ଉକ୍ରଳୀୟ ସଂସ୍କୃତି ଓ କୃଷି ଦେଶକୁ ଦିଗ୍ଦର୍ଶନ ଦେବ
ଲୋକମେଳା ଓ କୃଷିମେଳା ଉଦ୍ୟାପିତ
ପୁରୀ (ବୁ୍ୟରୋ): ବିଭିନ୍ନତା ମଧ୍ୟରେ ଐକ ହିଁ ଉକ୍ରଳୀୟ ସଂସ୍କୃତି । ଆଦିବାସୀ ଲୋକକଳା, ଲୋକନୃତ୍ୟ ଓ ଲୋକ ସଙ୍ଗୀତ ହିଁ ଓଡ଼ିଶାର ମହନୀୟ ସଂସ୍କୃତି । ଶହ ଶହ ବର୍ଷ ଧରି ଓଡ଼ିଶା ସଂସ୍କୃତି ଓ କୃଷିକୁ ପ୍ରାଧାନ୍ୟ ଦେଇ ଦେଶରେ ଚର୍ଚ୍ଚିତ ହୋଇଛି । ଆଜି ବି କୃଷିପ୍ରଣାଳୀ, ଉନ୍ନତମାନର ଚାଷ, ଉକ୍ରଳୀୟ ସଂସ୍କୃତି ଭାରତ ବର୍ଷର କେନ୍ଦ୍ରବିନ୍ଦୁ ହୋଇଛି । ଏହି ପରିପ୍ରେକ୍ଷୀରେ ଶ୍ରୀଜଗନ୍ନାଥ କ୍ଷେତ୍ରରେ ଦେଶର ୨୨ଟି ରାଜ୍ୟର ୫୫୨ କଳାକାରଙ୍କୁ ଏକାଠି କରି ସାଂସ୍କୃତିକ ଭାବ ବିନିମୟ ପ୍ରତିଷ୍ଠା ସହ ରାଜ୍ୟ ଓ ଭାରତବର୍ଷର ଚାଷୀ ଓ ଚାଷକୁ ଏକ ଜାତୀୟ ମେଳାରେ ପରିଚିତ କରାଇବାରେ ଶ୍ରୀ ଶ୍ରୀକ୍ଷେତ୍ର ସୂଚନାର ନିଷ୍ଠା ଓ ସମର୍ପଣ ଉଲ୍ଲେଖନୀୟ ବୋଲି କହିଛନ୍ତି ରାଜ୍ୟ ସଂସ୍କୃତି, ଭାଷା ଓ ସାହିତ୍ୟ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ।
ବିଂଶତମ ଲୋକମେଳା ଓ ତ୍ରୟୋଦଶ କୃଷିମେଳାର ଉଦ୍ୟାପନୀ ଉତ୍ସବରେ ଯୋଗଦେଇ ଶ୍ରୀ ପାତ୍ର ଲୋକ ସଂସ୍କୃତି ଓ ଆଧୁନିକ କୃଷି ପଦ୍ଧତିର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଥିଲେ । ଦେଶର ପାଣିପାଗ ବିଭାଗର ଡାଇରେକ୍ଟର ଜେନେରାଲ୍ ଡ. ମୃତୁ୍ୟଞ୍ଜୟ ମହାପାତ୍ରଙ୍କୁ ‘ଶ୍ରୀକ୍ଷେତ୍ର ସମ୍ମାନ’ ପ୍ରଦାନ କରାଯାଇଥିଲା ।
ପାଞ୍ଚଦିନ ବ୍ୟାପୀ ଶରଧାବାଲିରେ ଚାଲିଥିବା ଏହି ଜାତୀୟ ମେଳାରେ ଆସାମ, ମହାରାଷ୍ଟ୍ର, ଓଡ଼ିଶା, ହରିୟାଣା, ମଧ୍ୟପ୍ରଦେଶ, ଅରୁଣାଚଳ ପ୍ରଦେଶ, ଛତିଶଗଡ. ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ମେଘାଳୟ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ମିଜୋରାମ, ରାଜସ୍ଥାନ ଓ ଝାଡ଼ଖଣ୍ଡ ପ୍ରଭୃତି ରାଜ୍ୟର ନୃତ୍ୟଦଳ, ବିହୁ, ଡାଲଖାଇ, ଲାୱଣୀ ଓ କାଲବେରିଆ ପ୍ରଭୃତି ନୃତ୍ୟ ପରିବେଷଣ କରିଥିଲେ । ଜାତୀୟ ପ୍ରଦର୍ଶନୀରେ ଓୟୁଏଟି କୃଷି ବିଜ୍ଞାନ କେନ୍ଦ୍ର ପ୍ରଥମ ହୋଇଥିବା ବେଳେ ପୁରୀ ଜିଲ୍ଲା କୃଷି ବିଭାଗ ଦ୍ୱିତୀୟ ଓ ନିଦେ୍ର୍ଦଶକ ପଶୁପାଳନ ବିଭାଗ, କଟକ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏଡିଏମ୍ ପ୍ରଦୀପ କୁମାର ସାହୁ, ସଂସ୍କୃତି ବିଭାଗ ନିଦେ୍ର୍ଦଶକ ରଞ୍ଜନ କୁମାର ଦାସ, ଶିକ୍ଷାବିତ୍ କୈଳାଶ ଚନ୍ଦ୍ର ଟିକାୟତରାୟ ଅତିଥି ଭାବେ ଯୋଗ ଦେଇଥିଲେ । ଉତ୍ସବ କମିଟି ଅଧ୍ୟକ୍ଷ ବଦ୍ରି ମିଶ୍ର, ଶ୍ୟାମପ୍ରକାଶ ସେନାପତି, ଭରତ ନାୟକ, ଭଗବାନ ଜୟସିଂହ, ପ୍ରଫୁଲ୍ଲ ସାମନ୍ତରାୟ, ସତ୍ୟବ୍ରତ ଦାସ, ନାରାୟଣ ପାତ୍ର, ପ୍ରଦୁ୍ୟମ୍ନ ସାଥୁଆ ଓ ଚନ୍ଦ୍ରବିଜୟୀ ମିଶ୍ର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।