ଉଦ୍ଧବ-ରାଜ୍-ଶିନେ୍ଦ ଲିଗାସୀ ଲଢ଼େଇ

ମୁମ୍ବାଇ (ଏଜେନ୍ସି): ମହାରାଷ୍ଟ୍ରର ମହାବିକାଶ ଅଘାଡି ମେଣ୍ଟ (ଏମ୍ଭିଏ) ଏବେ ବିପଦରେ ପଡ଼ିଯାଇଛି । ଶିବସେନାର ଅନ୍ୟତମ ବରିଷ୍ଠ ନେତା ତଥା ନଗର ଉନ୍ନୟନ ମନ୍ତ୍ରୀ ଏକନାଥ ଶିନେ୍ଦ, ଦଳରେ ବିଦ୍ରୋହର ଏପରି ନିଆଁ ଲଗାଇଦେଇଛନ୍ତି ଯେ, ଏଥିରେ ଏବେ ଉଦ୍ଧବ ଠାକ୍ରେଙ୍କ ମୁଖ୍ୟମନ୍ତ୍ରୀ ପଦ ଯିବା ଏକରକମ ନିଶ୍ଚିତ ପ୍ରତୀତ ହେଉଥିବା ବେଳେ ଦଳ ପାଇଁ ମଧ୍ୟ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଶିବସେନାର ପ୍ରାୟ ୪ଠ ବିଧାୟକ ଏବଂ ୯ ସାଂସଦ ଏବେ ଏକନାଥ ଶିନେ୍ଦଙ୍କ ବିଦ୍ରୋହୀ କ୍ୟାମ୍ପ୍ରେ ସାମିଲ ହୋଇସାରିଛନ୍ତି । ଏତଦ୍ବ୍ୟତୀତ ୩୪ ବିଧାୟକ ରାଜ୍ୟପାଳଙ୍କୁ ଚିଠି ଲେଖି ଏକନାଥ ଶିନେ୍ଦ ହିଁ ବିଧାୟକ ଦଳ ନେତା ଭାବେ ସ୍ପଷ୍ଟ କରିଛନ୍ତି । ଫଳରେ ଉଦ୍ଧବ ଠାକ୍ରେଙ୍କ ସରକାରର ଭବିଷ୍ୟତକୁ ନେଇ ଏକ ସନ୍ଦିହାନ ପରିସ୍ଥିତି ସୃଷ୍ଟି ହୋଇଛି । ‘ବାଲାସାହେବଙ୍କ ହିନ୍ଦୁତ୍ୱ ନୀତିକୁ ତାଙ୍କ ପୁଅ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଭୁଲିଯାଇଛନ୍ତି, କିନ୍ତୁ ପ୍ରକୃତ ଶିବସୈନିକ ଭାବେ ହିନ୍ଦୁତ୍ୱକୁ ଆମେ ଭୁଲିନାହୁଁ । ଆମେ କାଲି ବି ବାଲାସାହେବଙ୍କ ହିନ୍ଦୁତ୍ୱବାଦ ଚିନ୍ତାଧାରାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଛୁ’ । ଅନ୍ୟପକ୍ଷେ ଏକନାଥ ଦେଇଥିବା ଏହି ମନ୍ତବ୍ୟକୁ ନେଇ ଏବେ ବାଲାସାହେବଙ୍କ ଉତ୍ତରାଧିକାରୀ କିଏ ହେବ ସେନେଇ ଏକ ନୂଆ ବିତର୍କ ସୃଷ୍ଟି ହୋଇଛି । ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକ୍ରେଙ୍କ ପୁଅ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ, ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ମୁଖ୍ୟ ରାଜ୍ ଠାକ୍ରେ ଏବଂ ଏବେ ଏକନାଥ ଶିନେ୍ଦଙ୍କ ମଧ୍ୟରେ ବାଲାସାହେବଙ୍କ ଲିଗାସୀ (ଉତ୍ତରାଧିକାରୀ)କୁ ନେଇ ନୂଆ ଲଢ଼େଇ ଆରମ୍ଭ ହୋଇଯାଇଛି ।
ଏକନାଥ ଶିନେ୍ଦଙ୍କ ନେତୃତ୍ୱରେ ଆସାମର ଗୌହାଟୀ ସ୍ଥିତ ଏକ ହୋଟେଲରେ ଶିବସେନାର ପ୍ରାୟ ୪ଠ ନେତା ସାମିଲ ହୋଇଛନ୍ତି । ଏମାନେ ସମସ୍ତେ ଶିନେ୍ଦଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି । ସଂଖ୍ୟାଗଣିତ ଅନୁସାରେ ବିଧାୟକ ପଦ ରଦ୍ଦ ହେବା ପ୍ରକ୍ରିୟାରୁ ବଞ୍ଚôବା ପାଇଁ ଏକନାଥ ଶିନେ୍ଦଙ୍କ ପକ୍ଷକୁ ଅତି କମ୍ରେ ୩୭ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି । ଯଦି ଏକନାଥଙ୍କ କ୍ଲବ୍ରେ ସାମିଲ ହୋଇଥିବା ୪ଠ ନେତା ବାସ୍ତବରେ ଏକନାଥଙ୍କୁ ପୂର୍ଣ୍ଣ ସମର୍ଥନ ଦିଅନ୍ତି ତେବେ ଏହି ବିଦ୍ରୋହୀ ବିଧାୟକଙ୍କ ବିଧାୟକ ପଦ ସୁରକ୍ଷିତ ରହିବ । କିନ୍ତୁ ଶିବସେନା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତ୍ଙ୍କ ମନ୍ତବ୍ୟ ‘ବିଦ୍ରୋହୀଙ୍କ କ୍ୟାମ୍ପ୍ରେ ଆମର ମଧ୍ୟ କିଛି ଦୃଢ଼ ସମର୍ଥକ ବିଧାୟକ ରହିଛନ୍ତି’କୁ ଦୃଷ୍ଟି ଦେଲେ ସଂଖ୍ୟା ଗରିଷ୍ଠତା ପ୍ରମାଣ ପ୍ରକ୍ରିୟାରେ ଏକନାଥଙ୍କ ସଂଖ୍ୟା ଗଣିତ ବିଫଳ ହୋଇଯାଇପାରେ । କିନ୍ତୁ ଏକନାଥଙ୍କ ଦୃଢ଼ୋକ୍ତିକୁ ଦେଖିଲେ ସଂଖ୍ୟା ଗଣିତ ଏବେ ତାଙ୍କ ସପକ୍ଷରେ ରହିଥିବା ସ୍ପଷ୍ଟ ଅନୁଭୂତ ହେଉଛି । ଏକନାଥଙ୍କ କହିବାନୁସାରେ ତାଙ୍କ ପ୍ରତି ୪ଠ ବିଧାୟକ ଏବଂ ୯ ସାଂସଦଙ୍କ ସମର୍ଥନ ରହିିଛି । ଆଗାମୀ ସମୟରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ । ପ୍ରକୃତ ଶିବସୈନିକ ବର୍ତ୍ତମାନର ମେଣ୍ଟ ସରକାରରେ କଦାପି ରହିପାରିବେ ନାହିଁ । ଏନ୍ସିପି-କଂଗ୍ରେସ ସହ ଶିବସେନାର ମେଣ୍ଟ ପ୍ରତ୍ୟେକ ଶିବସୈନିକଙ୍କ ପାଇଁ ଅଣନିଶ୍ୱାସୀ ପରିସ୍ଥିତି ସୃଷ୍ଟି କରିଛି । ସୁତରାଂ ଆଗାମୀ ଦିରେ ଆହୁରି ଅନେକ ସାଥୀ ଶିବସୈନିକ ଖୋଲାଖୋଲି ଭାବେ ଏକ ଯୁକ୍ତିସଂଗତ ଦାବିରେ (ଏନ୍ସିପି-କଂଗ୍ରେସ ସହ ମେଣ୍ଟ ଭଙ୍ଗ) ଆମକୁ ସମର୍ଥନ କରିବେ ବୋଲି ଆଶା । ଏମ୍ଭିପି ମେଣ୍ଟରେ କେବଳ ଏନ୍ସିପି ଏବଂ କଂଗ୍ରେସ ହିଁ ଲାଭବାନ୍ ହୋଇଆସୁଥିଲେ, ଶିବସୈନିକଙ୍କ ପାଇଁ କିଛି ନଥିଲା ବୋଲି ଏକନାଥ କହିଛନ୍ତି । ଥାଣେ ଏବଂ ପାଲଘର ଜିଲ୍ଲାରେ ଶିବସେନା ନେତା ଭାବେ ଶିନେ୍ଦଙ୍କ ଲୋକପ୍ରି୍ରିୟତା ତାଙ୍କୁ ଜଣେ ସୁଦକ୍ଷ ନେତା ଭାବେ କେବଳ ପ୍ରତିପାଦିତ କରିନି ବରଂ ଜଣେ ସାଂଗଠନିକ ନେତୃତ୍ୱ ଭାବେ ମଧ୍ୟ ବେଶ୍ ସଫଳ କରାଇଛି । ୧୯୮ଠରେ ଶିବସେନାରେ ସାମିଲ ହୋଇଥିବା ଏକନାଥ ପରବର୍ତ୍ତୀ ସମୟରେ ସେ ଦଳର ଜଣେ ଦକ୍ଷ ନେତା ଭାବେ ପରିଚିତ ହୋଇପାରିଥିଲେ । ବାଲାସାହେବଙ୍କ ବିଶ୍ୱସ୍ତ ଥିବା ଏକନାଥ ପରବର୍ତ୍ତୀ ସମୟରେ ଉଦ୍ଧବଙ୍କ ଅତ୍ୟନ୍ତ ନିକଟତର ସାଜିପାରିଥିଲେ । ୨ଠ୧୯ ଅକ୍ଟୋବର ୩୧ରେ ଶିନେ୍ଦଙ୍କୁ ଉଦ୍ଧବ ବିଧାୟକ ଦଳ ନେତା ଘୋଷଣା କରିଥିଲେ । ଏବେ ସେ ବାଲାସାହେବଙ୍କ ଉତ୍ତରାଧିକାରୀ ଲଢ଼େଇରେ ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ସାମିଲ ହୋଇଯାଇଛନ୍ତି ।
