୬ଠ% ପଞ୍ଚାୟତରେ ଖୋଲୁ ସ୍ଥାୟୀ ଶାଖା

ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ
ଭୁବନେଶ୍ୱର (ବୁ୍ୟରୋ): ପୁଞ୍ଜିନିବେଶ ଉଦେ୍ଦଶ୍ୟରେ ଅନୁକୂଳ ପରିବେଶ ନିର୍ମାଣ ସହିତ ଋଣ ପାଇଁ ·ହିଦା ସୃଷ୍ଟି ନିମନ୍ତେ ଆମ ସରକାର ସର୍ବଦା ଉଦ୍ୟମ କରୁଥିବାବେଳେ ବ୍ୟାଙ୍କଗୁଡ଼ିକ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ଋଣ ପ୍ରଦାନ ପରିମାଣ ବୃଦ୍ଧି କରନ୍ତୁ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧୬୭ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି ।
ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ଗତ କେତେବର୍ଷ ମଧ୍ୟରେ ଓଡ଼ିଶା ଦ୍ରୁତ ଆର୍ଥିକ ଅଭିବୃଦ୍ଧି ଦିଗକୁ ଅଗ୍ରସର ହୋଇଛି । ବାର୍ଷିକ ଋଣ ଯୋଜନା କ୍ଷେତ୍ରରେ ଶିକ୍ଷା ଏବଂ ଗୃହ ନିର୍ମାଣକୁ ଅଗ୍ରାଧିକାର ଦେଇ ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନ କରିବାର ଆବଶ୍ୟକତା ରହିଛି । କୃଷି କ୍ଷେତ୍ରରେ ବାର୍ଷିକ ଋଣ ଯୋଜନାରେ ୪୬.୫୮୬ କୋଟି ଧାର୍ଯ୍ୟ ଲକ୍ଷ୍ୟ ଥିବାବେଳେ ୪୪.୨୫୩ କୋଟିର ଋଣ ପ୍ରଦାନ କରାଯାଇ ଶତକଡ଼ା ୯୫ ଭାଗ ଲକ୍ଷ୍ୟ ହାସଲ ହୋଇପାରିଛି । ଏମ୍ଏସ୍ଏମ୍ଇ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହୋଇଥିବାବେଳେ ଏହା ସର୍ବାଧିକ ସଫଳତା ପାଇପାରିଛି । ଅଗ୍ରାଧିକାର ପ୍ରଦାନ କରାଯାଇ ଏସ୍ଏସ୍ଜିଙ୍କୁ ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କାର ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ୫-“ଟି’ ଆଧାରରେ ମହିଳା ଏସ୍ଏସ୍ଜିଙ୍କ ନିମନ୍ତେ ଥିବା ଋଣର ପରିମାଣକୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।
ଆର୍ଥିକ ଅନ୍ତର୍ଭୁକ୍ତିକରଣ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ଥିବାବେଳେ ସବୁ ଅଞ୍ଚଳରେ ବ୍ୟାଙ୍କିଂ ସୁବିଧା ଉପଲବ୍ଧ ନଥିବାରୁ କିଛି ଲୋକ ସାଧାରଣ ବ୍ୟାଙ୍କିଂ ସୁବିଧାରୁ ବଞ୍ଚôତ ହେଉଛନ୍ତି । ରାଜ୍ୟରେ ୨୭୩୮ ଗ୍ରାମ ପଞ୍ଚାୟତରେ ୫୬୦୭ ସ୍ଥାୟୀ ବ୍ୟାଙ୍କ ରହିଛି ଏବଂ ଏହା ସମୁଦାୟ ଗ୍ରାମ ପଞ୍ଚାୟତର ୪୦ ପ୍ରତିଶତ । ଅବଶିଷ୍ଟ ୬୦ ପ୍ରତିଶତ ଗ୍ରାମ ପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ଶାଖା ପାଇଁ ବ୍ୟାଙ୍କମାନେ ପଦକ୍ଷେପ ନେବା ଆବଶ୍ୟକ ।
୨୦୨୨-୨୩ ଅର୍ଥôକ ବର୍ଷରେ ଅଗ୍ରାଧିକାର କ୍ଷେତ୍ରଗୁଡ଼ିକ ପାଇଁ ରାଜ୍ୟ ସରକାର ୧.୩୪ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ରଖିଛନ୍ତି । ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଲ କୁମାର ଦେବ, ଏସ୍ଏଲ୍ବିସିର ଅଧ୍ୟକ୍ଷ ତଥା ୟୁକୋ ବ୍ୟାଙ୍କ ଏମ୍ଡି ସୋମା ଶଙ୍କର ପ୍ରସାଦ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ୱର ଆଞ୍ଚଳିକ ନିଦେ୍ର୍ଦଶକ ଏଚ୍ଏନ୍ ପଣ୍ଡା, ନାବାର୍ଡ ସିଜିଏମ୍ ସି. ଉଦୟଭାସ୍କରଙ୍କ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସଚିବ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *