ଆଫଗାନିସ୍ତାନରେ ମହାଭୂକମ୍ପ

କାବୁଲ, ୨୨ା୬: ଆଫଗାନିସ୍ତାନରେ ମଙ୍ଗଳବାର-ବୁଧବାର ବିଳମ୍ବିତ ରାତିରେ ୬.୧ ତୀବ୍ରତା ଭୂକମ୍ପ ଝଟ୍କାରେ ବ୍ୟାପକ ଧନଜୀବନ ହାନି ହୋଇଛି । ଏକ ହଜାରରୁ ଅଧିକ ଲୋକ ଧ୍ୱଂସସ୍ତୂପ ତଳେ ପ୍ରାଣ ହରାଇଥିବା ବେଳେ ୧୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେଣୁ ମୃତୁ୍ୟ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଖୋସ୍ତ ସହରଠାରୁ ୪୬କି.ମି. ଦୂର ପାକିସ୍ତାନ ସୀମାବର୍ତ୍ତୀ ସ୍ଥାନ ଥିଲା ଭୂକମ୍ପର କେନ୍ଦ୍ର ।
ପ୍ରାୟ ୨୦୦ କି.ମି. ପର୍ଯ୍ୟନ୍ତ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା ଏବଂ ତାହା ଏତେ ତୀବ୍ର ଥିଲା ଯେ, କଂକ୍ରିଟ୍ କୋଠା ମଧ୍ୟ ତାସ୍ ଘର ପରି ଭୁଶୁଡ଼ି ପଡ଼ିଥିଲା । କାବୁଲ ଓ ଇସ୍ଲାମବାଦରେ ମଧ୍ୟ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ।
ପାକଟିକା ପ୍ରଦେଶ ୪ଜିଲ୍ଲାରେ ସର୍ବାଧିକ କ୍ଷତି କରିଛି । ଏହାଛଡ଼ା ଖୋସ୍ତ ପ୍ରଦେଶରେ ବହୁ ଲୋକ ପ୍ରାଣ ହରାଇଛନ୍ତି । ଦୁର୍ଗମ ଇଲାକାକୁ ବୁଧବାର ରାତି ସୁଦ୍ଧା ଉଦ୍ଧାରକାରୀ ଦଳ ପହଞ୍ଚôପାରି ନାହାନ୍ତି । ପ୍ରଧାନମନ୍ତ୍ରୀ ମୋହମ୍ମଦ ହର୍ସନ ଅଖୁଂଦ ମନ୍ତ୍ରିମଣ୍ଡଳର ଜରୁରୀ ବୈଠକ ଡାକିଛନ୍ତି । ୧୯୯୮ରେ ୬.୧ ତୀବ୍ରତାର ଭୂକମ୍ପରେ ଦେଶର ଉତ୍ତରପୂର୍ବବର୍ତ୍ତୀ ଇଲାକାରେ ୪୫୦୦ରୁ ଉଦ୍ଧ୍ୱର୍ ଲୋକ ପ୍ରାଣ ହରାଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *