ତିନି ରଥରେ ଲାଗିଲା ଋଷି ପଟା

ପୁରୀ (ବୁ୍ୟରୋ): ଜୁଲାଇ ୧ରେ ମହାପ୍ରଭୁଙ୍କ ଘୋଷଯାତ୍ରା । ସେଥିପାଇଁ ଚଳଚଞ୍ଚଳ ଶ୍ରୀନଅର ସମ୍ମୁଖ ରଥଖଳା । ରଥଖଳାରେ ବିଶ୍ୱକର୍ମା ମାହାରଣା ସେବାୟତମାନେ ତିନି ରଥ ନିର୍ମାଣ କାର୍ଯ୍ୟରେ ନିମଗ୍ନ । ରଥଯାତ୍ରାକୁ ଆଉ ୧ଠ ଦିନ ଥିବାବେଳେ କିପରି ଶୃଙ୍ଖଳାର ସହ ରଥ ନିର୍ମାଣ ଶେଷ ହେବ ସେ ନେଇ ତିନି ରଥର ମୁଖ୍ୟ ମହାରଣାମାନେ ତତ୍ପର ହୋଇ ଉଠିଛନ୍ତି । ତିନି ରଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚôଛି ।
ବୁଧବାର ତିନିରଥର ପୋଟଳ ତଳକୁ ଚାରି ଗୋଟି ଲେଖାଁଏ ଋଷି ପଟା ସେଟିଙ୍ଗ ହୋଇଛି । ରଥର ବେଦୀ ପଛ ଭାଗରେ ପଟା ବାଡ଼ିଆ ପରେ ତିନିରଥ ସମ୍ମୁଖ ଭାଗରେ ପଟା ବାଡ଼ିଆ ଶେଷ ହେବା ସହ, ରଥ ଦକ୍ଷିଣ ପାଶ୍ୱର୍ ଏବଂ ବାମ ପାଶ୍ୱର୍ରେ ପଟା ପଡ଼ିବା ଶେଷ ପର୍ଯ୍ୟାୟରେ । ଆଜି ତିନିରଥର ଚାରୋଟି ଲେଖାଁଏ ବାର ଗୋଟି ଦୁଆର ବେଢ଼ା ନିର୍ମାଣ ଶେଷ ହେବାପରେ, ଦୁଆର ବେଢ଼ା ଗୁଡ଼ିକରେ ପ୍ରାଇମର ଦିଆଯାଇ ଚିତ୍ରକାରଙ୍କ ଦ୍ୱାରା ଚିତ୍ର ଅଙ୍କନ ଜାରି ରହିଛି । ପ୍ରଭା ନିର୍ମାଣ ଶେଷ ପର୍ଯ୍ୟାୟରେ । ତିନିରଥର ରୂପକାର ସେବକମାନେ ତିନିରଥର ଶେଷ ତିନିଗୋଟି ନାଟ ଗୋଡ଼ରେ ରୂପ ଖୋଦେଇର ଶେଷ ସ୍ପର୍ଶ ଦେଉଛନ୍ତି । ତିନିରଥର ୩୫ ଜଣ ଚିତ୍ରକର ସେବକ ଦୁଆର ବେଢ଼ାରେ ଚିତ୍ରକାମ କରିବା ସହ ରଥ ପାଶ୍ୱର୍ ଦେବଦେବୀ, ନାଟ ଗୋଡ଼, ଓଲଟ ଶୁଆ, ସଖୀ ଆଦିରେ ରଙ୍ଗ ଚିତ୍ର ଜାରି ରଖିବା ସହ, ତିନିରଥର ଗୁଜ, ପଟାଗୁଜ ଗୁଡ଼ିକରେ ଖୋଦେଇ ରୂପ ଗୁଡ଼ିକରେ ଚିତ୍ର କାର୍ଯ୍ୟ ମଧ୍ୟ ଜାରି ରହିଛି । ଶ୍ରୀମନ୍ଦିର କାର୍ଯ୍ୟାଳୟର ଉପର ପ୍ରକୋଷ୍ଠରେ ୧୭ ଜଣ ଦରଜୀ ସେବକ ଆଜି ସୁଦ୍ଧା ତିନିରଥର କନା କଟିଙ୍ଗ ଶେଷ କରି ତିନିରଥର ଦୁଆର ବେଢ଼ା ଗୁଡିକ ପାଇଁ ମାପ ପ୍ରକାରେ କନା କଟିଙ୍ଗ ହୋଇ ସେଥିରେ ସିଲଭର ଲେସ ଫିଟିଙ୍ଗ କରିବା ସହ ଚନ୍ଦ୍ରଶାଳୀରେ ଫୁଲ ପକା କାମ ଶେଷ କରିଛନ୍ତି ।
ଦୋଳବେଦୀସ୍ଥ ଅସ୍ଥାୟୀ କମାର ଶାଳରେ ତିନିରଥର ଓଝା ସେବକମାନେ ପ୍ରତି ଦୁଆର ବେଢ଼ା ପାଇଁ ୧୧ଟି ଲେଖାଁଏ ମୋଟ ୧୩୨ ଗୋଟି ଦୁଆର ବେଢ଼ା କଣ୍ଟା ନିର୍ମାଣ ଶେଷକରି, ଜଗତ ପୃଷ୍ଠ ଶେଣୀ କଣ୍ଟା ସିଂହାସନ କଣ୍ଟା ଏବଂ ସିଂହାସନ ଗୁଣ୍ଠି କଣ୍ଟା ନିର୍ମାଣ ଜାରି ରଖିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ଗୁଣ୍ଡିଚା ମନ୍ଦିର ଓ ରଥଖଳା ବୁଲି ଦେଖିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *