଜଣାପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତି ଭିତ୍ତିରେ ପ୍ରକଳ୍ପର ବିଭିନ୍ନ ପର୍ଯ୍ୟାୟ ପାଇଁ ଶ୍ରୀ ମହାପାତ୍ର ସମୟସୀମା ଧାର୍ଯ୍ୟ କରିଥିଲେ । ଏହି ଐତିହାସିକ (ହେରିଟେଜ୍) ପ୍ରକଳ୍ପର ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆସନ୍ତା ୯ ମାସ ମଧ୍ୟରେ ପୂର୍ଣ୍ଣାଙ୍ଗ କରିବା ପାଇଁ ମୁଖ୍ୟ ସଚିବ କାର୍ଯ୍ୟନିର୍ବାହୀ ସଂସ୍ଥା ଓବିସିସି.କୁ ନିଦେ୍ର୍ଦଶ ଦେଇଥିଲେ ।
ସମୀକ୍ଷାରୁ ଜଣାପଡିଥିଲା ଯେ ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରର ମେଘନାଦ ପାଚେରୀ ଚତୁପାଶ୍ୱର୍ରେ ତୀର୍ଥଯାତ୍ରୀ, ଭକ୍ତ ଓ ସେବାୟତମାନଙ୍କ ସୁବିଧା ଏବଂ ଏହି ପ୍ରାଚୀନ ମନ୍ଦିର ସୁରକ୍ଷା ଉଦେ୍ଦଶ୍ୟରେ ହେରିଟେଜ୍ କରିଡର ଆରମ୍ଭ କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ଏହି କରିଡରରେ ମୁଖ୍ୟତଃ ଭିତର ପରିକ୍ରମା ପଥ, ସବୁଜ ବଳୟ, ବାହାର ପରିକ୍ରମା ପଥ, ସାଧାରଣ ସୁବିଧା ସମୂହ ଆଦି ଜୋନ୍ ରହିବ । ଭିତର ପରିକ୍ରମା ପଥ ପାରମ୍ପରିକ ରୀତିରେ ଦେବାଦେବୀମାନଙ୍କ ଶୋଭାଯାତ୍ରା ଓ ଭକ୍ତମାନଙ୍କ ମନ୍ଦିର ପରିକ୍ରମା ପାଇଁ ବ୍ୟବହାର ହେବ । ସବୁଜ ବଳୟରେ ବୃକ୍ଷ, ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ପଥର କଳାକୃତି, ପୁଷ୍ପ-କୁଞ୍ଜ, ବୃକ୍ଷ ଆଦି ସ୍ଥାନିତ ହେବ । ସାଧାରଣ ସୁବିଧା ଜୋନ୍ରେ ସେବାୟତ ଓ ଭକ୍ତଙ୍କ ନିମନ୍ତେ ପାନୀୟଜଳ ସ୍ରୋତ, ବସିବା ସ୍ଥାନ, ମନ୍ଦିର ଦାନବାକ୍ସ, ସୂଚନା ଓ ସହାୟତ କେନ୍ଦ୍ର, ସୁରକ୍ଷା ନିୟନ୍ତ୍ରଣ କେନ୍ଦ୍ର, ପ୍ରାଥମିକ ଚିକିତ୍ସା ସୁବିଧା, ଜିନିଷପତ୍ର ରଖିବା ସ୍ଥାନ, ମହିଳା ଓ ପୁରୁଷମାନଙ୍କ ପାଇଁ ଅଲଗା ଅଲଗା ଶୌ·ଳୟ, ବିଦୁ୍ୟତ ଯୋଗାଣ ନିୟନ୍ତ୍ରଣ କେନ୍ଦ୍ର ଆଦି ରହିବ । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପ୍ରାୟ ୩୩୧.୨୮ କୋଟି ଟଙ୍କା ଆକଳନରେ ଆରମ୍ଭ କରାଯାଇଛି । ମନ୍ଦିରର ତିନି ପାଶ୍ୱର୍ରୁ ସଂଯୋଗୀକରଣ ରାସ୍ତା, ୬ ଟି ଶୌଚାଳୟ, ୩ଟି ବିଶ୍ରାମ ସ୍ଥାନ, କ୍ଲୋକ୍ ରୁମ ଆଦିର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ·ଲିଛି ।