ପରକୀୟା ପ୍ରୀତି: ସ୍ୱାମୀକୁ ମାରି ପ୍ରେମିକ ସହ ଫେରାର ସ୍ତ୍ରୀ

ବାରଙ୍ଗ (ଆପ୍ର): ପରକିୟା ପ୍ରୀତି ଯୋଗୁଁ ଶେଷରେ ବଳି ପଡିଲା ସ୍ୱାମୀ । ପ୍ରେମିକ ପ୍ରେମରେ ପ୍ରେମିକା ପାଗଳ ହୋଇ ଶେଷରେ ସ୍ୱାମୀକୁ ହତ୍ୟାକରି କାଜୁ ଜଙ୍ଗଲରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏହି ହତ୍ୟା ଘଟଣାରେ ପତ୍ନୀ ଫେରାର ଥିବାବେଳେ ପୁଲିସ ଶବ ଜବତ କରି ଏକ ମାମଲା ରୁଜୁ ଛାନଭିନ୍ ଆରମ୍ଭ କରିଛି । ସ୍ଥାନୀୟ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ବାରଙ୍ଗ ଥାନା ଅଧୀନସ୍ତ ବିଦ୍ୟାଧରପୁର ମୌଜାରେ ଥିବା ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ନିକଟ କାଜୁ ଜଙ୍ଗଲରୁ ବାରଙ୍ଗ ପୁଲିସ ଆଜି ଅପରାହ୍ନରେ ଜଣେ ୪୦ରୁ ୪୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଶବକୁ ଜବତକରିଛି । ତେବେ ଏହା ଏକ ହତ୍ୟା ବୋଲି ପୁଲିସ ଅନୁମାନ କରୁଥିବା ବେଳେ ମୃତକଙ୍କ ପରିଚୟ ଜଣା ପଡ଼ିଛି । ମୃତକ ଜଣକ ହେଲେ ଜଟଣୀ ଥାନା ନୂଆ ଗାଁ ଗାନ୍ଧୀନଗର ଅଞ୍ଚଳର ଗୋପାଳ ନାୟକ । ଗୋପାଳ ନାୟକ ଆଜିକୁ ୧୫ବର୍ଷ ତଳେ ଘର ଜୋଇଁଆ ଭାବରେ ବାଙ୍କୀ ଥାନା ଗହଳବାଙ୍କ ଗ୍ରାମରେ ପତ୍ନୀ ଝୁମୁରି ନାୟକଙ୍କ ସହ ରହି ଆସୁଥିଲେ । ଅନେକ ସମୟରେ ଝୁମୁରି ଓ ଗୋପାଳଙ୍କ ମଧ୍ୟରେ କଳି ଝଗଡା ହେଉଥିଲା । ଗୋପାଳ ବାହାରକୁ କାମରେ ଗଲେ ଜଣେ ଯୁବକ ଯା-ଆସ କରେ । ଯାହାକୁ ନେଇ ପତି ପତ୍ନୀଙ୍କ ମଧ୍ୟରେ ପାଟି ତୁଣ୍ଡ ହୁଏ । ପତ୍ନୀ ଝୁମୁରି ଗୋପାଳକୁ ହତ୍ୟା କରିବା ପାଇଁ ସିଧାସଳଖ ଧମକ ଦେଇଥିବା ପରିବାର ଲୋକେ କରିଛନ୍ତି । ଗତ ଦୁଇଦିନ ଗୋପାଳ ତାର ଭାଇ ଓ ଭଉଣୀକୁ ଏ ବିଷୟରେ ସମସ୍ତ କଥା କହିଥିଲେ । ସେପଟେ ଗୋପାଳର ସ୍କୁଟି ବିଦ୍ୟାଧରପୁର ମୌଜାର ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ମୁଖ୍ୟ ରାସ୍ତା କଡ଼ରେ ରଖାଯାଇଥିବା ସ୍ଥାନୀୟ ଲୋକେ ଦେଖି ଗୋଡିସାହି ଫାଣ୍ଡି ପୁଲିସକୁ ଖବର ଦେଇଥିଲେ । ପରେ ପୁଲିସ ସେଠାରେ ପହଞ୍ଚି ସ୍କୁଟି ଚାଳକଙ୍କୁ ବହୁତ ଖୋଜାଖୋଜି କରି ନପାଇବାରୁ ସ୍କୁଟିକୁ ନେଇ ଆସି ସ୍କୁଟି ନମ୍ବରରୁ ତାର ଠିକଣା ପାଇଁ ପୁଲିସ ପରିବାର ଲୋକଙ୍କୁ ଖବର ଦେଇଥିଲା । ଆଜି କାଜୁ ଜଙ୍ଗଲରେ ଗୋପାଳର ଶବ ଏବଂ କିଛି ଦୂରରେ ଜଣେ ମହିଳାଙ୍କ ଚପଲ ପଡିଥିବା ଠାବ କରିଥିଲା । ପରେ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମାମଲା ରୁଜୁକରିଛି । ଏହି ଘଟଣାରେ ମୃତ ଗୋପାଳର ପତ୍ନୀ ଝୁମୁରି ଫେରାର ଥିବାବେଳେ ଝୁମୁରିର ପ୍ରେମିକ ମଧ୍ୟ ଫେରାର ଥିବା ପୁଲିସ ଜାଣିବାକୁ ପାଇଛି । ତେବେ ଝୁମୁରି ଓ ତାର ପ୍ରେମିକ ମିଶି ହତ୍ୟା କରିଥିବା ପରିବାର ଲୋକେ ବାରଙ୍ଗ ଥାନାରେ କରିଛନ୍ତି ଅଭିଯୋଗ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *