ସରକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଅ

ପଞ୍ଚାୟତ ସମିତି ବୈଠକ
ବନ୍ତ (ଆପ୍ର): ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହିତ କର୍ତ୍ତବ୍ୟନିଷ୍ଠ ଭାବେ କାର୍ଯ୍ୟ କରିବାକୁ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଶୁକ୍ରବାର ବନ୍ତ ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପଞ୍ଚାୟତ ସମିତିର ୩ୟ ସାଧାରଣ ବୈଠକରେ ଯୋଗଦେଇ ଉପସ୍ଥିତ ସମସ୍ତ ଜନପ୍ରତିନିଧି, ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ । ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସାଂସଦ ପ୍ରତିନିଧି ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ବିଡିଓ ଶୁଭଦର୍ଶନ ମିଶ୍ର, ଅତିରିକ୍ତ ବିଡିଓ ନିଶିକାନ୍ତ ଖୁଣ୍ଟିଆ, ସହକାରୀ ଯନ୍ତ୍ରୀ ଜୟଦେବ ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧାସୁମନ ନାଥ, ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ଡାକ୍ତର ବିଳାସିନୀ ବେହେରା, ସିଡିପିଓ ରେଣୁବାଳା ଦାଶ, ଜିପିଇଓ ଜମାଦାର ମୁଣ୍ଡା, ବ୍ଲକ୍ ଯୋଗାଣ ଅଧିକାରୀ ଅଶୋକ କୁମାର ବେହେରା, ବ୍ଲକ୍ କୃଷି ଅଧିକାରୀ ଅନିରୁଦ୍ଧ ଜେନା, ପାନୀୟଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।
ବୈଠକରେ ମୁଖ୍ୟତଃ ସ୍ୱାସ୍ଥ୍ୟ, ବିଦୁ୍ୟତ୍, ପାନୀୟଜଳ, ରାସନ୍ କାର୍ଡ, ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ସଂପର୍କରେ ସମିତି ସଭ୍ୟ ପରମେଶ୍ୱର ବାରିକ, ସରପଞ୍ଚ ଇଂ.ପ୍ରମୋଦ କୁମାର ଜେନା, ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ନାୟକଙ୍କ ସମେତ ଅନ୍ୟ ଜନପ୍ରତିନିଧି ଆଲୋଚନା କରିଥିଲେ । ଗୋପିନାଥପୁର ପଞ୍ଚାୟତର ସ୍ୱାସ୍ଥ୍ୟ ଉପକେନ୍ଦ୍ରର ନୂତନ ଗୃହ ନିର୍ମାଣ ବିଳମ୍ବ ହେବା, ତୁଳିପଡ଼ା ଠାରୁ ମାର୍କଣ୍ଡପୁର ଏବଂ ସାନ ସାହୁପଡା ଗ୍ରାମ୍ୟ ରାସ୍ତା ମରାମତି କରିବା, ଆବାସ ଯୋଜନାରେ ତଞ୍ଚକତା କରାଯିବା, ଥିଲାବାଲାଙ୍କୁ ପିଡିଏସ୍ ସାମଗ୍ରୀ ପ୍ରଦାନ କରିବା, ବଡ଼ସନ୍ଦାଡ଼ୋ, ପାହାଡ଼ପୁର, ଗୋପିନାଥପୁର ବିଦ୍ୟାଳୟରେ ଶିକ୍ଷକ ଅଭାବ, ପ୍ରାଣୀଧନ ସହାୟକ କେନ୍ଦ୍ରରେ ସ୍ଥାୟୀ ପ୍ରାଣୀଧନ ନିରୀକ୍ଷକ ନିଯୁକ୍ତି ଆଦି ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା ହୋଇଥିଲା । ବୈଠକରେ ୨୫ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଯୋଗ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *