ପୂଜାର୍ଚ୍ଚନା କଲେ, ଝାଡ଼ୁ ମାରିଲେ
ବାରିପଦା (ଆପ୍ର): ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବା ପରେ ଦ୍ରୌପଦୀ ମୁର୍ମୁ ବୁଧବାର ସକାଳେ ଜନ୍ମମାଟି ରାଇରଙ୍ଗପୁର ସହରର ବିଭିନ୍ନ ଦେବାଳୟକୁ ଯାଇ ପୂଜାର୍ଚ୍ଚନା କରିବା ସଙ୍ଗେ ସଙ୍ଗେ ଝାଡ଼ୁ ମାରି ପରିଷ୍କାର କରିଥିବା ଦେଖିବାକୁ ମିଳିଛି । ସକାଳେ ଶ୍ରୀମତୀ ମୁର୍ମୁ ସହରସ୍ଥିତ ପୂର୍ଣ୍ଣନେ୍ଦଶ୍ୱର ମହାଦେବ ମନ୍ଦିର, ଜଗନ୍ନାଥ ମନ୍ଦିର, ହନୁମାନ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହିତ ପରିଷ୍କାର ପରିଚ୍ଛନ୍ନ କରିଥିଲେ । ଏହାପରେ ସେ ପ୍ରଜାପିତା ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟର ସ୍ଥାନୀୟ ଉପାସନା ସ୍ଥଳରେ ପ୍ରାର୍ଥନା କରିଥିଲେ । ଜାହିରାସ୍ଥିତ ସାନ୍ତାଳୀ ଆରାଧନା ପୀଠରେ ମଧ୍ୟ ଶ୍ରୀମତୀ ମୁର୍ମୁ ପୂଜା କରି ଆଶୀର୍ବାଦ ଭିକ୍ଷା କରିଥିଲେ ।
ଦୌ୍ରପଦୀଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ତାଙ୍କୁ ମୟୁରଭଞ୍ଜ ସାହିତ୍ୟ ସମାଜ, ନନ୍ଦିଘୋଷ ସାହିତ୍ୟ ପରିଷଦ, ସାରସକଣା ସାହିତ୍ୟ ପରିଷଦ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ବରିଷ୍ଠ ସାମ୍ବାଦିକ ମନୋଜ ଦାସ, ସମାଜସେବୀ ଅବନି କୁମାର କୁଣ୍ଡୁ, ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ବିଧାନସଭାର ପୂର୍ବତନ ଉପ-ବାଚସ୍ପତି ସାନନ୍ଦ ମାର୍ଣ୍ଡି ପ୍ରମୁଖ ଦ୍ରୌପଦୀ ମୁର୍ମୁଙ୍କ ସଫଳତା କାମନା କରିଛନ୍ତି ।
କଳା ଓ କଳାକାରଙ୍କ ପୃଷ୍ଠପୋଷକ ଦ୍ରୌପଦୀ
ବେତନଟୀ (ଆପ୍ର): ମୟୂରଭଞ୍ଜ ମାଟିର ଅନନ୍ୟା ଆଦିବାସୀ ମହିଳା ନେତ୍ରୀ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ଏନ୍ଡିଏ ପକ୍ଷରୁ ତାଙ୍କ ନାମ ଘୋଷଣା କରାଯିବା ପରେ ମୟୂରଭଞ୍ଜ ଜିଲ୍ଲାରେ ଆନ୍ଦ ଖେଳିଯାଇଛି । ବିଭିନ୍ନ ସଂଗଠନ, ବ୍ୟକ୍ତିବିଶେଷ, ଶୁଭେଚ୍ଛୁ ତାଙ୍କର ସଫଳତା କାମନା କରି ଶୁଭେଚ୍ଛା ଜଣାଇଛନ୍ତି । ଦ୍ରୌପଦୀ ଜଣେ କଳାପ୍ରେମୀ ମହିଳା । ଝାଡଖଣ୍ଡ ରାଜ୍ୟପାଳ ଥିବା ବେଳେ ସେ ବେତନଟୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପ୍ରଜାପିତା ବ୍ରହ୍ମ କୁମାରୀ ସଂସ୍ଥାର ସେ ପୃଷ୍ଠପୋଷକ । ଓଡିଆ ଭାଷାରେ ପ୍ରଥମ ଉପନ୍ୟାସ ‘ପଦ୍ମମାଳି’ର ସ୍ମୃତିକୁ ସଂରକ୍ଷିତ ରଖିବା ଉଦେ୍ଦଶ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଅନ୍ୟାନ ଜିଲ୍ଲାର ଶିକ୍ଷିତା ମହିଳାମାନଙ୍କୁ ନେଇ ପଦ୍ମମାଳି ମହିଳା ସଂଗଠନର ସୃଷ୍ଟି । ମହିଳାମାନେ ସାହିତ୍ୟ ଅନୁଷ୍ଠାନ ପରିଚାଳନା ଓ ମହୋସôବର ଆୟୋଜନ କରୁଥିବା ଜାଣିବା ପରେ ସେମାନଙ୍କୁ ଦ୍ରୌପଦୀ ମୁର୍ମୁ ଉସôାହିତ କରିଥିଲେ ।
ସେହିପରି ବେତନଟୀର କଙ୍କା ମାଝୀ ଓ କାଳିଆ ମହାନ୍ତଙ୍କୁ ଇଂରେଜମାନେ ୧୯୧୭ ମେ ୩ରେ ଫାଶୀ ଦେଇଥିଲେ । ଏହି ଦୁଇ ସନ୍ତାନ ସହିଦର ମର୍ଯ୍ୟାଦା ପାଇବାରୁ ବଞ୍ଚିତ ହୋଇଛନ୍ତି । ରାଷ୍ଟ୍ରପତି ହେଲେ ସେ ଏହି ଦୁଇ ଜଣଙ୍କୁ ସହିଦ ମାନ୍ୟତା ଦେବେ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି ।
ବଡସାହି ବିଧାୟକ ତଥା ରାଜ୍ୟ ବିଜେପି ଏସସି ମୋର୍ଚ୍ଚା ଉପସଭାପତି ସନାତନ ବିଜୁଳି ରାଇରଙ୍ଗପୁର ଯାଇ ଦ୍ରୌପଦୀ ମୁର୍ମୁଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ମୟୂରଭଞ୍ଜ ଗଡଜାତର ପୁରାତନ ରାଜଧାନୀ ହରିପୁର ଗଡ଼ÿର ଗୌରବ ବହନ କରୁଥିବା ବଡସାହି ନିର୍ବାଚନମଣ୍ଡଳୀ ଦ୍ରୌପଦୀଙ୍କ ପାଇଁ ଗର୍ବିତ ବୋଲି ବିଧାୟକ କହିବା ସହିତ ତାଙ୍କ ଆଶୀର୍ବାଦ ନେଇଛନ୍ତି ।