୨ଠ୧୯ ବିଧାନସଭା ନିର୍ବାଚନର କିଛି ସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱକ୍ୁ ନେଇ ବିଜେପି ଏବଂ ଶିବସେନା ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ପରେ ଉଦ୍ଧବ, ଏନ୍ଡିଏରୁ ପୃଥକ୍ ହୋଇଯାଇ ଏନ୍ସିପି-କଂଗ୍ରେସ ସହ ମିଳିତ ଭାବେ ଏମ୍ଭିଏ ମେଣ୍ଟ ଗଠନ ପୂର୍ବକ ସରକାର ଗଢ଼ିଥିଲେ । ଉଦ୍ଧବଙ୍କ ସରକାରକୁ ୨.୫ ବର୍ଷ ଅତିବାହିତ ହୋଇଯାଇଥିବା ବେଳେ ଏବେ ଦଳରେ ବିଦ୍ରୋହ ସୃଷ୍ଟି ହୋଇଛି । ଶିବସେନା, ଏନ୍ସିପି-କଂଗ୍ରେସ ସହ ମେଣ୍ଟ ଚ୍ଛିନ୍ନ କରିବା ପୂର୍ବ ପୁନର୍ବାର ବିଜେପି ସହ ମେଣ୍ଟ ଗଠନ କରିବାକୁ ବିଦ୍ରୋହୀ ନେତାମାନେ ଚାପ ପକାଉଛନ୍ତି । ଏସବୁ ମଧ୍ୟରେ ଉଦ୍ଧବ, ବାଲାସାହେବଙ୍କ ହିନ୍ଦୁତ୍ୱବାଦୀ ଚିନ୍ତାଧାରା ଠାରୁ ମଧ୍ୟ ଦୂରେଇ ଯାଇଥିବା ଅଭିଯୋଗ ଜୋର ଧରିଛି । ଏପରିସ୍ଥିତିରେ ବାଲାସାହେବଙ୍କ ଉତ୍ତରାଧିକାରୀ ଦୌଡ଼ରେ ଆବଶ୍ୟକତା ନଥିବା ସତ୍ତ୍ୱେ ଉଦ୍ଧବ ମଧ୍ୟ ସାମିଲ ହୋଇଯାଇଛନ୍ତି । ଉଦ୍ଧବଙ୍କୁ ଏବେ ନିଜ ବାପା ତଥା ଦିବଂଗତ ବାଲାସାହେବଙ୍କ ବାସ୍ତବ ଉତ୍ତରାଧିକାରୀ ବୋଲି ପ୍ରମାଣ ଦେବାକୁ ହେବ । ସେହିପରି ବାଲାସାହେବଙ୍କ ରାଜନୈତିକ ଉତ୍ତରାଧିକାରୀ ଯୁଦ୍ଧ ପୂର୍ବରୁ ଲଢ଼ିଆସୁଥିବା ଏମ୍ଏନ୍ଏସ୍ ମୁଖ୍ୟ ରାଜ୍ ଠାକ୍ରେଙ୍କ ନାମ ପୁୂଣିଥରେ ସାମ୍ନାକୁ ଆସିଛି । ବାଲାସାହେବଙ୍କ ବ୍ୟକ୍ତିତ୍ୱ ସହ ଅନେକ ସାମଞ୍ଜସ୍ୟ ରଖୁଥିବା ରାଜ୍ ଠାକ୍ରେ ୨ଠଠ୬ରୁ ଶିବସେନାରୁ ବାହାରିଆସିଥିଲେ ଏବଂ ଏମ୍ଏନ୍ଏସ୍ ନାମରେ ଦଳ ଗଠନ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ଦଳ ରାଜନୀତିରେ ବେଶ୍ ଭଲ ପ୍ରଦର୍ଶନ ମଧ୍ୟ କରିବାରେ ସଫଳ ହୋଇଥିଲା । ତେବେ ରାଜ୍ ଠାକ୍ରେଙ୍କ ହିନ୍ଦୁତ୍ୱବାଦୀ ଆଭିମୁଖ୍ୟ ପ୍ରଥମରୁ ହିଁ ଠିକ୍ ବାଲାସାହେବଙ୍କ ଭଳି ରହିଆସିଛି । ପ୍ରକାଶ, ମହାରାଷ୍ଟ୍ର ରାଜନୀତିରେ ଦୀର୍ଘ ୫ଠ ବର୍ଷ ଧରି ଏକଚାଟିଆ ଦବ୍ଦବା ବଜାୟ ରଖିଆସିଥିବା ଶିବସେନା ଏବେ ପ୍ରଥମ ଥର ପାଇଁ ଏପ୍ରକାର ପରିସ୍ଥିତିର ସମ୍ମୁଖୀନ ହୋଇଛି । ଅନ୍ୟପକ୍ଷେ ଉଦ୍ଧବ-ରାଜ୍-ଶିନେ୍ଦଙ୍କ ମଧ୍ୟରେ ଲିଗାସୀ ଲଢ଼େଇକୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *