ଅନାହାରରେ ମରୁଛନ୍ତି ଦୈନିକ ୨୫ ହଜାର ଲୋକ

ଜେନିଭା (ଏଜେନ୍ସି): ମିଳିତ ଜାତିସଂଘ ଦ୍ୱାରା ପ୍ରକାଶିତ ଏକ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି । ଭୋକ ଉପାସ ଅର୍ଥାତ୍ ଖାଇବାକୁ ନପାଇବା କାରଣରୁ ସାରା ବିଶ୍ୱରେ ଦୈନିକ ୨୫ ହଜାର ଲୋକଙ୍କ ମୃତୁ୍ୟ ହେଉଛି । ଏଥିମଧ୍ୟରୁ ସର୍ବାଧିକ ଅର୍ଥାତ୍ ପ୍ରାୟ ୧ଠହଜାର ସଂଖ୍ୟକ ଶିଶୁ ଅଛନ୍ତି । ଏତଦ୍ବ୍ୟତୀତ ବିଶ୍ୱର ପ୍ରାୟ ୮୫୪ ନିୟୁତ ଲୋକ ପୁଷ୍ଟିହୀନତାର ଶିକାର ହୋଇଛନ୍ତି ବୋଲି ଜାତିସଂଘ ରିପୋର୍ଟ ଆଧାରରେ ଆକଳନ କରାଯାଇଛି ।
ଏହି କ୍ଷୁଧା ସଙ୍କଟ ସମ୍ପର୍କରେ ଜାତିସଂଘ ନିଜ ରିପୋର୍ଟରେ ଦର୍ଶାଇଛି ଯେ, ଗତ ଦୁଇ ଦଶନ୍ଧି ମଧ୍ୟରେ ଜନସଂଖ୍ୟା ବୃଦ୍ଧି, ଆୟ ଅର୍ଥ ପରିମାଣ ହ୍ରାସ ଏବଂ ସର୍ବୋପର ଖାଦ୍ୟର ବିବିଧତା ଖାଦ୍ୟର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଇଛି । ବର୍ଷ ୨ଠଠଠ ପୂର୍ବରୁ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ଯୋଗୁ ଖାଦ୍ୟ ମୂଲ୍ୟରେ ହ୍ରାସ ଘଟିଥିଲା । ତେବେ ବର୍ତ୍ତମାନର ପରିସ୍ଥିତି ଅନୁସାରେ ଖାଦ୍ୟ ସାମଗ୍ରୀର ଦରଦାମ୍ ଦ୍ରୁତ ବୃଦ୍ଧି ପାଇବା ଯୋଗୁ ଅପପୁଷ୍ଟିଜନିତ ବ୍ୟକ୍ତିଙ୍କ ସଂଖ୍ୟା ଖୁବ୍ଶୀଘ୍ର ୧ଠଠ ନିୟୁତ ଛୁଇଁବାର ଆଶଙ୍କା ରହିଛି । ରିପୋର୍ଟ ଅନୁସାରେ ସହରାଞ୍ଚଳର ଗରିବ, ବିସ୍ଥାପିତ ଜନସଂଖ୍ୟା, ଗ୍ରାମାଞ୍ଚଳର ଭୂମିହୀନଙ୍କ ସମେତ ଅଧିକାଂଶ ଛୋଟ ଚାଷୀ ପରିବାର ପୁଷ୍ଟିହୀନତାର ଶିକାର ହେବାର ଆଶଙ୍କା ଅଧିକ ରହିଛି । ଖାଦ୍ୟ ସଙ୍କଟର ଗମ୍ଭୀରତା ସ୍ଥାନୀୟ ସମ୍ବଳ ଏବଂ ସାମର୍ଥ୍ୟଠାରୁ ବହୁଗୁଣିତ ଅଟେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ବର୍ତ୍ତମାନ ସମୟରେ କୃଷିରେ ସାର୍ବଜାନୀନ ଏବଂ ଘରୋଇ ନିବେଶ ଏବଂ ବିଶେଷ କରି ମୁଖ୍ୟ ଖାଦ୍ୟାନ୍ନର ଉତ୍ପାଦନରେ ହ୍ରାସ ଘଟିଥିବା ରିପୋର୍ଟ ଦର୍ଶାଇଛି । ଏହି କାରଣରୁ ଅଧିକାଂଶ ବିକାଶଶୀଳ ଦେଶରେ ଫସଲର ଉତ୍ପାଦନ ସ୍ଥିର କିମ୍ବା ହ୍ରାସ ପାଇଛି । ଜାତିସଂଘ ନିଜର ଏହି ରିପୋର୍ଟରେ ବିଶ୍ୱ ଖାଦ୍ୟ ସଂକଟ ଉପରେ ଚିନ୍ତା ପ୍ରକଟ କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *