ରାହୁଲଙ୍କୁ ୫ ଦିନରେ ୫ଠ ଘଣ୍ଟା ଜେରା
ନୂଆଦିଲ୍ଲୀ (ଏଜେନ୍ସି): ନ୍ୟାସ୍ନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି)ର ସ୍ୱତନ୍ତ୍ର ଟିମ୍ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ୫ ଦିନ ମଧ୍ୟରେ ପ୍ରାୟ ୫୦ ଘଣ୍ଟା ଜେରା କରିଛନ୍ତି । ତଥାପି ରାହୁଲଙ୍କ ବିରୋଧରେ କୌଣସି ଠୋସ ପ୍ରମାଣ ପାଇ ପାରିନାହିଁ । ଦୀର୍ଘ ସମୟ ଧରି ଜେରା କରିଥିଲେ ବି ସେ ପୂରା ଶାନ୍ତ ଭାବେ ଗୋଟିଏ ସ୍ଥାନରେ ବସି ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ ।
ଇଡି ଅଧିକାରୀ ମଧ୍ୟ ରାହୁଲଙ୍କ ଧୈଯ୍ୟକୁ ଦେଖି ପ୍ରଶଂସା । ଶ୍ରୀ ଗାନ୍ଧି ବୁଧବାର ଜେରା ବେଳେ କ’ଣ ସବୁ ଘଟିଥିଲା ସେ ବିଷୟରେ କହିଛନ୍ତି । ରାହୁଲ କହିଛନ୍ତି, ଏକ ଛୋଟିଆ ଓ ସାମାନ୍ୟ ଅନ୍ଧାରିଆ ରୁମ୍ରେ ବସାଇ ୩ ଜଣ ଇଡି ଅଧିକାରୀ ଜେରା କରିଥିଲେ । ସେମାନେ ବେଳେ ବେଳେବାହାରକୁ ଯାଉଥିଲେ । ଧୈର୍ଯ୍ୟର ସହ ଇଡି ଅଧିକାରୀମାନେ ପ·ରିଥିବା ପ୍ରଶ୍ନର ଉତ୍ତର ଦେଇଥିଲି ବୋଲି ରାହୁଲ କହିଛନ୍ତି ।
ଦଳର ନେତା ଓ କର୍ମୀମାନଙ୍କୁ ସମ୍ବୋଧନ କରି ସେ କହିଛନ୍ତି, ଜେରା ଆଦୌ କଷ୍ଟକର ନଥିଲା । ଯେଉଁ ଅଧିକାରୀମାନେ ଜେରା କରୁଥିଲେ, ସେମାନେ ଭଲ ଭାବେ ବୁଝିଯାଇଛନ୍ତି, କଂଗ୍ରେସର କୌଣସି ନେତାଙ୍କୁ ଡରାଇବା କିମ୍ବା ସେମାନଙ୍କ ସ୍ୱରକୁ ·ପି ଦେବା ଆଦୌ ସହଜ ନୁହେଁ । ଆମେ ସତ୍ୟ ପଥରେ ରହିଛେ ବୋଲି ରାହୁଲ ଗାନ୍ଧି କହିଛନ୍ତି ।